ଓଡିଶା

odisha

ETV Bharat / state

MKCGରେ ଡାକ୍ତରୀ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା, ତଦନ୍ତ ଆରମ୍ଭ କଲା ପୋଲିସ - berhampur police

ଏମକେସିଜି ମେଡିକାଲର ପିଜି ଛାତ୍ରୀ ନିବାସରେ ଡାକ୍ତରୀ ଛାତ୍ରୀଙ୍କ ସନ୍ଦେହ ଜନକ ମୃତ୍ୟୁ ହୋଇଛି। ଅତ୍ୟଧିକ ଔଷଧ ସେବନ ଯୋଗୁ ଜୀବନ ଯାାଇଥିବା ସନ୍ଦେହ କରାଯାଉଥିବାବେଳେ ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ । ଅଧିକ ପଢନ୍ତୁ

MKCG ରେ ଡାକ୍ତରୀ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ
MKCG ରେ ଡାକ୍ତରୀ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ

By

Published : Jun 15, 2023, 10:49 PM IST

MKCG ରେ ଡାକ୍ତରୀ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ

ବ୍ରହ୍ମପୁର: ଏମକେସିଜି ମେଡିକାଲର ପିଜି ଛାତ୍ରୀ ନିବାସରେ ଡାକ୍ତରୀ ଛାତ୍ରୀଙ୍କ ସନ୍ଦେହ ଜନକ ମୃତ୍ୟୁ ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ। MKCG ମେଡ଼ିକାଲ କଲେଜ SR ହଷ୍ଟେଲରୁ ପ୍ରଥମ ବର୍ଷ ପିଜି ଡାକ୍ତରୀ ଛାତ୍ରୀଙ୍କ ରୁମରୁ ତାଙ୍କ ଅଚେତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। କେମିତି ମୃତ୍ୟୁ ହେଲା ତାହାର ପ୍ରକୃତ କାରଣ ଜଣା ପଡିନଥିବାବେଳେ ପୋଲିସ ଏନେଇ ତନାଘନା ଆରମ୍ଭ କରିଛି। ପିଜି ଡାକ୍ତରୀ ଛାତ୍ରୀ ଜଣକ ହେଉଛନ୍ତି ସୁଭାନୀ ପଟ୍ଟନାୟକ। ଡ଼ାକ୍ତରୀ ଛାତ୍ରୀଙ୍କ ରୁମ୍ ମଧ୍ୟରୁ ନିଦ ବଟିକା ସମେତ ବିଭିନ୍ନ ପ୍ରକାର ଔଷଧ ମିଳିଛି। ତେଣୁ ଅତ୍ୟାଧିକ ଔଷଧ ସେବନ କାରଣରୁ ତାଙ୍କର ମୃତ୍ୟୁ ହୋଇ ଥାଇପାରେ ବୋଲି ସନ୍ଦେହ କରାଯାଉଛି।

ସୂଚନା ଅନୁସାରେ, ଗୁରୁବାର ଛାତ୍ରୀଙ୍କୁ ପରିବାରବର୍ଗ ଫୋନ କରିବା ପରେ ଏପରି ଘଟଣା ଜଣାପଡ଼ିଥିବାବେଳେ ହଷ୍ଟେଲରୁ ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇଥିଲା। ହେଲେ ମେଡ଼ିକାଲରେ ଛାତ୍ରୀଙ୍କୁ ମୃତ ଘୋଷଣା କରିଛନ୍ତି ଡାକ୍ତର । MKCG ମେଡ଼ିକାଲ କଲେଜ SR ହଷ୍ଟେଲରୁ ପ୍ରଥମ ବର୍ଷ ପିଜି ଡାକ୍ତରୀ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ହେବା ଘଟଣାର ପ୍ରକୃତ କାରଣ ଏବେବି ଅସ୍ପଷ୍ଟ ରହିଛି। ଛାତ୍ରୀଙ୍କୁ ମୃତ ଘୋଷଣା କରାଯିବା ପରେ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଥିଲା ପୋଲିସ।


ତେବେ ସୁଭାନୀ MBBS ଶିକ୍ଷା ଶେଷ ପରେ ପିଜି ଡାକ୍ତର ଶିକ୍ଷା ପାଇଁ MKCGରେ ନାମ ଲେଖାଇଥିଲେ । ଛାତ୍ରୀଙ୍କ ଘର ଗଞ୍ଜାମ ଜିଲ୍ଲାର ପୁରୁଷୋତ୍ତମପୁର ହୋଇଥିବା ଜଣା ପଡିଛି। ମୃତଦେହ ମିଳିବା ପରେ ଛାତ୍ରୀଙ୍କ ପରିବାର ଏନେଇ MKCG ଫାଣ୍ଡିରେ ଷ୍ଟେଟମେଣ୍ଟ ଦେଇଥିବା ଜଣାପଡିଛି। ସେ କିଛି ରୋଗରେ ପୀଡ଼ିତ ରହିଥିବା ତାଙ୍କ ବାପା ଅଧିକାରୀଙ୍କୁ ଜଣାଇଛନ୍ତି। ଏନେଇ ସେ ଅଧିକ ଡୋଜ୍ ଔଷଧ ଖାଇଦେଇଥିବା ସନ୍ଦେହ କରୁଛନ୍ତି ପରିବାର। ଅଧିକ ଡୋଜ୍ ଔଷଧ ସେବନ ସମ୍ପର୍କରେ ମଧ୍ୟ ପୋଲିସ ଆଗରେ କହିଛନ୍ତି ଡାକ୍ତରୀ ଛାତ୍ରୀଙ୍କ ବାପା ।

ଅନ୍ୟପଟେ ମୃତଦେହ ବ୍ୟବଚ୍ଛେଦ କରାଯାଇଥିବାବେଳେ ପୋଲିସ ପକ୍ଷରୁ ଘଟଣାର ତଦନ୍ତ କରାଯାଉଛି। ତେବେ ବ୍ୟବଚ୍ଛେଦ ସହ ଭିସେରା ରିପୋର୍ଟ ପରେ ସଠିକ କାରଣ ଜଣାପଡିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛଇ। ତେବେ ଛାତ୍ରୀ ନିବାସରେ ଡାକ୍ତରୀ ଛାତ୍ରୀଙ୍କ ଏଭଳି ସନ୍ଦେହ ଜନକ ମୃତ୍ୟୁ ପରେ କ୍ୟାମ୍ପସରେ ଭୟର ବାତାବରଣ ଦେଖାଦେଇଛି। ଘଟଣାର ସଠିକ ତଦନ୍ତ ପାଇଁ ଦାବି କରାଯାଇଛି। ତେବେ ଏହା ଔଷଧ ସେବନ କାରଣରୁ ଛାତ୍ରୀଙ୍କ ଜୀବନ ଯାଇଛି ନା ଘଟଣା ପଛରେ ଅନ୍ୟ କୌଣସି କାରଣ ରହିଛି ତାହା ତଦନ୍ତ ପରେ ସ୍ପଷ୍ଟ ହେବ।


ଇଟିଭି ଭାରତ, ବ୍ରହ୍ମପୁର

ABOUT THE AUTHOR

...view details