ଭଞ୍ଜନଗର: ବିଧବା ମହିଳାଙ୍କୁ ଅତ୍ୟାଚାର ନେଇ ଉଗ୍ର ହୋଇଛନ୍ତି ସ୍ବୟଂ ସହାୟକ ଗୋଷ୍ଠୀର ମହିଳା ଦଳ । ବାରମ୍ବାର ଏନେଇ ଅଭିଯୋଗ ହେବା ପରେ ମଧ୍ୟ ପୋଲିସର ନୀରବତା ଓ ପ୍ରଶାସନର ଉଦାସୀନତାକୁ ନେଇ ଉତ୍ତ୍ୟକ୍ତ ହୋଇଛନ୍ତି ମହିଳା ସଂଘ । ଘଟଣାଟି ହେଉଛି ବଡଗଡ ସହରର ସୁଚିତ୍ରା ପ୍ରଧାନଙ୍କର । ସ୍ବାମୀ ନଥିବାରୁ ତାଙ୍କୁ ଦୀର୍ଘ ଦିନ ଧରି ହଇରାଣ କରିଆସୁଥିଲେ ପଡୋଶୀ ରାଜେନ୍ଦ୍ର ମହାରଣା ।
ଫଳରେ ସୁଚିତ୍ରାଙ୍କ ଘର କାନ୍ଥ ଭାଙ୍ଗିବା ସହ ଘର ଆଗରେ ସିସିଟିଭି ମଧ୍ୟ ଲଗାଇଥିଲେ ରାଜେନ୍ଦ୍ର । ଏନେଇ ସୁଚିତ୍ରା ପୋଲିସଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଚେଷ୍ଟା କରିଥିଲେ । ହେଲେ ହାତରେ ଲାଗିଥିଲା କେବଳ ବିଫଳତା । ତେଣୁ ବାଧ୍ୟ ହୋଇ ସ୍ବୟଂ ସହାୟକ ଗୋଷ୍ଠୀର ସହାୟତା ଲୋଡିଥିଲେ ସୁଚିତ୍ରା ।