ଓଡିଶା

odisha

ETV Bharat / state

Post poll violence In Ganjam: କେଉଁଠି ବୋମା ମାଡ ତ ଆଉ କେଉଁଠି ପଥର ମାଡ

ଗଞ୍ଜାମ ଜିଲ୍ଲାର ଦୁଇଟି ସ୍ଥାନରେ ନିର୍ବାଚନ ପରବର୍ତ୍ତୀ ହିଂସା ଦେଖିବାକୁ ମିଳିଛି । ଚିକିଟି ନିର୍ବାଚନ ମଣ୍ଡଳିର ପିତାତଳି ଠାରେ ବୋମାମାଡ ହୋଇଥିବା ବେଳେ ଦିଗପହଣ୍ଡି ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କ ଘର ଉପରକୁ ଆକ୍ରମଣ ସହ ପଥର ମାଡ଼ ହୋଇଛି । ଅଧିକ ପଢନ୍ତୁ

Post poll violence: ଗଞ୍ଜାମରେ କେଉଁଠି ବୋମା ମାଡ ତ ଆଉ କେଉଁଠି ପଥର ମାଡ
Post poll violence: ଗଞ୍ଜାମରେ କେଉଁଠି ବୋମା ମାଡ ତ ଆଉ କେଉଁଠି ପଥର ମାଡ

By

Published : Mar 3, 2022, 11:11 AM IST

Updated : Mar 3, 2022, 12:16 PM IST

ବ୍ରହ୍ମପୁର: ପରବର୍ତ୍ତୀ ନିର୍ବାଚନୀ ହିଂସାରେ ଜଳୁଛି ଗଞ୍ଜାମ । ଯାହାକୁ ନେଇ ମୁହାଁମୁହିଁ ହୋଇଛନ୍ତି ଦୁଇ ଦଳର କର୍ମୀ । ଗଞ୍ଜାମ ଜିଲ୍ଲାର ଦୁଇଟି ସ୍ଥାନରେ ନିର୍ବାଚନ ପରବର୍ତ୍ତୀ ହିଂସା ଦେଖିବାକୁ ମିଳିଛି । ଚିକିଟି ନିର୍ବାଚନ ମଣ୍ଡଳିର ପିତାତଳି ଠାରେ ବୋମାମାଡ ହୋଇଥିବା ବେଳେ ଦିଗପହଣ୍ଡି ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କ ଘର ଉପରକୁ ଆକ୍ରମଣ ସହ ପଥର ମାଡ଼ ହୋଇଛି ।

Post poll violence In Ganjam: କେଉଁଠି ବୋମା ମାଡ ତ ଆଉ କେଉଁଠି ପଥର ମାଡ

ସୂଚନାଅନୁସାରେ, ଚିକିଟି ନିର୍ବାଚନ ମଣ୍ଡଳିର ପିତାତଳି ଗାଁରେ ବୋମାମାଡ଼ ହୋଇଛି । ଗତକାଲି(ବୁଧବାର) ରାତିରେ କୌଣସି କାରଣରୁ ଗୋଟିଏ ଗୋଷ୍ଠୀ ଆଉ ଏକ ଗୋଷ୍ଠୀ ଉପରକୁ ବୋମାମାଡ଼ କରିଥିଲେ । 10ରୁ ଊର୍ଦ୍ଧ୍ବ ବୋମା ବିସ୍ପୋରଣ ହୋଇଥିବା ବେଳେ ୭ ଜଣ ଆହତ ହୋଇଥିବା ସୂଚନା ରହିଛି । ସମସ୍ତ ଆହତଙ୍କୁ ଚିକିଟି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସେହିପରି ଦିଗପହଣ୍ଡି ଥାନା ଅର୍ନ୍ତଗତ ଚୌଧୁରୀ ଟିକରପଡ଼ା ପଞ୍ଚାୟତର ଢେପାପେଣ୍ଠ ଗ୍ରାମରେ ନିର୍ବାଚନ ପରବର୍ତ୍ତୀ ହିଂସା ଦେଖିବାକୁ ମିଳିଛି । ଗ୍ରାମର କୃଷ୍ଣଚନ୍ଦ୍ର ସାହୁଙ୍କ ଘର ଉପରକୁ ବିଜୟୀ ପ୍ରାର୍ଥୀମାନେ ଟେକାପଥର ମାଡ଼ କରିବା ସହ ଗାଡ଼ି ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି । ତେବେ ଘଟଣା ସମୟର ଆକ୍ରମଣ ଭିଡିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Last Updated : Mar 3, 2022, 12:16 PM IST

ABOUT THE AUTHOR

...view details