ଓଡିଶା

odisha

ETV Bharat / state

ଅନଲାଇନ ପରୀକ୍ଷା ଦାବିରେ ଖଲ୍ଲିକୋଟ ବିଶ୍ବବିଦ୍ୟାଳୟ ସମ୍ମୁଖରେ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ

ଅନଲାଇନ୍ ପରୀକ୍ଷା ଦାବିରେ ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟ ସମୁଖରେ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ । ବିଶ୍ବବିଦ୍ୟାଳୟର ପରୀକ୍ଷା କମିଟିର ବୈଠକ ପରେ ନିଆଯିବ ବୋଲି କୁଳପତି ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ...

By

Published : Nov 10, 2021, 7:07 PM IST

Student protest in front of khallikote university for online exam
ଅନଲାଇନ୍ ପରୀକ୍ଷା ଦାବିରେ ଖଲ୍ଲିକୋଟ ବିଶ୍ବବିଦ୍ୟାଳୟ ସମ୍ମୁଖରେ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ

ବ୍ରହ୍ମପୁର:ଅନଲାଇନ୍ ପରୀକ୍ଷା ଦାବି କରି ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ । ଖଲ୍ଲିକୋଟ ଏକକ ବିଶ୍ବବିଦ୍ୟାଳୟ ସମ୍ମୁଖରେ ଛାତ୍ରଛାତ୍ରୀମାନେ ଅନଲାଇନ ପରୀକ୍ଷା ପାଇଁ ଆନ୍ଦୋଳନ କରିଛନ୍ତି।

ଅନଲାଇନ୍ ପରୀକ୍ଷା ଦାବିରେ ଖଲ୍ଲିକୋଟ ବିଶ୍ବବିଦ୍ୟାଳୟ ସମ୍ମୁଖରେ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ

କୋଭିଡ ଯୋଗୁଁ ବିଳମ୍ବରେ ବିଶ୍ବବିଦ୍ୟାଳୟ ଖୋଲିଥିବା ବେଳେ ବର୍ତ୍ତମାନ ସୁଦ୍ଧା ସମସ୍ତ ବିଭାଗର କୋର୍ସ ଶେଷ ହୋଇନାହିଁ । ବର୍ତ୍ତମାନ ଛାତ୍ରଛାତ୍ରୀ ମାନେ ଅଫଲାଇନ୍ ମାଧ୍ୟମରେ ଚତୁର୍ଥ ସେମିଷ୍ଟାର ପରୀକ୍ଷା ଦେବା ସମ୍ଭବପର ନୁହେଁ ବୋଲି ଦାବି କରିଛନ୍ତି ଛାତ୍ରଛାତ୍ରୀ । ଏନେଇ ଛାତ୍ରଛାତ୍ରୀମାନେ କ୍ୟାମ୍ପସ୍ ସମ୍ମୁଖ ମୁଖ୍ୟ ଫାଟକକୁ ତାଲା ପକାଇ ଆନ୍ଦୋଳନରେ ବସି ରହି ବିକ୍ଷୋଭ କରିଥିଲେ। ଏ ନେଇ ଗତକାଲି ଅଧ୍ୟୟନରତ ଛାତ୍ରଛାତ୍ରୀ ମାନେ ବିଶ୍ବବିଦ୍ୟାଳୟର କୂଳପତିକୁ ଲିଖିତ ଭାବରେ ଅବଗତ କରିଥିବା ବେଳେ କୌଣସି ନିର୍ଦ୍ଧିଷ୍ଟ ସୂଚନା ନମିଳିବା ନେଇ ଏପରି ପ୍ରତିବାଦ କରିଥିଲେ ।

ବ୍ରହ୍ମପୁର ଟାଉନଥାନା ପୋଲିସ କ୍ୟାମ୍ପସ୍ ପରିସରରେ ପହଞ୍ଚି ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କ ସହିତ ଆଲୋଚନା କରିଛନ୍ତି । ଏହାପରେ ବିଶ୍ବବିଦ୍ୟାଳୟର କୂଳପତିଙ୍କ ଉପସ୍ଥିତିରେ ବିଦ୍ୟାର୍ଥୀଙ୍କ ଅନଲାଇନ୍ ପରୀକ୍ଷା କରାଇବା ନେଇ ଆଲୋଚନା କରିଥିଲେ । ଗତ ମାସରେ ବିଦ୍ୟାର୍ଥୀ ମାନେ ତୃତୀୟ ସେମିଷ୍ଟାର ପରୀକ୍ଷା କରାଇଥିବା ବେଳେ ଏହି ମାସରେ ଚତୁର୍ଥ ସେମିଷ୍ଟାର ପରୀକ୍ଷା ଏବଂ ପୁଣି ଆସନ୍ତା ମାସରେ ପଞ୍ଚମ ସେମିଷ୍ଟାର ପରୀକ୍ଷା କରାଯିବାକୁ ଥିବାରୁ ଏହାକୁ ନେଇ ଆନ୍ଦୋଳନରତ ଛାତ୍ରଛାତ୍ରୀ ମାନେ ବିରୋଧ କରିଛନ୍ତି ।

ସେପଟେ ଛାତ୍ରଛାତ୍ରୀଙ୍କ ସହିତ ଆଲୋଚନା କରିଛନ୍ତି କୁଳପତି। ଏନେଇ ବିଶ୍ବବିଦ୍ୟାଳୟର ପରୀକ୍ଷା କମିଟିର ଏକ ଜରୁରୀ ବୈଠକ ଡକାଯାଇ ଏହି ବିଷୟକୁ ଆଲୋଚନା କରି ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details