ଓଡିଶା

odisha

ETV Bharat / state

ଲକଡାଉନ ନିୟମକୁ ଫୁ, ମହା ଆଡମ୍ବରରେ ପାଳିଲେ ‘ଦଣ୍ଡ ଯାତ୍ରା’

କୋରୋନା ମହାମାରୀରେ ସାରାବିଶ୍ବ ଏବେ ଥରହର । ତେବେ ଏଭଳି ଶୋଚନୀୟ ପରିସ୍ଥିତିରେ ପ୍ରଶାସନର କଡ଼ା ତାଗିଦ ସତ୍ତ୍ବେ ମହା ଆଡ଼ମ୍ବରରେ ଭଞ୍ଜନଗର ଥାନା ଗାମୁଣ୍ଡି ଗ୍ରାମରେ ପାଳିତ ହେଉଛି ଦଣ୍ଡ ଯାତ୍ରା । ଅଧିକ ପଢନ୍ତୁ...

By

Published : Apr 10, 2020, 6:06 PM IST

The danda yatra was celebrated with Big fanfare
ପ୍ରଶାସନର କଡ଼ା ତାଗିଦ ସତ୍ୱେ ମହା ଆଡ଼ମ୍ବରରେ ପାଳନ କଲେ ଦଣ୍ଡ ଯାତ୍ରା

ଭଞ୍ଜନଗର: କୋରୋନା ମହାମାରୀରେ ସାରାବିଶ୍ବ ଏବେ ଥରହର । ତେବେ ଏଭଳି ଶୋଚନୀୟ ପରିସ୍ଥିତିରେ ପ୍ରଶାସନର କଡ଼ା ତାଗିଦ ସତ୍ତ୍ବେ ମହା ଆଡ଼ମ୍ବରରେ ଭଞ୍ଜନଗର ଥାନା ଗାମୁଣ୍ଡି ଗ୍ରାମରେ ପାଳିତ ହେଉଛି ଦଣ୍ଡ ଯାତ୍ରା । 13 ଦିନ ଧରି ପାଳିତ ହୋଇ ଆସୁଥିବା ଏହି ଦଣ୍ଡଯାତ୍ରା ପ୍ରଶାସନର ନିୟନ ଅନୁସାରେ ମାତ୍ର 3 ଦିନ ପାଳିତ ହେବା ପାଇଁ ନିଷ୍ପତ୍ତି ହୋଇଛି ।

ପ୍ରଶାସନର କଡ଼ା ତାଗିଦ ସତ୍ୱେ ମହା ଆଡ଼ମ୍ବରରେ ପାଳନ କଲେ ଦଣ୍ଡ ଯାତ୍ରା

ଶୁକ୍ରବାରଠାରୁ ଶିବ ମନ୍ଦିରରେ ପୂଜା ଅର୍ଚ୍ଚନା କରି ଅଗ୍ନି ଦଣ୍ଡ ଧରି ଗ୍ରାମ ପରିକ୍ରମା କଲାବେଳେ ବହୁ ସଂଖ୍ୟାରେ ଲୋକ ଦଣ୍ଡୁଆଙ୍କ ସହ ବୁଲୁଥିବା ଦେଖିବାକୁ ମିଳିଥିଲା । ଫଳରେ ପ୍ରଶାସନର ନିୟମ ଅବମାନନା କରି କିଛି ଦଣ୍ଡୁଆ ଗିରଫ ମଧ୍ୟ ହୋଇଛନ୍ତି । ସବୁ ବର୍ଷ ନିଜ ନିଜ କଲା ପ୍ରଦର୍ଶନ କରି ଦୁଇ ପଇସା ରୋଜଗାର କରୁଥିବା କଳାକାର ବା ଚିତ୍ରାକାର ଚଳିତ ବର୍ଷ ଏହି କୋରୋନା ମହାମାରୀ ଯୋଗୁଁ ନିଜ ନିଜ ରୋଜଗାର ହରାଇଛନ୍ତି ।

ଅନ୍ୟପଟେ କରୋନା ମହାମାରୀଙ୍କୁ ନେଇ ସାରା ଦେଶରେ ଲକଡାଉନ ଚାଲିଥିବାବେଳେ ଗହଳି ନ କରିବାକୁ ପ୍ରଶାସନର କଡ଼ା ତାଗିଦ ସତ୍ୱେ ପୋଲିସ ଆଖିରେ ଧୂଳି ଦେଇ ଗାମୁଣ୍ଡିରେ ଦଣ୍ଡଯାତ୍ରା ବହୁ ମହାଆଡମ୍ବରରେ ପାଳନ କରାଯାଇଛି । ଫଳରେ କୌଣସି ସୂତ୍ରରୁ ପୋଲିସ ଖବର ପାଇ ଦଣ୍ଡ ଯାତ୍ରାକୁ ବନ୍ଦ କରିବା ସହିତ ଚାରି ଜଣକୁ ଅଟକ ରଖିଥିବା ଜଣା ପଡ଼ିଛି ।

ଭଞ୍ଜନଗରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

ABOUT THE AUTHOR

...view details