ଓଡିଶା

odisha

ETV Bharat / state

ବସ୍ତିରେ ଜଳୁନି ଷ୍ଟ୍ରିଟ୍ ଲାଇଟ୍, ଅନ୍ଧାରରେ ବସ୍ତିବାସିନ୍ଦା - ବ୍ରହ୍ମପୁର

ରେଶମ ସହର ବ୍ରହ୍ମପୁର, ଚକାଚକ୍ ରାସ୍ତା । ଦୂରରୁ ଦେଖିଲେ ସହରଟି ଝକମକ ଆଲୁଅରେ ବେଶ୍ ଚିକମିକ୍ ଦିଶେ ମାତ୍ର ସହରର ଅସଲ ଚିତ୍ର ସହରତଳ ବସ୍ତିରୁ ଜଣାପଡିଯାଏ, ଯେଉଁଠି ସହର, ସେଠାରେ ବସ୍ତି ରହିବା ଗୋଟେ ସ୍ବଭାବିକ କଥା । ଅଧିକ ପଢନ୍ତୁ...

ଷ୍ଟ୍ରିଟ୍ ଲାଇଟ୍
ଷ୍ଟ୍ରିଟ୍ ଲାଇଟ୍

By

Published : May 25, 2021, 6:38 AM IST

ବ୍ରହ୍ମପୁର: ରେଶମ ସହର ବ୍ରହ୍ମପୁର, ଚକାଚକ୍ ରାସ୍ତା । ଦୂରରୁ ଦେଖିଲେ ସହରଟି ଝକମକ ଆଲୁଅରେ ବେଶ୍ ଚିକମିକ୍ ଦିଶେ ମାତ୍ର ସହରର ଅସଲ ଚିତ୍ର ସହରତଳ ବସ୍ତିରୁ ଜଣାପଡିଯାଏ, ଯେଉଁଠି ସହର, ସେଠାରେ ବସ୍ତି ରହିବା ଗୋଟେ ସ୍ବଭାବିକ କଥା..ବସ୍ତି ବାସିନ୍ଦାଙ୍କ ପାଇଁ ପକ୍କା ଘର ବ୍ୟବସ୍ଥା କରିବା ସରକାରଙ୍କ ଦାୟିତ୍ବ, ସେଥିପାଇଁ ଅନେକ ଯାଗାରେ ବସ୍ତି ଉଚ୍ଛେଦ କରାଯାଇ ସ୍ଥାନାନ୍ତରଣ କରାଯାଉଛି କିନ୍ତୁ ବ୍ରହ୍ମପୁରରେ ଏମିତି ଅନେକ ପୁରୁଣା ବସ୍ତି ରହିଛି, ଯେଉଁଠାରେ ସ୍ଥାନାନ୍ତରଣ ଏଯାଏଁ ହୋଇପାରିନାହିଁ । ସେଭଳି କିଛି ବସ୍ତିରେ ଏବେ ଷ୍ଟ୍ରିଟ୍ ଲାଇଟ୍ ସମସ୍ୟା ।ବାରମ୍ବାର ଅଭିଯୋଗ କରିବା ସତ୍ତ୍ବେ ସୁଧୁରୁନି ସମସ୍ୟା ।

ବସ୍ତିରେ ଜଳୁନି ଷ୍ଟ୍ରିଟ୍ ଲାଇଟ୍, ଅନ୍ଧାରରେ ସମସ୍ୟା ଭୋଗୁଛନ୍ତି ବସ୍ତିବାସିନ୍ଦା
ସହରର ଗୋଟିଏ ବସ୍ତିରେ ପାଖାପାଖି 160ରୁ ଉର୍ଦ୍ଧ୍ବ ଘର ରହିଛି । ସେମାନଙ୍କ ପାଇଁ ପ୍ରଶାସନ 2ଟି ଷ୍ଟ୍ରିଟ୍ ଲାଇଟ୍ ମଧ୍ୟ ଯୋଗାଇଛି ମାତ୍ର ବଲ୍ ଫ୍ୟୁଜ୍ ହୋଇଗଲେ ସଜାଡିବାକୁ ଲୋକ ଆସୁ ନାହାଁନ୍ତି । ବାରମ୍ବାର ଅଭିଯୋଗ କରିବା ସତ୍ତ୍ବେ ବି ଶୁଣୁ ନାହାଁନ୍ତି ଅଭିଯୋଗ ଫଳରେ ଅନ୍ଧାର ହେଲେ ବସ୍ତିବାସିନ୍ଦା ନାହିଁ ନଥିବା ଅସୁବିଧାର ସାମ୍ନା କରୁଛନ୍ତି । ଅନ୍ଧାରରେ ଲାଇଟ୍ ନଥିବା କାରଣରୁ ପାଣି ଆଣିବାରେ ମଧ୍ୟ ସମସ୍ୟା ଭୋଗୁଛନ୍ତି । ସେପଟେ କମିଶନରଙ୍କ କହିବା ଅନୁସାରେ, ବସ୍ତିରେ ଖୁବ୍ ଶୀଘ୍ର ଷ୍ଟ୍ରିଟ୍ ଲାଇଟ୍ ଯୋଗାଇ ଦିଆଯିବ ଓ ଏହାର ସଠିକ୍ ପରିଚାଳନା ହେବ ।ବସ୍ତି ଅଞ୍ଚଳର ଉନ୍ନତିକରଣ କରିବା ପାଇଁ ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ପକ୍ଷରୁ ଅନେକ ପଦକ୍ଷେପ ନିଆଯାଉଛି । ମାତ୍ର ବସ୍ତି ମଧ୍ୟରେ ଏ ଛୋଟ ଛୋଟ ସମସ୍ୟା ଆଗକୁ ନେଇ ବଡ ଅସୁବିଧାର କାରଣ ହୋଇପାରେ ।ବ୍ରହ୍ନପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details