ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ଥାନା ଅଧୀନସ୍ଥ ନଳବଣ୍ଟା ଗ୍ରାମରେ ବେଆଇନ ଭାବେ ଚାଲିଥିବା ବାଣ କାରଖାନା ଉପରେ ପୋଲିସ ଓ ରାଜସ୍ବ ବିଭାଗ ଚଢାଉ କରିଛି । ଚଢାଉରୁ ପ୍ରାୟ ସାତ ଗାଡି ବାଣ ସମେତ ଅନ୍ୟାନ୍ୟ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି ।
ବେଆଇନ ବାଣ କାରଖାନାରେ ଚଢାଉ, 70 ଲକ୍ଷର ବାଣ ଜବତ
ଆସିକା ଥାନା ଅଧୀନସ୍ଥ ନଳବଣ୍ଟା ଗ୍ରାମରେ ବେଆଇନ ଭାବେ ଚାଲିଥିବା ବାଣ କାରଖାନା ଉପରେ ପୋଲିସ ଓ ରାଜସ୍ବ ବିଭାଗ ଚଢାଉ କରିଛି ।
ଫଟୋ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର
ଜବତ ବାଣର ଆନୁମାନିକ ମୂଲ୍ୟ ପ୍ରାୟ ୭୦ ଲକ୍ଷ ଟଙ୍କା ହେବ ବୋଲି ପୋଲିସ ସୂଚନା ଦେଇଛି । ଏଥିରେ ସଂପୃକ୍ତ ତିନି ଜଣ ବ୍ୟବସାୟୀଙ୍କୁ ଗିରଫ କରାଯାଇଛି। ଗତ କିଛି ବର୍ଷ ଧରି ଏଠାରେ ବିନା ଅନୁମତିରେ ବାଣ ପ୍ରସ୍ତୁତ ହେଉଥିଲା ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ