ଓଡିଶା

odisha

ETV Bharat / state

ଗଞ୍ଜାମରୁ ଆନ୍ଧ୍ରକୁ ବାଲି ଚୋରା ଚାଲାଣ, କିଙ୍ଗପିନ୍ ସମେତ ୨୦ ଗିରଫ - 20 arrested

ଗଞ୍ଜାମ ଜିଲ୍ଲାରୁ ବେଧଡକ ଭାବରେ ଆନ୍ଧ୍ରପ୍ରଦେଶ ବାଲି ଚାଲାଣ ବେଳେ ୧୯ ଗୋଟି ଟ୍ରକକୁ ଜବତ କରିବା ସହିତ ଏହାକୁ ନେଇ ଯାଉଥିବା ୧୯ ଜଣ ଟ୍ରକ ଚାଳକ ସମେତ ମୋଟ ୨୦ ଜଣଙ୍କୁ ଗିରଫ କରିଛି ବ୍ରହ୍ମପୁର ପୋଲିସ । ଅଧିକ ପଢନ୍ତୁ...

ଗଞ୍ଜାମରୁ ଆନ୍ଧ୍ରକୁ ବାଲି ଚୋରା ଚାଲାଣ, କିଙ୍ଗପିନ୍ ସମେତ ୨୦ ଗିରଫ
ଗଞ୍ଜାମରୁ ଆନ୍ଧ୍ରକୁ ବାଲି ଚୋରା ଚାଲାଣ, କିଙ୍ଗପିନ୍ ସମେତ ୨୦ ଗିରଫ

By

Published : Aug 7, 2021, 8:33 AM IST

ବ୍ରହ୍ମପୁର: ଗତ କିଛି ମାସର ବ୍ୟବଧାନ ପରେ ପୁଣି ସକ୍ରିୟ ହୋଇ ଉଠିଛନ୍ତି ବାଲିମାଫିଆ । ଗଞ୍ଜାମ ଜିଲ୍ଲାରୁ ବେଧଡକ ଭାବରେ ଆନ୍ଧ୍ରପ୍ରଦେଶ ବାଲି ଚାଲାଣ ବେଳେ ୧୯ ଗୋଟି ଟ୍ରକକୁ ଜବତ କରିବା ସହିତ ଏହାକୁ ନେଇ ଯାଉଥିବା ୧୯ ଜଣ ଟ୍ରକ ଚାଳକ ସମେତ ମୋଟ ୨୦ ଜଣଙ୍କୁ ଗିରଫ କରିଛି ବ୍ରହ୍ମପୁର ପୋଲିସ । ଏପରିକି ଏହି ଟ୍ରକଗୁଡିକୁ ଏସକର୍ଟ କରି ନେଇ ଯାଉଥିବା ଏହି ବାଲି ଚୋରା କାରବାରର କିଙ୍ଗପିନକୁ ମଧ୍ୟ ଗିରଫ କରାଯାଇଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।

ଗଞ୍ଜାମରୁ ଆନ୍ଧ୍ରକୁ ବାଲି ଚୋରା ଚାଲାଣ, କିଙ୍ଗପିନ୍ ସମେତ ୨୦ ଗିରଫ

ଗଞ୍ଜାମ ଜିଲ୍ଲାର ନଦୀ ପଠାରେ ରହିଥିବା ବାଲି ରାମ୍ପରୁ ଟ୍ରକ ଯୋଗେ ଚାଲାଣ କରାଯାଉଥିବା ବେଳେ ବ୍ରହ୍ମପୁରର ଗୋଳନ୍ଥରା ଥାନା ପୋଲିସ, ଚଟିଛକ ନିକଟରେ ସନ୍ଦେହ କରି ଏକ ସଙ୍ଗେ ଯାଉଥିବା ୧୯ ଗୋଟି ଟ୍ରକକୁ ଯାଞ୍ଚ କରିଥିଲା । ଏହି ଟ୍ରକଗୁଡ଼ିକ ଛତ୍ରପୁର ନିକଟବର୍ତ୍ତୀ ବଡମାଧପୁର ଅଞ୍ଚଳରେ ବାଲି ଅପଲୋଡ କରି ରାଜ୍ୟର ବିଭିନ୍ନ ତହସିଲର ୱାଇ ଫର୍ମ ଦେଖାଇ ଆନ୍ଧ୍ରକୁ ଚାଲଣ କରୁଥିଲେ ।

ତେବେ ପୋଲିସ 19ଜଣ ଡ୍ରାଇଭରଙ୍କ ସହିତ କିଙ୍ଗପିନ ଭଗବାନ ରେଡ଼ି ଓରଫ୍ ତୋଫାନଙ୍କୁ ଗିରଫ କରି ତାଠାରୁ ଏକ କାର ଜବତ କରିଛି । ଏପଟେ ଗୋଳନ୍ଥରା ଥାନା ପୋଲିସ ଏନେଇ ଏକ ମାମଲା ରୁଜୁ କରି ସମସ୍ତ ଅଭିଯୁକ୍ତକୁ କୋର୍ଟଚାଲାଣ କରିଥିବା ସୂଚନା ଦେଇଛି ।


ବ୍ରହ୍ମପୁରରୁ ସମୀର କୁମାର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details