ଓଡିଶା

odisha

ETV Bharat / state

ଗଞ୍ଜାମରେ ଜନାଜାତି ସୁରକ୍ଷା ମଞ୍ଚର ଜିଲ୍ଲାସ୍ତରୀୟ ସମାବେଶ - ଜନାଜାତି ସୁରକ୍ଷା ମଞ୍ଚର ଜିଲ୍ଲାସ୍ତରୀୟ ସମାବେଶ

ଗଞ୍ଜାମ ଜିଲ୍ଲା ଜନାଜାତି ସୁରକ୍ଷା ମଞ୍ଚର ଜିଲ୍ଲାସ୍ତରୀୟ ସମାବେଶ ଅନୁଷ୍ଠିତ । ସମସ୍ତ ବ୍ଲକରୁ ପାରମ୍ପରିକ ବେଶ, ପୋଷାକ, ବାଦ୍ୟ ଯନ୍ତ୍ର ସହ ଆଦିବାସୀମାନେ ଯୋଗଦେଇ ସହରରେ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରା । ଅଧିକ ପଢନ୍ତୁ

ଗଞ୍ଜାମରେ ଜନାଜାତି ସୁରକ୍ଷା ମଞ୍ଚର ଜିଲ୍ଲାସ୍ତରୀୟ ସମାବେଶ
ଗଞ୍ଜାମରେ ଜନାଜାତି ସୁରକ୍ଷା ମଞ୍ଚର ଜିଲ୍ଲାସ୍ତରୀୟ ସମାବେଶ

By

Published : May 1, 2022, 10:56 PM IST

Updated : May 1, 2022, 11:07 PM IST

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଜନଜାତି ସୁରକ୍ଷା ମଞ୍ଚର ଜିଲ୍ଲାସ୍ତରୀୟ ସମାବେଶ ରବିବାର ପଞ୍ଚାନନ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାର ସମସ୍ତ ବ୍ଲକରୁ ପାରମ୍ପରିକ ବେଶ, ପୋଷାକ, ବାଦ୍ୟ ଯନ୍ତ୍ର ସହ ଆଦିବାସୀମାନେ ଯୋଗଦେଇ ସହରରେ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରା ସହ ସମାବେଶ ସ୍ଥଳକୁ ଯାଇଥିଲେ ।

ଗଞ୍ଜାମରେ ଜନାଜାତି ସୁରକ୍ଷା ମଞ୍ଚର ଜିଲ୍ଲାସ୍ତରୀୟ ସମାବେଶ

ଜାତି ମୁଖ୍ୟ ଡ଼ମ୍ବୁରୁ ଶବର ଓ ସଂଯୋଜକ ରେଡିକାଯାନୀଙ୍କ ସଂଯୋଜନାରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ପବିତ୍ର କହଁର, ସଭାପତି ଭାସ୍କର ଶବର, ଗଜପତି ଜିଲ୍ଲା ସଭାପତି ଦଣ୍ଡପାଣି ବଡମୁଣ୍ଡି, ମହିଳାନେତ୍ରୀ ସୁନ୍ଦରୀ ଗମାଙ୍ଗ, ସମେତ ଜୁରିଆ ଯାନୀ, ରାଜେନ୍ଦ୍ର ମାଦଳା, ଅରକ୍ଷିତ ମଣ୍ଡଳ ପ୍ରମୁଖ ମଞ୍ଚାସୀନ ଥିଲେ । ଅନୁସୂଚିତ ଜନଜାତିମାନଙ୍କ ପାଇଁ ସ୍ବତନ୍ତ୍ର ସଂରକ୍ଷଣ ବ୍ୟବସ୍ଥା ଲାଗୁକରିବାକୁ ସାମୁହିକ ଭାବେ ଦାବି ଉପସ୍ଥାପନ କରିଥିଲେ । ଜନଜାତି ଦର୍ଶାଇ ସରକାରୀ ସୁବିଧା ପାଇ ଧର୍ମ ପରିବର୍ତ୍ତନ କରୁଥିବା ବ୍ୟକ୍ତିମାନେ ଜନଜାତିଙ୍କ ନାମରେ ସୁବିଧା ପାଉଛନ୍ତି l

ଗୋଟିଏ ପଟେ ଅନୁସୂଚିତ ଜନଜାତି ସଂରକ୍ଷଣ ସୁବିଧା ପାଉଛନ୍ତି ଓ ଅନ୍ୟପଟେ ମୂଳଧର୍ମକୁ ପରିବର୍ତ୍ତନ କରି ଅନ୍ୟ ଧର୍ମରେ ମିଶିଯାଉଛନ୍ତି । ଏହା ଉପରେ ରୋକ ଲଗାଇବାକୁ ୧୯୭୦ ରୁ ସାରା ଭାରତରେ ମଞ୍ଚ ତରଫରୁ ବିଭିନ୍ନ ସମୟରେ ଦାବି ହେଉଥିବା ମଞ୍ଚାସୀନ ଅତିଥିମାନେ କହିଥିଲେ । ଯେଉଁମାନେ ପ୍ରକୃତ ଜନଜାତି ସେମାନଙ୍କୁ ୧୦୦ ପ୍ରତିଶତ ସୁବିଧା ଦେବାକୁ କୁହାଯାଇଛି । ଏହି ବିଷୟ ନେଇ ରାଷ୍ଟ୍ରପତି ଙ୍କୁ ଦାବିପତ୍ର ଦିଆଯିବ ବୋଲି ଜନଜାତି ସୁରକ୍ଷା ମଞ୍ଚ ପକ୍ଷରୁ କୁହାଯାଇଛି । ସଭା ଓ ଶୋଭାଯାତ୍ରାକୁ ବଜରଙ୍ଗ ଦଳର ସଦସ୍ୟମାନେ ସହଯୋଗ କରିଥିଲେ ।


ଭଞ୍ଜନଗରରୁ ରଞ୍ଜନ ସ୍ୱାଇଁ, ଇଟିଭି ଭାରତ

Last Updated : May 1, 2022, 11:07 PM IST

ABOUT THE AUTHOR

...view details