ଓଡିଶା

odisha

ETV Bharat / state

ମହିଳା ହଷ୍ଟେଲର ଗାଧୁଆଘର ଜାଲିରେ ଫସିରହିଥିଲା ସାପ, ଉଦ୍ଧାର ପରେ କରାଗଲା ଚିକିତ୍ସା

ମହାନଗର ନିଗମର ମହିଳା ହଷ୍ଟେଲ ଗାଧୁଆ ଘରର ଜାଲିରେ ଫସି ରହିଥିଲା ୬ ଫୁଟର ଢମଣା ସାପ । ଉଦ୍ଧାର ପରେ କରାଗଲା ଚିକିତ୍ସା । ବର୍ତ୍ତମାନ ସ୍ୱାସ୍ଥ୍ୟବସ୍ଥା ଠିକ ରହିଥିବାରୁ ତାକୁ ସଂରକ୍ଷିତ ଜଙ୍ଗଳରେ ଛଡାଯିବ ବୋଲି ସୂଚନା ମିଳିଛି । ଅଧିକ ପଢନ୍ତୁ

ମହିଳା ହଷ୍ଟେଲର ଗାଧୁଆଘର ଜାଲିରେ ଫସିରହିଥିଲା ସାପ
ମହିଳା ହଷ୍ଟେଲର ଗାଧୁଆଘର ଜାଲିରେ ଫସିରହିଥିଲା ସାପ

By

Published : Nov 6, 2022, 12:08 PM IST

ବ୍ରହ୍ମପୁର:ମହାନଗର ନିଗମର ମହିଳା ହଷ୍ଟେଲ ଗାଧୁଆ ଘରର ଲୁହା ଜାଲିରେ ଫସି ରହିଥିଲା ସାପ । ଏନେଇ ସ୍ନେକ ହେଲ୍ପ ଲାଇନକୁ ଖବରଦେବା ପରେ ଉଦ୍ଧାର କରାଯାଇ ଚିକିତ୍ସା କରାଯାଇଥିଲା । ଶୁକ୍ରବାର ଏହି ମହାନଗର ନିଗମର ମହିଳା ହଷ୍ଟେଲ ଏଭଳି ଘଟଣା ଘଟିଥିଲା । ମହିଳା ହଷ୍ଟେଲର ଗାଧୁଆ ଗୃହର ଲୁହା ଜାଲିରେ ପଶିଥିବା ଏକ ଢମଣା ସାପକୁ ଉଦ୍ଧାର ପରେ ଚିକିତ୍ସା କରାଯାଇଛି । ବ୍ରହ୍ମପୁର ମହାନଗର ନିଗମର ମହିଳା ହଷ୍ଟେଲ ଗାଧୁଆ ଘରେ ରହିଥିବା ଲୁହା ଜାଲିରେ ଏକ ଢାମଣା ସାପ ଫଶି ରହିଥିବା ଦେଖି ସର୍ପ ଉଦ୍ଧାରକ ଶ୍ରୀକାନ୍ତ ନାହାକଙ୍କୁ ଖବର ଦିଆଯାଇଥିଲା ।

ମହିଳା ହଷ୍ଟେଲର ଗାଧୁଆଘର ଜାଲିରେ ଫସିରହିଥିଲା ସାପ

ଏହା ମଧ୍ୟ ପଢନ୍ତୁ: ଭଦ୍ରକରେ ଚାଞ୍ଚଲ୍ୟ: ଝିଅକୁ ଅପହରଣ ଉଦ୍ୟମ, ପ୍ରତିବାଦ ବେଳେ ମାଆକୁ ଗୁଳିମାଡ

ଶ୍ରୀକାନ୍ତ ଘଟଣାସ୍ଥଳରେ ପହଞ୍ଚି କୌଶଳକ୍ରମେ ପାଣି ଜାଲି ମଧ୍ୟରେ ଲାଗି ରହିଥିବା ସାପଟିକୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ । ହେଲେ ସାପଟି ଏଥିଯୋଗୁଁ ଗୁରୁତର ଭାବେ ଆଘାତ ହୋଇଥିଲା । ଏହାପରେ ସାପ ଧରାଳି ଶ୍ରୀକାନ୍ତ ଏବଂ ସ୍ନେକ ହେଲ୍ପ ଲାଇନର ସଦସ୍ୟ ସ୍ୱାଧିନ କୁମାର ସାହୁ ବ୍ରହ୍ମପୁର ପ୍ରାଣୀ ଚିକିତ୍ସାଳୟକୁ ଉକ୍ତ ସାପଟିକୁ ନେଇ ସେଠାରେ ସାପଟିର ଦେହରୁ ଜାଲିଟିକୁ କୈଶଳ କ୍ରମେ ବାହାର କରିବା ସହିତ ସାପଟିର ଚିକିତ୍ସା କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ:Dhamnagar Bypoll Violence: ଧାମନଗରରେ ରାଜନୈତିକ ହିଂସାକାଣ୍ଡ, ୨ ଆହତ

ସାପଟିର ଦେହରେ ଆଘାତ ଲାଗିଥିବା ବେଳେ ପ୍ରାଣୀ ଚିକିତ୍ସକ କିରଣ ବିଷୋୟୀ ଏବଂ ତାଙ୍କ ସହଯୋଗୀ ତାହାର ଚିକିତ୍ସା କରିଥିଲେ । ସାପଟିର ଲମ୍ବ ୬ ଫୁଟରୁ ଉର୍ଦ୍ଧ ରହିଥିବା ବେଳେ ବର୍ତ୍ତମାନ ତାହାର ସ୍ୱାସ୍ଥ୍ୟବସ୍ଥା ଠିକ ରହିଛି ଏବଂ ତାକୁ ସଂରକ୍ଷିତ ଜଙ୍ଗଳରେ ଛଡାଯିବ ବୋଲି ସୂଚନା ମିଳିଛି ।

ଇଟିଭି ଭାରତ, ବ୍ରହ୍ମପୁର

ABOUT THE AUTHOR

...view details