ଓଡିଶା

odisha

ETV Bharat / state

ଛାତ୍ରଙ୍କ ଦାଦାଗିରି, ଲାଞ୍ଚ ଅଭିଯୋଗରେ କର୍ମଚାରୀଙ୍କୁ ନିସ୍ତୁକ ମାଡ଼

ଆଇନକୁ ହାତକୁ ନେଲେ ଛାତ୍ର । ଲାଞ୍ଚ ନେଉଥିବା ଅଭିଯୋଗରେ କର୍ମଚାରୀଙ୍କୁ ନିଧୁମ ମାଡ଼ । ଏହା ସହ କଲେଜ ପରିସରରେ ଟ୍ୟାୟାର ଜାଳି ଉତ୍ତେଜନା । ବିଶୃଙ୍ଖଳା ସୃଷ୍ଟି କରିଥିବା ଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି କଲେଜ କର୍ତ୍ତୁପକ୍ଷ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

By

Published : Sep 25, 2019, 11:19 AM IST

ବ୍ରହ୍ମପୁର: ପୋଲସରା ବିଜ୍ଞାନ ମହାବିଦ୍ୟାଳୟ ପରିସରରେ ଉତ୍ତେଜନା । ଜଣେ କର୍ମଚାରୀଙ୍କୁ ନିସ୍ତୁକ ମାଡ଼ ମାରିଛନ୍ତି କଲେଜର କିଛି ଛାତ୍ର । ଲାଞ୍ଚ ନେଉଥିବା ଅଭିଯୋଗକୁ ନେଇ ଏଭଳି ଅଶାନ୍ତକର ପରିସ୍ଥିତି ସୃଷ୍ଟି ହୋଇଛି । ଉତ୍ତେଜିତ ଛାତ୍ରମାନେ ମହାବିଦ୍ୟାଳୟ ଫାଟକରେ ତାଲା ପକାଇବା ସହିତ ଟାୟାର ଜାଳି ନାରାବାଜି କରିଥିଲେ । ଏହା ସହ କଲେଜ ଅଧକ୍ଷଙ୍କ ପ୍ରକୋଷ୍ଠକୁ ମଧ୍ୟ ତାଲା ପକାଇଛନ୍ତି ।

କଲେଜ ପରିସସରେରେ ଛାତ୍ରଙ୍କ ଉତ୍ତେଜନା

ପରିସ୍ଥିତିକୁ ଦେଖି ଘଟଣା ସ୍ଥଳରେ ପୋଲିସ ଏବଂ ସ୍ଥାନୀୟ ବିଧାୟକ ପହଁଚି ଛାତ୍ରଙ୍କୁ ବୁଝାସୁଝା କରିଥିଲେ । ଏହା ସହ କଲେଜର ସମସ୍ତ ଅଧ୍ୟାପକ, ଅଧ୍ୟକ୍ଷ,ପରିଚାଳନା ସଭାପତି, ବିଧାୟକ ଏବଂ ବିଶୃଙ୍ଖଳା ସୃଷ୍ଟି କରୁଥିବା ଛାତ୍ରମାନଙ୍କର ଅଭିଭାବକଙ୍କୁ ନେଇ ଏକ ଶୃଙ୍ଗଳା ବୈଠକ ବସିଛି । କଲେଜ ପରିସରରେ ଉତ୍ତେଜନା ସହ ବିଶୃଙ୍ଖଳା କରୁଥିବା ଛାତ୍ରମାନଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ସହିତ ଲାଞ୍ଚ ନେଉଥିବା ଅଭିଯୁକ୍ତ ନାମରେ ମାମଲା ରୁଜୁ କରାଯାଇଛି ।

ଯୁକ୍ତଦୁଇ ନାମଲେଖା ବେଳେ ଡା଼ଟା ଏଣ୍ଟି କରାଇବାକୁ ଲାଞ୍ଚ ନେଉଥିବା ଅଭିଯୋଗ ଆଣିଥିଲେ ଛାତ୍ର । ପରେ ଉତ୍ତେଜିତ ଛାତ୍ରମାନେ ଡାଟା ଏଣ୍ଟ୍ରି ଅପେରେଟର ପ୍ରଭାକର ସାହୁକୁ ମାଡ଼ ମାରିଥିଲେ । ଏହା ସହ କଲେଜ ପରିସରରେ ଉତ୍ତେଜନା ସୃଷ୍ଟି କରିଥିଲେ ।


ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details