ଓଡିଶା

odisha

ETV Bharat / state

ଫିରିଙ୍ଗିଆ ଥାନା ପୋଡି ଘଟଣା, ଦକ୍ଷିଣାଞ୍ଚଳ ଆଇଜିଙ୍କୁ ସାକ୍ଷାତ କଲେ କନ୍ଧମାଳ ମିଳିତ ମଞ୍ଚର କର୍ମକର୍ତ୍ତା

ଫିରିଙ୍ଗିଆ ଥାନା ପୋଡ଼ି ଘଟଣାକୁ ନେଇ ଦକ୍ଷିଣାଞ୍ଚଳ ଆଇଜିଙ୍କୁ ସାକ୍ଷାତ କରିଛନ୍ତି କନ୍ଧମାଳ ମିଳିତ ମଞ୍ଚର କର୍ମକର୍ତ୍ତା । ଦକ୍ଷିଣାଞ୍ଚଳ ଆଇଜି ସତ୍ୟବ୍ରତ ଭୋଇଙ୍କୁ ବ୍ରହ୍ମପୁରସ୍ଥିତ କାର୍ଯ୍ୟାଳୟ ପରିସରରେ କନ୍ଧମାଳ ମିଳିତ ମଞ୍ଚର କର୍ମକର୍ତ୍ତା ସାକ୍ଷାତ କରିଛନ୍ତି । ଅଧିକ ପଢନ୍ତୁ

By ETV Bharat Odisha Team

Published : Aug 23, 2023, 3:57 PM IST

ଫିରିଙ୍ଗିଆ ଥାନା ପୋଡି ଘଟଣା
ଫିରିଙ୍ଗିଆ ଥାନା ପୋଡ଼ି ଘଟଣା

ଫିରିଙ୍ଗିଆ ଥାନା ପୋଡି ଘଟଣା

ବ୍ରହ୍ମପୁର: ଫିରିଙ୍ଗିଆ ଥାନା ପୋଡି ଘଟଣା । ଏନେଇ ଦକ୍ଷିଣାଞ୍ଚଳ ଆଇଜିଙ୍କୁ ସାକ୍ଷାତ କରିଛନ୍ତି କନ୍ଧମାଳ ମିଳିତ ମଞ୍ଚର କର୍ମକର୍ତ୍ତା । ପୋଲିସ ଗାଡିରେ ଗଞ୍ଜେଇ ନିଆଯିବା ସମୟରେ ଗ୍ରାମବାସୀ ଅଟକାଇବା ଘଟଣାର ଭିଡିଓ ଭାଇରାଲ । ପରବର୍ତ୍ତୀ ସମୟରେ ଥାନା ପୋଡ଼ି ଏବଂ ଶେଷରେ ଅଭିଯୁକ୍ତକୁ ଗିରଫ ନାମରେ ନିରୀହ ଜନତାଙ୍କୁ ପୋଲିସର ମାଡ଼ । ଏହି ସମସ୍ତ ଘଟଣାକୁ ନେଇ ଦକ୍ଷିଣାଞ୍ଚଳ ଆଇଜି ସତ୍ୟବ୍ରତ ଭୋଇଙ୍କୁ ବ୍ରହ୍ମପୁର ସ୍ଥିତ କାର୍ଯ୍ୟାଳୟ ପରିସରରେ ସାକ୍ଷାତ କରିଛନ୍ତି କନ୍ଧମାଳ ମିଳିତ ମଞ୍ଚର କର୍ମକର୍ତ୍ତା ।

ସୂଚନା ଅନୁଯାୟୀ, ଜଣେ ଗଞ୍ଜେଇ ବେପାରୀ ଗଞ୍ଜେଇ କିଣିବା ପାଇଁ ଗତ ୩ ତାରିଖ ରାତିରେ ବୁଢ଼ାକାମ୍ବା ଗାଁକୁ ଯାଇଥିଲା । ପୋଲିସ ଏକ ବୋଲେରୋରେ ସେଠାକୁ ଗଞ୍ଜେଇ ନେଇଥିଲା । ଦୁଇ ହୋମ୍‌ଗାର୍ଡ ଓ ଡ୍ରାଇଭରଙ୍କ ସହାୟତାରେ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଜନସାଧାରଣଙ୍କ ଦ୍ବାରା ଧରା ପଡ଼ିଥିଲା । ସେହି ସମୟରେ ସେହି ବୋଲେରୋକୁ ଫିରିଙ୍ଗିଆ ସରପଞ୍ଚ ଜଳନ୍ଧର କହଁର, ପୂର୍ବତନ ସରପଞ୍ଚ ବିଶ୍ଵରଞ୍ଜନ କହଁର ଏବଂ ଗ୍ରାମବାସୀ ଅଟକ ରଖି ଏହାର ଭିଡିଓ ଉତ୍ତୋଳନ କରିଥିଲେ । ଭିଡିଓ ଭାଇରାଲ ହେବାର ଦୁଇ ଦିନ ପରେ ମଧ୍ୟ ଉପରିସ୍ଥ ଅଧିକାରୀମାନେ କୌଣସି ପଦକ୍ଷେପ ନନେବାରୁ ଏବଂ ଅଭିଯୁକ୍ତ ପୋଲିସ୍ କର୍ମଚାରୀମାନଙ୍କୁ ଖସାଇ ଦେବାକୁ ଯୋଜନା କରିବା ଅଭିଯୋଗରେ ପ୍ରତିବାଦ ସ୍ବରୂପ ୫ ତାରିଖ ଜନସାଧାରଣ ରାସ୍ତା ଉପରେ ଧାରଣା ଦେଇଥିଲେ ।

ହେଲେ ଏହାର ସମାଧାନ ପାଇଁ କୌଣସି ଅଧିକାରୀ ଧାରଣା ସ୍ଥଳକୁ ଆସି ନଥିଲେ । ଜନସାଧାରଣଙ୍କ ମନରେ ଏହାକୁ ନେଇ ଉତ୍ତେଜନା ସୃଷ୍ଟି ହେଉଥିବା ସମୟରେ ଉକ୍ତ ଦିନ ଅପରାହ୍ନରେ ସଦର ଏସ୍‌ଡିପି ଓ ଧାରଣା ସ୍ଥଳରେ ପହଞ୍ଚିଥିଲେ । ଅଭିଯୁକ୍ତ ପୋଲିସମାନଙ୍କୁ ଗିରଫ କରିବା ପରିବର୍ତ୍ତେ ତଦନ୍ତ ପାଇଁ ୧ ମାସ ସମୟ ଦରକାର ରହିଥିବା କହି ଜନସାଧାରଣଙ୍କ ଦାବିକୁ ପ୍ରତ୍ୟାଖ୍ୟାନ କରି ଚାଲିଯିବାକୁ କହି ବାହାରି ଯିବାରୁ ଜନତାଙ୍କ ଆକ୍ରମଣର ଶିକାର ହୋଇଥିଲେ । ପୋଲିସର ପକ୍ଷପାତିତା ସାଧାରଣ ଜନତାଙ୍କୁ ଅଧିକ ଉଗ୍ରତା ଆଡ଼କୁ ନେଇଥିଲା । ପରବର୍ତ୍ତୀ ସମୟରେ ପୋଲିସ ପ୍ରଶାସନ ନିଜ ଦୋଷ ଘୋଡ଼ାଇବାକୁ ଯାଇ ଜନତାଙ୍କ ଉପରେ ଅକଥନୀୟ ଅତ୍ୟାଚାର କରିଥିବା ଅଭିଯୋଗ ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ- ଫିରିଙ୍ଗିଆ ଥାନା ପୋଡି ଘଟଣା, ଅଗଷ୍ଟ 28ରେ ପ୍ରତିବାଦ କରିବ କନ୍ଧମାଳ ମିଳିତ ମଞ୍ଚ

ତେବେ ଜଣେ ସାଧାରଣ ଜନତା କେଜିଏ କିମ୍ବା ଦୁଇ କେଜି ଗଞ୍ଜେଇ ଧରି ଯାଉଥିଲେ ପୋଲିସ ତାକୁ ଗିରଫ କରୁଛି ଏବଂ ସାଙ୍ଗରେ ଯାଉଥିବା ଲୋକଙ୍କୁ ଅଭିଯୁକ୍ତ ସଜାଇ ଗିରଫ କରିବା ସହ ମୋଟର ସାଇକେଲ ମଧ୍ୟ ସିଜ୍ କରୁଛି । ହେଲେ ଫିରିଙ୍ଗିଆ ଥାନା ଅଧିକାରୀଙ୍କ ଜାଣତରେ ଦୁଇ ହୋମ୍‌ଗାର୍ଡ ଓ ଥାନାର ଡ୍ରାଇଭର ଥାନା ଗାଡିରେ ଏତେ ପରିମାଣର ଗଞ୍ଜେଇ ବିକ୍ରି ପାଇଁ ଚାଲାଣ କରୁଥିଲେ ମଧ୍ୟ ସେମାନଙ୍କୁ କାହିଁକି ଗିରଫ କରାଯାଇ କୋର୍ଟଚାଲାଣ କରାଯାଉନାହିଁ ବୋଲି ପ୍ରଶ୍ନ କରିଛନ୍ତି ମିଳିତ ମଞ୍ଚର କର୍ମକର୍ତ୍ତା । ତେଣୁ ଗଞ୍ଜେଇ ଚାଲାଣ ମାମଲାରେ ପ୍ରକୃତ ତଦନ୍ତ ସହ ଫିରିଙ୍ଗିଆ ଥାନା ଅଧିକାରୀ ତପନ କୁମାର ନାହାକ, ଦୁଇ ହୋମଗାର୍ଡ଼ ଓ ଥାନା ଗାଡ଼ିର ଡ୍ରାଇଭରକୁ ଯଥାଶୀଘ୍ର ଗଞ୍ଜେଇ ଚାଲାଣ ମାମଲାରେ ଗିରଫ କରିବାକୁ ଦାବି କରି ଏକ ଅଭିଯୋଗ ପତ୍ର ଆଇଜିଙ୍କୁ ପ୍ରଦାନ କରାଯାଇଛି । ସେପଟେ ଘଟଣାର ତଦନ୍ତ ଚାଲିଥିବା କହିଛନ୍ତି ଆଇଜି ।

ଇଟିଭି ଭାରତ, ବ୍ରହ୍ମପୁର

ABOUT THE AUTHOR

...view details