ଓଡିଶା

odisha

ETV Bharat / state

ଧାନ ମିଲରୁ ବାହାରୁଛି ଅନବରତ ଧୂଳି, ହନ୍ତସନ୍ତ ସାହି ଲୋକେ - rice mill

ଆଖି ନାକରେ ଗୁଣ୍ଡ ପଶି ରୋଗରେ ପଡୁଥିବା ସାହି ବାସିନ୍ଦା କହିଛନ୍ତି । ବାରମ୍ବାର ମିଲ ମାଲିକକୁ ଅଭିଯୋଗ କଲେ ସୁଦ୍ଧା ସାହି ବାସିନ୍ଦା ମିଲ ମାଲିକ କଥାକୁ କର୍ଣ୍ଣପାତ ଦେଉନଥିବା ଅଭିଯୋଗ ହୋଇଛି ।

rice-mill-creta-trouble-for-colony-people
ଧାନ ମିଲରୁ ବାହାରୁଛି ଅନବରତ ଧୂଳି, ହନ୍ତସନ୍ତ ସାହି ଲୋକେ

By

Published : May 23, 2020, 10:57 PM IST

ଭଞ୍ଜନଗର: ସାଧାରଣ ଲୋକଙ୍କ ସହ ଖେଳ ଖେଳୁଛି ମିଲ ମାଲିକ । ଏଭଳି ଏକ ଅଭିଯୋଗ ଆସିଛି ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ସାନ ସୋରଡ଼ା ସାହିରେ । ଦୀର୍ଘ 30 ବର୍ଷ ହେବ ଶହେରୁ ଊର୍ଦ୍ଧ ପରିବାର ବସବାସ କରନ୍ତି ଏଠାରେ । ସେହି ସାହି ବାସିନ୍ଦାଙ୍କ ସମସ୍ୟାର କାରଣ ହେଉଛି ଧାନ ମିଲରୁ ବାହାରୁଥିବା କୁଣ୍ଡା ଗୁଣ୍ଡ ।

ମିଲଟି ସାହି ନିକଟରେ ରହିଥିବା ବେଳେ ସେଠାରୁ ଅନବରତ ଧାନ ମିଲିଂ ହେଉଥିବାରୁ ସାହିରେ ଲୋକମାନେ ରହିବା ଏକ ପ୍ରକାର ମୁସ୍କିଲ ହୋଇଯାଇଛି । ଲୁଗାପଟା, ପିଇବା ପାଣି ଠାରୁ ଆରମ୍ଭ କରି ରୋଷେଇ ଶାଳରେ ମଧ୍ୟ ଗୁଣ୍ଡ ପଶି ଯାଉଛି । ଆଖି ନାକରେ ଗୁଣ୍ଡ ପଶି ରୋଗରେ ପଡୁଥିବା ସାହି ବାସିନ୍ଦା କହିଛନ୍ତି । ବାରମ୍ବାର ମିଲ ମାଲିକକୁ ଅଭିଯୋଗ କଲେ ସୁଦ୍ଧା ମିଲ ମାଲିକ ସେଥିପ୍ରତି କର୍ଣ୍ଣପାତ ଦେଉନଥିବା ଅଭିଯୋଗ ହୋଇଛି ।

ଧାନ ମିଲରୁ ବାହାରୁଛି ଅନବରତ ଧୂଳି, ହନ୍ତସନ୍ତ ସାହି ଲୋକେ

ଓଲଟା ସରକାରୀ ଧାନ ମିଲିଂ ହେଉଛି ତୁମେ ଯାହା କରିବା କଥା କର ବୋଲି ଟାଣ କରି କଥା କହୁଛି ମିଲ ମାଲିକ । ଶେଷରେ ସାହିବାସିନ୍ଦା ସୋରଡ଼ା ତହସିଲଦାରଙ୍କ ପାଖରେ ଲିଖିତ ଅଭିଯୋଗ କରିଛନ୍ତି । ସମସ୍ୟାର ସମାଧାନ ପାଇଁ ତହସିଲଦାର ପ୍ରତିଶୃତି ଦେଇଛନ୍ତି ।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

ABOUT THE AUTHOR

...view details