ଓଡିଶା

odisha

ETV Bharat / state

ଜିଲ୍ଲାପାଳ କ୍ଷମତା ପ୍ରୟୋଗ କଲେ ସରପଞ୍ଚ - ganjam news

କୋରୋନାକୁ ପ୍ରତିରୋଧ କରିବା ପାଇଁ ରାଜ୍ୟସରକାର ସରପଞ୍ଚଙ୍କୁ ଜିଲ୍ଲାପାଳଙ୍କ କ୍ଷମତା ପ୍ରଦାନ କରିଛନ୍ତି । ଏହାକୁ ପ୍ରଥମ ଥର ପାଇଁ ଗଞ୍ଜାମ ଜିଲ୍ଲା ବୁଗୁଡା ବ୍ଲକର ମାଣିତରା ସରପଞ୍ଚ ପ୍ରୟୋଗ କରିଛନ୍ତି । ସରପଞ୍ଚ ଶାନ୍ତିଲତା ନାୟକ ଜିଲ୍ଲାପାଳଙ୍କ କ୍ଷମତା ପ୍ରୟୋଗ କରି ମାଣିତରା ପଞ୍ଚାୟତକୁ ଏକ ସପ୍ତାହ ଧରି ସଟ୍‌ଡାଉନ୍‌ ଘୋଷଣା କରିଛନ୍ତି । ଅଧିକ ପଢନ୍ତୁ...

ganjam news
ଜିଲ୍ଲାପାଳ କ୍ଷମତା ପ୍ରୟୋଗ କଲେ ସରପଞ୍ଚ

By

Published : May 9, 2020, 8:14 PM IST

ଭଞ୍ଜନଗର: କୋରୋନାକୁ ପ୍ରତିରୋଧ କରିବା ପାଇଁ ରାଜ୍ୟସରକାର ସରପଞ୍ଚଙ୍କୁ ଜିଲ୍ଲାପାଳଙ୍କ କ୍ଷମତା ପ୍ରଦାନ କରିଛନ୍ତି । ଏହାକୁ ପ୍ରଥମ ଥର ପାଇଁ ଗଞ୍ଜାମ ଜିଲ୍ଲା ବୁଗୁଡା ବ୍ଲକର ମାଣିତରା ସରପଞ୍ଚ ପ୍ରୟୋଗ କରିଛନ୍ତି । ସରପଞ୍ଚ ଶାନ୍ତିଲତା ନାୟକ ଜିଲ୍ଲାପାଳଙ୍କ କ୍ଷମତା ପ୍ରୟୋଗ କରି ମାଣିତରା ପଞ୍ଚାୟତକୁ ଏକ ସପ୍ତାହ ଧରି ସଟ୍‌ଡାଉନ୍‌ ଘୋଷଣା କରିଛନ୍ତି ।

ଜିଲ୍ଲାପାଳ କ୍ଷମତା ପ୍ରୟୋଗ କଲେ ସରପଞ୍ଚ

ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ କୋରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ନିଜ ପଞ୍ଚାୟତକୁ ସୁରକ୍ଷିତ ରଖିବା ପାଇଁ ସେ ଏଭଳି ନିଷ୍ପତ୍ତି ନେଇଛନ୍ତି । ମଇ 8 ତାରିଖରୁ ମଇ 15 ତାରିଖ ପର୍ଯ୍ୟନ୍ତ ୭ ଦିନ ପାଇଁ ଏହି ସଟ୍‌ଡାଉନ୍ ଜାରି ରହିବ ।

କେବଳ ଅତ୍ୟାବଶ୍ୟକ ଜିନିଷ ପତ୍ର ଆଣିବା ପାଇଁ କେବଳ ସକାଳ 7ଟା ଠାରୁ ଦିନ 11ଟା ଖୋଲା ରହିବ । ପରେ ପୁଣି ଦିନ 11 ଟାରୁ ସକାଳ 7 ଟା ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସଟ୍‌ଡାଉନ୍ ରହିବ ବୋଲି କୁହାଯାଇଛି ।

ତେବେ ମାଣିତରା ପଞ୍ଚାୟତର ଆଖପାଖ ଗାଁ ନଗୁଡୁ , ଭୋଗଡା ଓ ମକରା ପଲ୍ଲୀ ଗ୍ରାମରେ ବହୁ ମାତ୍ରାରେ ସୁରଟ ଫେରନ୍ତା କ୍ବାରେଣ୍ଟାଇନ୍‌ରେ ରହୁଥିବାରୁ ଏହାକୁ ଦୃଷ୍ଟିରେ ରଖି ସରପଞ୍ଚ ଏହି ନିଷ୍ପତ୍ତି ନେଇଥିବା କୁହାଯାଉଛି ।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

ABOUT THE AUTHOR

...view details