ଓଡିଶା

odisha

ETV Bharat / state

SAVE BLUE, LIVE GREEN: ବିଶ୍ୱ ଜଳ ଦିବସରେ ଗୋପାଳପୁର ବେଳାଭୂମିରେ ସଫେଇ କାର୍ଯ୍ୟକ୍ରମ

ଜଳ ଦିବସ ଅବସରେ ଗୋପାଳପୁର ବେଳାଭୂଇଁରେ ସଫେଇ କାର୍ଯ୍ୟକ୍ରମ । “SAVE BLUE, LIVE GREEN’’ କାର୍ଯ୍ୟକ୍ରମରେ ଯୋଗଦେଲେ ଶତାଧିକ ଯୁବକଯୁବତୀମାନ । ଅଧିକ ପଢ଼ନ୍ତୁ

By

Published : Mar 23, 2023, 7:50 PM IST

Updated : Mar 23, 2023, 8:17 PM IST

ବେଳାଭୂଇଁରେ ସଫେଇ କଲେ ଶତାଧିକ ଯୁବକଯୁବତୀ
ବେଳାଭୂଇଁରେ ସଫେଇ କଲେ ଶତାଧିକ ଯୁବକଯୁବତୀ

ବ୍ରହ୍ମପୁର: ମାର୍ଚ୍ଚ ୨୨ରେ ପାଳନ କରାଯାଏ ବିଶ୍ବ ଜଳ ଦିବସ । ଏହି ଦିବସ ଅବସରରେ ଗୋପାଳପିରରେ ବିଶ୍ବ ଜଳ ଦିବସ ପାଳନ କରାଯାଇଛି । ଗୋପାଳପୁର ବେଳାଭୂଇଁରେ ସଫେଇ କାର୍ଯ୍ୟକ୍ରମ “SAVE BLUE, LIVE GREEN’’ କାର୍ଯ୍ୟକ୍ରମ କରାଯାଇଥିଲା । ଯୁବକଯୁବତୀମାନଙ୍କୁ ନେଇ ଏହି କାର୍ଯ୍ୟକ୍ରମ କରାଯାଇଥିଲା ।

ବେଳାଭୂଇଁରେ ସଫେଇ କଲେ ଶତାଧିକ ଯୁବକଯୁବତୀ

ଓଡିଶାର କ୍ଳାଇମେଟ ମ୍ୟାନ ଭାବେ ପରିଚିତ ସତ୍ୟବ୍ରତ ସାମଲ, ସାତ୍ଵିକ ସୋଲ୍, ୟୁନିସେଫ୍, ପାଣ୍ଟିସ୍, ୟୁଥ୍ ଫର ୱାଟର୍ ପ୍ଲସର ମିଳିତ ସହଯୋଗରେ ଏଇ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଜଳବାୟୁ ପରିବର୍ତ୍ତନକୁ ମୁକାବିଲା କରିବା, ଆମର ମହାସାଗରର ସୁରକ୍ଷା ତଥା ଜଳବାୟୁ ପରିବର୍ତ୍ତନକୁ ମୁକାବିଲା କରିବାରେ ଯୁବକମାନଙ୍କୁ ଶିକ୍ଷା ଦେବା ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା । ୟୁନିସେଫ୍ ସମର୍ଥିତ ୟୁଥ୍ ଫର ୱାଟର୍ ପ୍ଲସ୍ ଅଭିଯାନର ଏକ ଅଂଶ ଭାବରେ,ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।

ଜଳ ଦିବସ ଅବସରେ ଗୋପାଳପୁର ବେଳାଭୂଇଁରେ ସଫେଇ କାର୍ଯ୍ୟକ୍ରମ

ଏହି ବିଶ୍ୱ ଜଳ ଦିବସରେ ଯୁବକଯୁବତୀମାନେ ସମୁଦ୍ର କୂଳ, ଜଳପଥ ଏବଂ ଅନ୍ୟାନ୍ୟ ଜଳସ୍ରୋତରୁ ଅଳିଆ ଆବର୍ଜନା ହଟାଇବା, ଜଳ ଉତ୍ସ ଚିହ୍ନଟ କରିବା, ପ୍ରଦୂଷଣ ସୃଷ୍ଟି କରୁଥିବା ଆଚରଣ ପରିବର୍ତ୍ତନକୁ ତ୍ବାରାନ୍ବିତ କରିବା ଏବଂ ସାମୁଦ୍ରିକ ଆବର୍ଜନା ପରିମାଣ ଉପରେ ସଚେତନତା ସୃଷ୍ଟି କରିବାକୁ ଆହ୍ବାନ ଦେଇଥିଲେ । ଆମର ମହାସାଗର ଏବଂ ଉପକୂଳବର୍ତ୍ତୀ ଅଞ୍ଚଳରେ ଜଳବାୟୁ ପରିବର୍ତ୍ତନର ପ୍ରଭାବ ଦିନକୁ ଦିନ ସ୍ପଷ୍ଟ ହେବାରେ ଲାଗିଛି, ତାପମାତ୍ରା ଏବଂ ସମୁଦ୍ରର ଜଳସ୍ତର ବୃଦ୍ଧି, ସମୁଦ୍ରର ଅମ୍ଳତା ବୃଦ୍ଧି ଏବଂ ବାରମ୍ବାର ଚରମ ପାଣିପାଗ ଘଟଣା ଘଟୁଛି । ଆମ ବେଳାଭୂମିରେ ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁ ଏବଂ ଅନ୍ୟାନ୍ୟ ପ୍ରଦୂଷକ ସାମୁଦ୍ରିକ ଜୀବନକୁ କ୍ଷତି ପହଞ୍ଚାଏ, ଗ୍ରୀନ୍ ହାଉସ୍ ଗ୍ୟାସ୍ ନିର୍ଗମନରେ ସହାୟକ ହୁଏ ଏବଂ ଜଳବାୟୁ ପରିବର୍ତ୍ତନର ପ୍ରଭାବକୁ ଆହୁରି ଭୟଙ୍କର କରିଥାଏ ।

ଗୋପାଳପୁର ବେଳାଭୂଇଁରେ ସଫେଇ କାର୍ଯ୍ୟକ୍ରମ “SAVE BLUE, LIVE GREEN’’

ଏହି ଅବସରରେ ଯୋଗ ଦେଇ ଓଡ଼ିଶାର ଜଳବାୟୁ ମ୍ୟାନ ସତ୍ୟବ୍ରତ ସାମଲ କହିଛନ୍ତି, “ଏହି ସମୁଦ୍ରକୂଳ ସଫା କରିବାର ଉଦ୍ଦେଶ୍ୟ ହେଉଛି ପୃଥିବୀ ଉପରେ ଜୀବନ ବଞ୍ଚାଇବାରେ ମହାସାଗର ଏବଂ ଜଳସମ୍ପଦ ଗୁରୁତ୍ୱପୂର୍ଣ୍ଣ ଭୂମିକା ବିଷୟରେ ନିଜକୁ ମନେ ପକାଇବା । ଆମ ଗ୍ରହର 70%ରୁ ଅଧିକ ଅଂଶ ଜଳ ରହିଛି । ଏହା ଅତ୍ୟଧିକ ସମୟ ଯେ ଆମର ମହାସାଗର ଏବଂ ସମୁଦ୍ର କୂଳକୁ ପରିଷ୍କାର ଏବଂ ପ୍ରଦୂଷଣରୁ ମୁକ୍ତ ରଖିବା ପାଇଁ ଆମେ ଦାୟିତ୍ବ ଗ୍ରହଣ କରିବା । ଭବିଷ୍ୟତ ପିଢ଼ି ପାଇଁ ଆମର ଇକୋସିଷ୍ଟମ୍ ଏବଂ ଜଳ ସମ୍ପଦକୁ ସଂରକ୍ଷଣ କରିବା ପାଇଁ ଏହି ପରିପ୍ରେକ୍ଷୀରେ ଯୁବ ଅଂଶଗ୍ରହଣ ଗୁରୁତ୍ୱପୂର୍ଣ୍ଣ ।

ବେଳାଭୂଇଁରେ ସଫେଇ କଲେ ଶତାଧିକ ଯୁବକଯୁବତୀ

ଇଟିଭି ଭାରତ, ବ୍ରହ୍ମପୁର

Last Updated : Mar 23, 2023, 8:17 PM IST

ABOUT THE AUTHOR

...view details