ଓଡିଶା

odisha

ETV Bharat / state

ସମସ୍ୟାରେ ଆଖୁଚାଷୀ, ଅନ୍ଧାରରେ ଆଖୁଚାଷ

ଗଞ୍ଜାମ ଜିଲ୍ଲାରେ ଆଖୁ ଚାଷ ପ୍ରତି ଚାଷୀଙ୍କ କମୁଛି ଆଗ୍ରହ । ବଜାରରେ ଘନ ଘନ ଦରଦାମ ବୃଦ୍ଧି ଘଟୁଥିବା ବେଳେ ତା ସାଙ୍ଗରେ ପୁଣି ଜଳ ସଙ୍କଟ । ଯାହା ଫଳରେ ଆଖୁ ଚାଷ ପ୍ରତି ବିମୁଖ ହେଉଛନ୍ତି ଚାଷୀ ।

By

Published : Mar 10, 2019, 3:38 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ଭଞ୍ଜନଗର


ଭଞ୍ଜନଗର: ଗଞ୍ଜାମ ଜିଲ୍ଲାରେ ଆଖୁ ଚାଷ ପ୍ରତି ଚାଷୀଙ୍କ କମୁଛି ଆଗ୍ରହ । ଆଉ ଆଗ ଭଳି ଆଖୁ ଚାଷ ପ୍ରତି ମନ ବଳାଉ ନାହାନ୍ତି ଚାଷୀ । କାରଣ ଆଖୁ ଚାଷରୁ ଲାଭ ପାଉନାହାନ୍ତି ଚାଷୀ । ଦରଦାମ ବୃଦ୍ଧି ସାଙ୍ଗକୁ ଜଳସେଚନର ଅଭାବ, ଫଳରେ ଆଖୁ ଚାଷ କରି କ୍ଷତି ସହୁଥିବା ଅଭିଯୋଗ କରିଛନ୍ତି ଚାଷୀ ।


ସୋରଡା ବ୍ଲକର ସିଦ୍ଧପୁର ପଞ୍ଚାୟତରେ ଆଗରୁ ବହୁଳ ପରିମାଣରେ ଆଖୁ ଚାଷ କରାଯାଉଥିଲା । ତେବେ ଜିଲ୍ଲାରେ ଗୁଡର ଚାହିଦା ରହିଥିବାରୁ ଆଖୁରୁ ଗୁଡ ପ୍ରସ୍ତୁତ କରି ଭଲ ଦୁଇ ପଇସା ରୋଜଗାର କରୁଥିଲେ ଚାଷୀ । କାଳକ୍ରମେ ଆଖୁ ଚାଷ ପ୍ରତି ଚାଷୀ ଆଗ୍ରହ କମିଛି । କାରଣ ବଜାରରେ ଘନ ଘନ ଦରଦାମ ବୃଦ୍ଧି ଘଟୁଥିବା ବେଳେ ତା ସାଙ୍ଗରେ ପୁଣି ଜଳ ସଙ୍କଟ । ଯାହା ଫଳରେ ଆଖୁ ଚାଷ ପ୍ରତି ବିମୁଖ ହେଉଛନ୍ତି ଚାଷୀ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭଞ୍ଜନଗର

ତେବେ ବରଗଡ ଅଞ୍ଚଳରେ ଜଳସେଚନ ପାଇଁ ହରଭଙ୍ଗି ଘାଇ ଉପରରେ ନିର୍ଭର କରନ୍ତି ଚାଷୀ । କିନ୍ତୁ ବର୍ଷ ତମାମ ଏଠାରେ ଜଳର ଅଭାବ ଦେଖାଯାଏ । ଏପରିକି ଜଳସେଚନ ପାଇଁ ପାଣି ପମ୍ପର ସୁବିଧା ନଥିବାରୁ ଅନେକ ଅସୁବିଧାର ସମ୍ମୁଖିନ ହୁଅନ୍ତି ଚାଷୀ । ଜଳର ସଙ୍କଟ ଯୋଗୁଁ ଧିରେ ଧିରେ ଆଖୁ ଚାଷୀଙ୍କ ସଂଖ୍ୟା ମଧ୍ୟ କମିବାରେ ଲାଗିଛି । ଯଦି ପୁଣି ଥରେ ଜଳସେଚନର ସୁବିଧା କରାଯାଆନ୍ତା ତାହାଲେ ପୁନର୍ବାର ଏ ଅଞ୍ଚଳରେ ବହୁଳ ଭାବରେ ଆଖୁ ଚାଷ କରାଯିବ ବୋଲି ଚାଷୀ କହିଛନ୍ତି ।

ଗୋଟେପଟେ ଆଖୁ ଚାଷୀଙ୍କ ପ୍ରତି ସରକାର ଆଖି ବୁଜିଦେଇଥିବା ବେଳେ ପାରମ୍ପରିକ ରୀତିରେ ଗୁଡ ପ୍ରସ୍ତୁତ କରି ଆଖୁ ଚାଷକୁ ବଞ୍ଚାଇ ରଖିଛନ୍ତି ସିଦ୍ଧପୁରର ଚାଷୀ ।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

ABOUT THE AUTHOR

...view details