ଓଡିଶା

odisha

ETV Bharat / state

ବ୍ରହ୍ମପୁରରେ ବର୍ଜ୍ୟବସ୍ତୁ ପରିଚାଳନାର ସ୍ଥିତି ପରଖିଲା ସ୍ବତନ୍ତ୍ର ଟିମ୍

ସହରର ବଜ୍ୟବସ୍ତୁ ପରିଚାଳନା ପ୍ରକଳ୍ପ କିପରି କାର୍ଯ୍ୟକାରୀ କରାଯାଉଛି ତାହାକୁ ଅନୁଧ୍ୟାନ କରିଛନ୍ତି ରାଜ୍ୟର ଏକ ସ୍ୱତନ୍ତ୍ର ଟିମ୍ ।

By

Published : May 1, 2019, 12:03 AM IST

ଫଟୋ ସୌଜନ୍ଯ : ସମ୍ବାଦଦାତା, ବ୍ରହ୍ମପୁର

ବ୍ରହ୍ମପୁର: ସହରର ବଜ୍ୟବସ୍ତୁ ପରିଚାଳନା ପ୍ରକଳ୍ପ କିପରି କାର୍ଯ୍ୟକାରୀ କରାଯାଉଛି ତାହାକୁ ଅନୁଧ୍ୟାନ କରିଛନ୍ତି ରାଜ୍ୟର ଏକ ସ୍ୱତନ୍ତ୍ର ଟିମ୍ । ଏନ୍ଜିଟି ନିର୍ଦ୍ଦେଶକ୍ରମେ ରାଜ୍ୟ କମିଟିର ଅଧ୍ୟକ୍ଷ ଜଷ୍ଟିସ୍ ପି.କେ.ମହାନ୍ତି, ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ ମହାପାତ୍ର , ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗର ଶାସନ ସଚିବ, ଗୃହ ଓ ନଗର ଉନ୍ନୟନ ବିଭାଗର କମିଶନରଙ୍କ ସମେତ ଗଞ୍ଜାମ ଜିଲ୍ଲାପାଳ ଓ କମିଶନରଙ୍କ ଉପସ୍ଥିତିରେ ଏହି ପ୍ରତିନିଧି ଦଳ ବ୍ରହ୍ମପୁର ସହର ଗ୍ରସ୍ତ କରିଥିଲେ ।

ଭିଡିଓ ସୌଜନ୍ଯ : ସମ୍ବାଦଦାତା, ବ୍ରହ୍ମପୁର

ସହରର ପରିମଳ ବ୍ୟବସ୍ଥାକୁ ଅନୁଧ୍ୟାନ କରିବା ସହ ସ୍ଥାନୀୟ ଏମ୍.କେ.ସି.ଜି ମେଡିକାଲ ମଧ୍ୟ ବୁଲି ଦେଖିଥିଲେ । ପ୍ରତ୍ୟେକ ଘରୁ କିଭଳି ଆବର୍ଜନା ସଂଗ୍ରହ କରାଯାଉଛି , ବଜ୍ୟବସ୍ତୁ ପରିଚାଳନା କାର୍ଯ୍ୟ, ପ୍ଲାଷ୍ଟିକର ପରିଚାଳନା , ସେପଟିକ୍ ମ୍ୟାନେଜମେଣ୍ଟ ଓ ମହୁଡା ଠାରେ ରହିଥିବା ବଜ୍ୟବସ୍ତୁ ପରିଚାଳନା ପ୍ରକଳ୍ପର ଅନୁଧ୍ୟାନ କରିଥିଲେ । ଏହାସହ ବ୍ରହ୍ମପୁର ଏମ.କେ.ସି.ଜି ପରିସରରେ ଚାଲିଥିବା ବାୟୋ ମେଡିକାଲ ୱେଷ୍ଟ ସିଷ୍ଟମ କିପରି କାର୍ଯ୍ୟକାରୀ ହେଉଛି ତାହାକୁ ଏହି ଟିମ୍ ଅନୁଧ୍ୟାନ କରିଥିଲେ । ଏହି ଅବସରରେ ସହରରେ ଅଣ୍ଡର ଗ୍ରାଉଣ୍ଡ ଡଷ୍ଟବିନ କିପରି କାର୍ଯ୍ୟକାରୀ କରୁଛି ତାହାକୁ ଅନୁଧ୍ୟାନ କରିଥିଲେ ଏହି ପ୍ରତିନିଧି ଦଳ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details