ବ୍ରହ୍ମପୁର:ଚାଲିଛିପ୍ରସିଦ୍ଧ ସିନ୍ଦେରେଶ୍ୱର ମନ୍ଦିରର ରୂପାନ୍ତରୀକରଣ କାର୍ଯ୍ୟ । ଆଜି ସିନ୍ଦେରେଶ୍ୱର ମନ୍ଦିରରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କଲେ 5T ଅଧ୍ୟକ୍ଷ ଭିକେ ପାଣ୍ଡିଆନ । ଗଞ୍ଜାମ ଜିଲ୍ଲାର ଅଷ୍ଟଶମ୍ଭୁ ମଧ୍ୟରେ ଅନ୍ୟତମ ହେଉଛି ପ୍ରସିଦ୍ଧ ସିନ୍ଦେରେଶ୍ୱର ମନ୍ଦିର । ତେବେ ଗସ୍ତର ଦ୍ୱିତୀୟ ଦିନରେ ଜିଲ୍ଲାର ଛତ୍ରପୁର ବ୍ଲକରେ ରହିଥିବା ପ୍ରସିଦ୍ଧ ସିନ୍ଦେରେଶ୍ୱର ମନ୍ଦିରରେ ପହଞ୍ଚିଥିଲେ ପାଣ୍ଡିଆନ । ସେଠାରେ ସେ ରୂପାନ୍ତରୀକରଣ ପାଇଁ କରାଯାଇଥିବା ଯୋଜନାକୁ ଅନୁଧ୍ୟାନ କରିବା ସହିତ ମହାଦେବଙ୍କୁ ଦର୍ଶନ କରିଛନ୍ତି ।
ଏହି ଅବସରରେ ଉପସ୍ଥିତ ଜନତାଙ୍କୁ ଉଦବୋଧନ ଦେଇଛନ୍ତି 5ଟି ଅଧ୍ୟକ୍ଷ । ସାରା ରାଜ୍ୟରେ ସମସ୍ତ ହାଇସ୍କୁଲ ଗୁଡିକର ରୂପାନ୍ତରୀକରଣ ପରେ ବର୍ତ୍ତମାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଗୁଡିକରେ ରୂପାନ୍ତରୀକରଣ ହେବ । ତେବେ ପୁରୀ ଶ୍ରୀମନ୍ଦିର ଠାରୁ ଆରମ୍ଭ କରି ରାଜ୍ୟର ପ୍ରମୁଖ ମନ୍ଦିର ଗୁଡିକ ରୂପାନ୍ତରୀକରଣ କରାଯାଉଥିବାବେଳେ ଗଞ୍ଜାମ ଜିଲ୍ଲାର ଛତ୍ରପୁର ନିର୍ବାଚନମଣ୍ଡଳୀର ମା' ରାମଚଣ୍ଡୀଙ୍କ ମନ୍ଦିର, ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ଏବଂ ସିନ୍ଦେରେଶ୍ୱର ମନ୍ଦିରର ରୂପାନ୍ତରୀକରଣ କାର୍ଯ୍ୟ ଚାଲିଛି ।
ଏହି ତିନି ମନ୍ଦିର ଭକ୍ତମାନଙ୍କ ପାଇଁ ଏକ ଉକୃଷ୍ଟ ଦର୍ଶନୀୟ ସ୍ଥାନ ହେବ ବୋଲି ଅନେକ ଆଶା ରହିଛି । ତେବେ ଦୁଇ ଦିନିଆ ଗଞ୍ଜାମ ଜିଲ୍ଲା ଗସ୍ତରେ ଆସିଥିବା ରାଜ୍ୟର 5T ତଥା ନବୀନ ଓଡିଶାର ଅଧ୍ୟକ୍ଷ ଭି.କେ.ପାଣ୍ଡିୟାନ ରୂପାନ୍ତରୀକରଣ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଦ୍ୱିତୀୟ ଦିନରେ ଗୋପାଳପୁର ନିର୍ବାଚନମଣ୍ଡଳୀର ରଙ୍ଗେଇଲୁଣ୍ଡା ବ୍ଲକର ପ୍ରସିଦ୍ଧ ଧବଳେଶ୍ୱର ଶୈବ ପୀଠକୁ ଗସ୍ତ କରି ସେଠାକାର ଉନ୍ନୟନମୂଳକ କାର୍ଯ୍ୟ ସହିତ ରୂପାନ୍ତୀକରଣ କାର୍ଯ୍ୟକୁ ସେ ଅନୁଧ୍ୟାନ କରିଛନ୍ତି ।