ଓଡିଶା

odisha

ETV Bharat / state

ଗଞ୍ଜାମରେ ହିଂସାକାଣ୍ଡ ବୃଦ୍ଧିର କାରଣ ଗୁଡିଗାରେଡି: ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ଗଞ୍ଜାମ ଜିଲ୍ଲାରେ ଗୁଣିଗାରେଡିକୁ କେନ୍ଦ୍ର କରି ଦିନକୁ ଦିନ ବୃଦ୍ଧି ପାଉଛି ହିଂସାକାଣ୍ଡ । ଏହାର ପ୍ରତିବାଦରେ ଦକ୍ଷିଣାଞ୍ଚଳ ରାଜସ୍ବ କମିଶନରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମାନବବାଦୀ ହେତୁବାଦୀ ସଙ୍ଗଠନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

By

Published : Oct 4, 2019, 8:19 PM IST

Updated : Oct 5, 2019, 12:26 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା ବ୍ରହ୍ମପୁର

ଗଞ୍ଜାମ: ଜିଲ୍ଲାରେ ଗୁଣିଗାରେଡିକୁ କେନ୍ଦ୍ର କରି ଦିନକୁ ଦିନ ବୃଦ୍ଧି ପାଉଛି ହିଂସାକାଣ୍ଡ । ଏହାର ପ୍ରତିବାଦରେ ବ୍ରହ୍ମପୁରରେ ମାନବବାଦୀ ହେତୁବାଦୀ ସଙ୍ଗଠନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଦକ୍ଷିଣାଞ୍ଚଳ ରାଜସ୍ବ କମିଶନରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସଂଗଠନ ପକ୍ଷରୁ ବିକ୍ଷୋଭ ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରାଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା ବ୍ରହ୍ମପୁର

ଜିଲ୍ଲାରେ ବଢି ଚାଲିଥିବା ହିଂସାକୁ ନିୟନ୍ତ୍ରଣ କରିବା ସହ ଜନସାଧାରଣଙ୍କୁ ଅଧିକ ସଚେତନତା କରାଯିବାକୁ ସଂଗଠନ ଦାବି କରିଛି । ଘଟଣା ଘଟୁଥିବା ଅଞ୍ଚଳରେ କଠୋର କାର୍ଯ୍ୟାନୁଷ୍ଠାନ ସହ ଉପଯୁକ୍ତ ସ୍ବାସ୍ଥ୍ୟ ସେବା କିଭଳି ପହଞ୍ଚିବ ସେ ନେଇ ପଦକ୍ଷେପ ନେବାକୁ ମଧ୍ୟ ଦାବି ହୋଇଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Last Updated : Oct 5, 2019, 12:26 AM IST

ABOUT THE AUTHOR

...view details