ବ୍ରହ୍ମପୁର: ଜିଲ୍ଲାରେ ସମସ୍ତ ପାସେଞ୍ଜର ଟ୍ରେନ ଚଳାଚଳ ଆରମ୍ଭ କରିବା ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ରେଳ ଘରୋଇକରଣ ବିରୋଧୀ ଜନ ଅଭିଯାନ ପକ୍ଷରୁ ସହରର ରେଳଷ୍ଟେସନ ସମ୍ମୁଖରେ ଏହି ପ୍ରତିବାଦ କରାଯାଇଛି ।
ସମସ୍ତ ପାସେଞ୍ଜର ଟ୍ରେନ ଚଳାଚଳ ଦାବିରେ ବ୍ରହ୍ମପୁରରେ ବିକ୍ଷୋଭ - ପାସେଞ୍ଜର ଟ୍ରେନ ଚଳାଚଳ ଦାବି ବ୍ରହ୍ମପୁର
ବ୍ରହ୍ମପୁରରେ ସମସ୍ତ ପାସେଞ୍ଜର ଟ୍ରେନ ଚଳାଚଳ ଏବଂ ରେଳ ଘରୋଇକରଣକୁ ବିରୋଧ କରି ରେଳ ଷ୍ଟେସନ ନିକଟର ବିକ୍ଷୋଭ । ଅଧିକ ପଢନ୍ତୁ...
ସମସ୍ତ ପାସେଞ୍ଜର ଟ୍ରେନ ଚଳାଚଳ ଦାବିରେ ବ୍ରହ୍ମପୁରରେ ବିକ୍ଷୋଭ
ସୂଚନା ଅନୁଯାୟୀ ଆଜି ବ୍ରହ୍ମପୁର ଜିଲ୍ଲା ରେଳଷ୍ଟେସନେ ନିକଟରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ସ୍ଥାନୀୟ ଲୋକେ । ଜିଲ୍ଲାରେ ସମସ୍ତ ପାସେଞ୍ଜର ଟ୍ରେନ ଚଳାଚଳ ଆରମ୍ଭ କରିବା ଏବଂ ରେଳସେବାକୁ ଘରୋଇକରଣ ଏବଂ ବ୍ୟବସାୟୀକରଣକୁ ବନ୍ଦ କରିବା ଦାବିରେ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏଥିସହ ରେଳଯାତ୍ରୀଙ୍କୁ ସମସ୍ତ ପ୍ରକାର ରିହାତି ପ୍ରଦାନ କରିବାକୁ ଦାବି କରି ସ୍ଥାନୀୟ ଷ୍ଟେସନ ମ୍ୟାନେଜରଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି ଆନ୍ଦୋଳନକାରୀ ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ