ଓଡିଶା

odisha

ETV Bharat / state

ବିଶ୍ବ ଦେଖୁଛି କ୍ରିଷ୍ଣା ଦିଦିଙ୍କ ଅକୁହା କାହାଣୀ ‘ତେଜସ୍ବିନୀ’

ଓଡିଶାର ସ୍ବାସ୍ଥ୍ୟକର୍ମୀଙ୍କ ଉପରେ ନିର୍ମାଣ କରାଯାଇଛି ଓଡିଆ ଫିଲ୍ମ ‘ତେଜସ୍ବିନୀ’। ପ୍ରାୟ 42ଟି ଭାଷାରେ ଫିଲ୍ମକୁ ରିଲିଜ କରାଯିବ । ସ୍ବାସ୍ଥ୍ୟକର୍ମୀ କେ. କ୍ରିଷ୍ଣା କୁମାରୀଙ୍କ ଜୀବନକୁ ନେଇ ଆଧାରିତ ଏହି ଫିଲ୍ମ ।

By

Published : Aug 4, 2019, 8:11 PM IST

ଡିଜାଇନ ଫଟୋ

ବ୍ରହ୍ମପୁର: ମାନବସେବା ହିଁ ମାଧବ ସେବା । ଏହି ଉକ୍ତିକୁ ସତ କରି ଲୋକଙ୍କ ସେବାରେ ଆଗେଇ ଚାଲିଛନ୍ତି ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ସ୍ବାସ୍ଥ୍ୟକର୍ମୀ କେ. କ୍ରିଷ୍ଣା କୁମାରୀ । ଏବେ ତାଙ୍କ ସେବା ମନବୃତ୍ତି କାହାଣୀକୁ ଦୁନିଆ ଦେଖିବ କାରଣ ତାଙ୍କ ଜିବନୀ ଉପରେ ନିର୍ମାଣ ହେଇଛି ଫିଲ୍ମ ‘ତେଜସ୍ବିନୀ’ । ଯାହାକୁ ନେଇ ବିଶ୍ବର 42ଟି ଦେଶରେ ଏହାକୁ ପ୍ରଦର୍ଶିତ କରାଯାଇଥିବା ବେଳେ ଲଣ୍ଡନରେ ଏହାକୁ ପୁରସ୍କୃତ କରାଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦାଦାତା, ବ୍ରହ୍ମପୁର

ଗଞ୍ଜାମ ଜିଲ୍ଲାର କୁକୁଡାଖଣ୍ଡି ବ୍ଲକରେ କାର୍ଯ୍ୟରତ ସ୍ବାସ୍ଥ୍ୟକର୍ମୀ ପିଲାଠାରୁ ବୁଢା ଯାଏଁ ସମସ୍ତଙ୍କଠାରେ କ୍ରିଷ୍ଣା ଦିଦି ରୂପେ ପରିଚିତ । ତାଙ୍କ ସେବା ମନବୃତ୍ତି ପାଇଁ ସେ ସବୁଠି ପ୍ରଶଂସା । ଡାକ୍ତରଖାନାରେ ସେବା କରିବା ଛଡା ଅଞ୍ଚଳବାସୀଙ୍କୁ ବିଭିନ୍ନ ସଚେତନତା ବାର୍ତ୍ତା ମଧ୍ୟ ଦେଇଥାଆନ୍ତି । ଶିଶୁ ଓ ମାତୃହାର ରୋକିବା ନେଇ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି କ୍ରିଷ୍ଣା ଦିଦି ।


ଶିଶୁର ଜନ୍ମଠାରୁ ବଡ ହେବା ଯାଏଁ ସମସ୍ତ ବିଷୟକୁ ତଦାରଖ କରିବା ସହ ଗାଁର ପରିମଳ ବ୍ୟବସ୍ଥାର ଉନ୍ନତିକରଣ ଭଳି ଅନେକ କାର୍ଯ୍ୟ ପ୍ରତ୍ୟକ୍ଷ ତତ୍ବାବଧାନରେ ସମ୍ପାଦନ କରିଥାଆନ୍ତି । ଏପିର ନିସ୍ବାର୍ଥପର ସେବା ଭାବନା ପାଇଁ 2017ରେ ରାଷ୍ଟ୍ରପତିଙ୍କ ଦ୍ବାରା ପୁରସ୍କୃତ ମଧ୍ୟ ହୋଇଛନ୍ତି । ପୁରସ୍କାର ରାଶି ରୂପରେ ପାଇଥିବା 50 ହଜାର ଟଙ୍କାକୁ ସେ ବୃଦ୍ଧା ଆଶ୍ରମକୁ ପ୍ରଦାନ କରିଦେଇଥିଲେ ।


ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟକର୍ମୀ ଭାବରେ ନିଯୁକ୍ତି ପାଇଁ ପ୍ରଥମେ ପଞ୍ଚାୟତରେ ଅଙ୍ଗନବାଡି କର୍ମୀ ଭାବେ କାର୍ଯ୍ୟ କରୁଥିଲେ । ପରେ ସମିତି ସଭ୍ୟ ଭାବେ ନିର୍ବାଚିତ ହେବା ପରେ ମଧ୍ୟ ନିଜ ସେବା ବୃତ୍ତିକୁ ଛାଡି ପାରିନଥିଲେ । ତେବେ ତେଜସ୍ବିନୀ ବିଶ୍ବ ଦରବାରରେ ଅନେକ ପ୍ରଶଂସିତ ହୋଇଛି । ପ୍ରଥମେ ଇଂଲଣ୍ଡରେ ଏହାକୁ ପ୍ରଶଂସିତ କରାଯାଇଥିବା ବେଳେ ବର୍ତ୍ତମାନ ଇଟାଲିରେ ଏହା ବେଶ ପ୍ରଶଂସା ସାଉଁଟୁଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details