ଓଡିଶା

odisha

ETV Bharat / state

ନିର୍ବାଚନୀ ହିଂସାରେ ଉଠୁଛି ପଡୁଛି ଭଞ୍ଜନଗର, ପୋଲିସ ଓ କର୍ମୀ ଧସ୍ତାଧସ୍ତି - violence

ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅନ୍ତର୍ଗତ ତୁରୁମୁ ଗ୍ରାମରେ ତୁମୁଳ କାଣ୍ଡ। ବିଜେପି ବିଧାୟକ ପ୍ରାର୍ଥୀ ପ୍ରଦୁମ୍ନ ନାୟକଙ୍କ ଭଣଜା ଅଜିତ ପ୍ରଧାନକୁ ବିଜେଡି କର୍ମୀମାନେ ଗୋଡାଇ ଗୋଡାଇ ହାଣି ଥିବା ଅଭିଯୋଗ ହୋଇଛି।

ଫଟୋ ଫଟୋ ସୌଜନ୍ୟ- ସମ୍ବାଦଦାତା, ଭଞ୍ଜନଗର

By

Published : Apr 11, 2019, 7:07 AM IST

ଭଞ୍ଜନଗର: ରାତି ପାହିଲେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ। ଆଉ ତା ପୂର୍ବରୁ ଦେଖାଦେଇଛି ରାଜନୈତିକ ହିଂସା। ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅନ୍ତର୍ଗତ ତୁରୁମୁ ଗ୍ରାମରେ ଘଟିଛି ଏପରି ତୁମୁଳ କାଣ୍ଡ । ବିଜେପି ବିଧାୟକ ପ୍ରାର୍ଥୀ ପ୍ରଦୁମ୍ନ ନାୟକଙ୍କ ଭଣଜା ଅଜିତ ପ୍ରଧାନକୁ ବିଜେଡି କର୍ମୀମାନେ ଗୋଡାଇ ଗୋଡାଇ ହାଣି ଥିବା ଅଭିଯୋଗ ହୋଇଛି।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ଭଞ୍ଜନଗର

ଝିମିଟି ଖେଳରୁ ମହାଭାରତ ପରି ଛୋଟ କଥାକୁ କେନ୍ଦ୍ର କରି ହଣାକଟା ଅଭିଯୋଗ। ବୁଧବାର କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କୁଲାଡ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ଯୋଗ ଦେବାକୁ ଶହ ଶହ ଲୋକେ ଆସିଥିଲେ। ଏଥିରେ କ୍ରୋଧିତ ହୋଇ ବିଜେଡି କର୍ମୀ ଆକ୍ରମଣ ଆରମ୍ବ କରିଦେଇଥିଲେ । ଏହି ମୁହାଁମୁହିଁରେ ଅଜିତ ଗୁରୁତର ହୋଇପଡିଥିଲେ । ତାଙ୍କୁ ସଙ୍ଗେସଙ୍ଗେ ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରାଯାଇ ଚିକିତ୍ସା ଆରମ୍ଭ କରାଯାଇଛି । ତେବେ ଏତିକିରେ ଥମିନି ଘଟଣା । ଡାକ୍ତରଖାନାରେ ପୋଲିସ ଓ ବିଜେପି କର୍ମୀ ମଧ୍ୟରେ ଧସ୍ତାଧସ୍ତି ହେବା ସହ ଉତ୍ତେଜନା ଲାଗି ରହିଛି । ଏଥିସହ ପୋଲିସର ପାନ୍ତର ଅନ୍ତର କରୁଥିବା ନେଇ ବିଜେପି ବିଧାୟକ ପ୍ରାର୍ଥୀ ଅଭିଯୋଗ କରିଛନ୍ତି ।

ସେମାନଙ୍କ କହିବା ଅନୁଯାୟୀ, ଏତେ ସବୁ ପରେ ବି କାହିଁକି ଅଭିଯୁକ୍ତକୁ ପୋଲିସ ଗିରଫ କରୁନି । ଏଥିରୁ ପୋଲିସ ନିରପେକ୍ଷତା ପ୍ରତି ପ୍ରଶ୍ନ ଉଠିଛି । ଏଣୁ ଗୁରୁବାର ବିଜେପି କର୍ମୀଙ୍କ ପକ୍ଷରୁ ଥାନା ଘେରାଉ କରିବାକୁ ରୋକଠୋକ ଚେତାବନୀ ଦିଆଯାଇଛି ।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

ABOUT THE AUTHOR

...view details