ଓଡିଶା

odisha

ETV Bharat / state

କେରାଣ୍ଡିମାଳ ପର୍ବତରେ ପୂଜା ପାଉଛନ୍ତି ମା’ ବାଳକୁମାରୀ, ଚାଲିଛି ଷୋଡଶ ଉପଚାର ପୂଜା - ଚାଲିଛି ଷୋଡଶ ଉପଚାରେ ପୂଜାର୍ଚ୍ଚନା

ଗଞ୍ଜାମ ଜିଲ୍ଲାର ଚିକିଟି ଅଞ୍ଚଳର ଆରାଧ୍ୟ ଦେବୀ ଭାବରେ କେରାଣ୍ଡିମାଳ ପର୍ବତରେ ପୂଜା ପାଉଛନ୍ତି ମା’ ବାଳକୁମାରୀ । ଅଧିକ ପଢନ୍ତୁ

କେରାଣ୍ଡିମାଳର ରାଣୀ ମା’ ବାଳକୁମାରୀ
କେରାଣ୍ଡିମାଳର ରାଣୀ ମା’ ବାଳକୁମାରୀ

By ETV Bharat Odisha Team

Published : Oct 22, 2023, 5:41 PM IST

କେରାଣ୍ଡିମାଳର ରାଣୀ ମା’ ବାଳକୁମାରୀ

ବ୍ରହ୍ମପୁର: ଶାରଦଦୀୟ ନବରାତ୍ର ପୂଜାକୁ ନେଇ ଉତ୍ସବ ମୁଖର ରାଜ୍ୟର ସମସ୍ତ ପ୍ରମୁଖ ଦେବୀ ପୀଠ । ଏହି ଅବସରରେ ଗଞ୍ଜାମ ଜିଲ୍ଲାର ଚିକିଟି ଅଞ୍ଚଳର ଆରାଧ୍ୟ ଦେବୀ ଭାବରେ କେରାଣ୍ଡିମାଳ ପର୍ବତରେ ପୂଜା ପାଉଛନ୍ତି ମା’ ବାଳକୁମାରୀ । ପ୍ରତ୍ୟେକ ବର୍ଷ ମହାଆଡମ୍ବର ସହ ମା’ ପୀଠରେ ଆୟୋଜିତ ହୋଇଥାଏ ମା’ଙ୍କର ନବରାତ୍ର ପୂଜାର୍ଚ୍ଚନା । ପ୍ରତ୍ୟେକ ଦିନ ପାରମ୍ପରିକ ରୀତିନୀତିରେ ମାଆଙ୍କୁ ସକାଳର ସୂର୍ଯ୍ୟପୂଜା ଠାରୁ ଆରମ୍ଭ କରି ରାତ୍ରର ଚଣ୍ଡୀପାଠ ପର୍ଯ୍ୟନ୍ତ ସମସ୍ତ ବିଧିକୁ ସମ୍ପନ୍ନ କରାଯାଉଛି ।

ପୂଜକ କେଦାର ଗୌରୀ ରାଉଳ କହିଛନ୍ତି, ‘‘କେବଳ ଚିକିଟି କାହିଁକି, ରାଜ୍ୟ ଓ ଆନ୍ଧ୍ରପ୍ରଦେଶରକୁ ଅନେକ ଶ୍ରଦ୍ଧାଳୁ ମା’ଙ୍କ ଦର୍ଶନ ପାଇଁ ଧାଇଁ ଆସିଥାନ୍ତି । ପ୍ରତିପଦା ଠାରୁ ନବମୀ ପର୍ଯ୍ୟନ୍ତ ମା’ଙ୍କୁ ପ୍ରତ୍ୟେକ ଦିନ ପାରମ୍ପରିକ ରୀତିନୀତିରେ ଏଠାରେ ପୂଜାର୍ଚ୍ଚନା କରାଯାଉଥିବା ବେଳେ ଦଶହରାରେ ବହୁ ଭକ୍ତମାନେ ମା’ଙ୍କୁ ଦର୍ଶନ କରିବାକୁ ଭିଡ ଜମାଇଥାନ୍ତି । ପ୍ରତ୍ୟେକ ଦିନ ସକାଳର ମଙ୍ଗଳ ଆଳତୀ ପର ଠାରୁ ଆରମ୍ଭ କରି ସୂର୍ଯ୍ୟପୂଜା, ଦ୍ୱାରପାଳ ପୁଜା, ହୋମ ସହିତ ରାତିର ଚଣ୍ଡୀପାଠ ପର୍ଯ୍ୟନ୍ତ ସମସ୍ତ ପ୍ରକାର କାର୍ଯ୍ୟ ମାଆଙ୍କ ନିକଟରେ ଆୟୋଜିତ ହୋଇଥାଏ । ଏହି ସମୟରେ ଭକ୍ତମାନେ ଯାହା ମାନସିକ କରିଥାନ୍ତି ତାହା ପୂରଣ ହୋଇଥାଏ ବୋଲି ବିଶ୍ୱାସ ରହିଛି । ନବରାତ୍ର ପୂଜା ଅବସରରେ ମା’ କାଳୀ, ତାରା, ଷୋଡ଼ଶୀ, ଭୁବନେଶ୍ଵରୀ, ଭୈରବୀ, ଛିନ୍ନମସ୍ତା, ଧୂମାବତୀ, ବଗଳା ମୁଖ୍ୟ ମାତଙ୍ଗିନି, କମଳା ଆଦି ଦଶ ରୂପେ ପୂଜା ପାଇଥାନ୍ତି ।’’

ମାଆ ବାଳକୁମାରୀ ପୀଠର ଇତିହାସ: ମା’ଙ୍କ ପୀଠର ଇତିହାସ ଅନୁଯାୟୀ ଚିକିଟି ଗଡର ରାଜା କେଶବ ରାଉତରାୟ ରାଜତ୍ୱ ସମୟରେ ମା’ କୁଠାରୀରୁ ବୁଦାଗିରି ବାଳକୁମାରୀ ଭାବରେ ଆସିଥିବା ଜଣାପଡେ । ପ୍ରାୟ ୮୮୧ ଖ୍ରୀଷ୍ଟାଦ୍ଧରେ ମା’ ଏଠାକୁ ଆସିଥିବା କୁହାଯାଉଥିବା ବେଳେ ଚିକିଟି ଗଡ ପ୍ରତିଷ୍ଠା ସମୟରୁ ହିଁ ମା’ ଏଠାରେ ବାଲ୍ୟ ରୂପ ପୂଜା ପାଇ ଆସୁଛନ୍ତି ।

ଏହା ମଧ୍ୟ ପଢନ୍ତୁ... Durga Puja 2023: ମା' ବିରଜାଙ୍କ ପୀଠରେ ମହାଷ୍ଟମୀ ପୂଜା, ଚଳଚଞ୍ଚଳ ମନ୍ଦିର ପରିସର

ପ୍ରାକୃତିକ ଶୋଭାରାଜି ମଧ୍ୟରେ ମା’ଙ୍କର ପୀଠ ରହିଥିବା ବେଳେ ପ୍ରତ୍ୟେକ ଦିନ ମା’ଙ୍କୁ ଦର୍ଶନ କରିବାକୁ ଭକ୍ତଙ୍କ ବେଶ ଭିଡ ଦେଖିବାକୁ ମିଳିଥାଏ ମା’ଙ୍କର ପୀଠରେ । ପୂର୍ବରୁ ଅନେକ ପାହାଁଚ ଅତିକ୍ରମ କରି ଅତ୍ୟନ୍ତ କଷ୍ଟରେ ମାଁଙ୍କ ପୀଠରେ ଭକ୍ତମାନେ ପହଞ୍ଚୁଥିବା ବେଳେ ଇତିମଧ୍ୟରେ ମା'ଙ୍କ ପୀଠକୁ ରାଜ୍ୟ ସରକାରଙ୍କ ଅନୁଦାନରେ ପାହାଡକୁ କାଟି ପଥ ନିର୍ମାଣ କରାଯାଇଛି । ଏହା ସାଙ୍ଗକୁ ଆଲୋକୀକରଣ, ପାନୀୟ ଜଳ ଭଳି ଅନେକ ସୁବିଧା କରାଯାଇଛି ।

ଇଟିଭି ଭାରତ, ଗଞ୍ଜାମ

ABOUT THE AUTHOR

...view details