ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଗୋପପୁର ଗ୍ରାମରେ ଗୁଣିଗାରେଡି ସନ୍ଦେହରେ ଆକ୍ରମଣ ସହ ବିଷ୍ଟା ଖୁଆଇବା ଘଟଣାରେ 30 ଜଣଙ୍କୁ ଗିରଫ କରିଛି । ସେଥିମଧ୍ୟରୁ 22 ଜଣ ମହିଳା ରହିଛନ୍ତି । ଗ୍ରାମବାସୀଙ୍କ ଆକ୍ରମଣରେ ଆହତ ୬ ଜଣଙ୍କୁ ପ୍ରଥମେ ଖଲ୍ଲିକୋଟ ସ୍ବାସ୍ଥ୍ୟକେନ୍ଦ୍ର ଏବଂ ପରେ ବ୍ରହ୍ମପୁର ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି ।
ସୂଚନାଯୋଗ୍ୟ, ଗତ କିଛି ମାସ ମଧ୍ୟରେ ଗୋପପୁର ଗ୍ରାମରେ ତିନି ଜଣ ବ୍ୟକ୍ତି ମୃତ୍ୟୁବରଣ କରିଥିଲେ । ଗ୍ରାମବାସୀ ଏହି ଘଟଣାକୁ ଗୁଣିଗାରେଡିର ଆଖ୍ୟା ଦେଇ ଗ୍ରାମର ୬୫ ବର୍ଷରୁ ଉର୍ଦ୍ଧ୍ବ ରହିଥିବା ୬ ଜଣ ବ୍ୟକ୍ତିଙ୍କୁ ଚିହ୍ନଟ କରି ଆକ୍ରମଣ କରିଥିଲେ । ଏହା ସହ ଗାଁ ମଧ୍ୟକୁ ପୋଲିସ ପ୍ରଶାସନ ଏବଂ ସ୍ବାସ୍ଥ୍ୟ ବିଭାଗକୁ ଛାଡିନଥିଲେ ।