ବ୍ରହ୍ମପୁର:ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ହେଉ ବା ଇଂରେଜ ସରକାରଙ୍କ ବିରୁଦ୍ଧରେ ଦେଶକୁ ସ୍ୱାଧିନ କରିବା ପାଇଁ ସଂଗ୍ରାମ, ଏହି ସମସ୍ତ କ୍ଷେତ୍ରରେ ସ୍ୱର୍ଗତ ଶଶିଭୂଷଣ ରଥଙ୍କ ଭୂମିକା ରହିଥିଲା ଗୁରୁତ୍ୱପୂର୍ଣ୍ଣ । ଏପରିକି ଗଞ୍ଜାମ ଜିଲ୍ଲାକୁ ଓଡ଼ିଶାର ଅଂଶବିଶେଷ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ବ୍ୟକ୍ତିବିଶେଷଙ୍କ ମଧ୍ୟରେ ସ୍ୱର୍ଗତ ଶଶିଭୂଷଣ ରଥ ଅନ୍ୟତମ ଥିଲେ । ତାଙ୍କର ୧୪୦ତମ ଜୟନ୍ତୀ ଅବସରରେ ଗତକାଲି(ସୋମବାର) ଶଶିଭୂଷଣ ରଥ ମହିଳା ସ୍ୱୟଂଶାସିତ ମହାବିଦ୍ୟାଳୟରେ ଜୟନ୍ତୀ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ନିର୍ଭୀକ ସାମ୍ୱାଦିକତା କ୍ଷେତ୍ରରେ କାର୍ଯ୍ୟ କରୁଥିବା ଇଟିଭି ଭାରତର ପ୍ରତିନିଧି ସମୀର କୁମାର ଆଚାର୍ଯ୍ୟଙ୍କ ସମେତ ଆଉ କିଛି ସାମ୍ବାଦିକଙ୍କୁ ସମ୍ୱର୍ଦ୍ଧିତ କରାଯାଇଥିଲା ।
ଏହା ମଧ୍ୟ ପଢନ୍ତୁ - ସ୍ୱର୍ଗତ ହରିଶ୍ଚନ୍ଦ୍ର ବକ୍ସିପାତ୍ରଙ୍କ ୯୦ ତମ ଜନ୍ମ ଜୟନ୍ତୀ, ଯୋଗଦେଲେ ରାଜ୍ୟପାଳ
ଗଞ୍ଜାମ ଜିଲ୍ଲାର ସୋରଡା ଅଞ୍ଚଳରେ ୧୮୮୫ ମସିହା ଜାନୁୟାରୀ ପହିଲାରେ ଜନ୍ମଗ୍ରହଣ କରିଥିଲେ ସ୍ୱର୍ଗତ ଶଶିଭୂଷଣ ରଥ । ତାଙ୍କର କାର୍ଯ୍ୟ ବିଷୟରେ ଇତିହାସ ପୃଷ୍ଠାରେ ଅନେକ ବର୍ଣ୍ଣିତ ରହିଛି । ସେ ଓଡିଆଙ୍କ ମଧ୍ୟରେ ଭାଷା ପ୍ରୀତି ଜାଗ୍ରତ କରିବା ଠାରୁ ଆରମ୍ଭ କରି ଓଡିଆ ସାମ୍ୱାଦିକତା କ୍ଷେତ୍ରରେ ତାଙ୍କର ନିର୍ଭୀକ ଲେଖନୀ ଏବଂ ଏଥିସହ ଓଡିଆଙ୍କ ମଧ୍ୟରେ ଭାଷା ପ୍ରୀତି ଜାଗ୍ରତ ପାଇଁ ଆଶା ପତ୍ରିକାର ପରିଚାଳନା କରିଥିଲେ ଶଶିଭୂଷଣ ରଥ ।