ଓଡିଶା

odisha

ETV Bharat / state

ଫେରିବ ପୁରାତନ କେ.ସି ହାଇସ୍କୁଲର ପୂର୍ବ ଗୌରବ: ଘଣ୍ଟଯାତ୍ରା ମାଧ୍ୟମରେ ପ୍ରତିବାଦ

ବ୍ରହ୍ମପୁର ସହରର କେ.ସି. ହାଇସ୍କୁଲର ପୂର୍ବ ଗୌରବ ଫେରାଇ ଆଣିବା ପାଇଁ ଦାବି ହୋଇଛି । ବିଭିନ୍ନ ସଙ୍ଗଠନ ପକ୍ଷରୁ ଘଣ୍ଟଯାତ୍ରା ମାଧ୍ୟମରେ ପ୍ରତିବାଦ କରି ବିକ୍ଷୋଭ କରାଯାଇଛି ।

By

Published : May 27, 2019, 9:48 PM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, ବ୍ରହ୍ମପୁର

ବ୍ରହ୍ମପୁର: ସହରର ପ୍ରତିଷ୍ଠିତ ୧୬୪ ବର୍ଷର ପୁରାତନ କେ.ସି. ହାଇସ୍କୁଲର ପୂର୍ବ ଗୌରବ ଫେରାଇ ଆଣିବା ପାଇଁ ଦାବି । ବିଭିନ୍ନ ସଙ୍ଗଠନ ପକ୍ଷରୁ ସ୍ଥାନୀୟ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଘଣ୍ଟଯାତ୍ରା ମାଧ୍ୟମରେ ପ୍ରତିବାଦ କରି ବିକ୍ଷୋଭ କରାଯାଇଛି ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ବ୍ରହ୍ମପୁର

ବିଭିନ୍ନ ଦାବି ଗୁଡିକ ମଧ୍ୟରେ ହେଲା କେ.ସି ହାଇସ୍କୁଲ ସମେତ କେ.ସି ବାଳିକା ଉଚ୍ଚ ବିଦ୍ୟାଳୟ ଓ କେ.ସି ଟାଉନ ହାଇସ୍କୁଲକୁ ସରକାରୀକରଣ ତୁରନ୍ତ କରିବା, କେ.ସି ହାଇସ୍କୁଲ ପରିସରରେ ବିନା ଅନୁମତିରେ ଚାଲୁଥିବା ବ୍ୟବସାୟୀ ଭିତ୍ତିକ ଇଂରାଜୀ ମାଧ୍ୟମ କେ.ସି ପବ୍ଲିକ ସ୍କୁଲକୁ ତୁରନ୍ତ ସ୍ଥାନାନ୍ତରିତ କରିବା । ଏହାସହ ଉକ୍ତ ବିଦ୍ୟାଳୟରେ ଜଣେ ବରିଷ୍ଠ ଶିକ୍ଷକଙ୍କୁ ପ୍ରଧାନଶିକ୍ଷକ ଦାୟିତ୍ବ ତୁଲାଇବାକୁ ନିଯୁକ୍ତି ଦେବା ସହ ବିଦ୍ୟାର୍ଥୀଙ୍କୁ ଶିକ୍ଷାଦାନ ପାଇଁ ସରକାରୀ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବାକୁ ଦାବି କରାଯାଇଛି ।

ଏଥିପ୍ରତି ଗୁରୁତ୍ବ ଦିଆନଗଲେ ଆଗାମୀ ଦିନରେ ଆସନ୍ତା ୨୧ ତାରିଖରୁ ଏହାକୁ ନେଇ ବ୍ୟାପକ ଆନ୍ଦୋଳନ କରାଯିବାକୁ ଚେତାବନୀ ଦିଆଯାଇଛି ।

ବ୍ରହ୍ମପୁରରୁ ସମୀର କୁମାର ଆଚାର୍ଯ୍ୟ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details