ଭଞ୍ଜନଗର:ରାଜନୈତିକ ଶତ୍ରୁତାକୁ ନେଇ ଗଡିଲା ମୁଣ୍ଡ । କାର୍ରୁ ଟାଣିନେଇ ବିଭତ୍ସ ହତ୍ୟା । ଏଭଳି ଲୋମଟାଙ୍କୁରା ଖବର ସାମ୍ନାକୁ ଆସିଛି ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ବୁଢାମ୍ବ ବାହଲପଲିରୁ । ମୃତକହେଲେ ରାଜେନ୍ଦ୍ର ବିଷୋୟୀ । ସୂଚନା ଅନୁସାରେ, କୌଣସି କାମପାଇଁ ରାଜେନ୍ଦ୍ର ବାହାରକୁ ଯାଇଥିବାବେଳେ ବାହଲପଲ୍ଲୀ ହ୍ରଦ ରାସ୍ତାରେ ଦୁର୍ବୃତ୍ତମାନେ ବୋଲେରୋରେ ଆସି ତାଙ୍କୁ ଅଟକାଇଥିଲେ ।
କାର୍ ଡ୍ରାଇଭର୍ ଓ ରାଜେନ୍ଦ୍ରଙ୍କ ସହଯୋଗୀ ଜୀବନ ବଞ୍ଚାଇବାକୁ କାର୍ରୁ ଓହ୍ଲାଇ ଦୌଡ଼ି ପଳାଇଥିଲେ । ରାଜେନ୍ଦ୍ରଙ୍କୁ କାର୍ ଭିତରୁ ଟାଣି ଆଣି ଦୁର୍ବୃତ୍ତମାନେ ଖଣ୍ଡାରେ ଆକ୍ରମଣ କରିିଥିଲେ । ପୂର୍ବରୁ ମଧ୍ୟ ରାଜେନ୍ଦ୍ରଙ୍କ ଉପରେ ଆକ୍ରମଣ ହୋଇଛି ମାତ୍ର ସେ ଅଳ୍ପକେ ବର୍ତ୍ତି ଯାଇଥିଲେ । ତେବେ ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ରାଜନୈତିକ ଶତ୍ରୁତାକୁ ନେଇ ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି ।