ଓଡିଶା

odisha

ETV Bharat / state

ଖରିଫ୍ ଧାନ ସଂଗ୍ରହକୁ ନେଇ ଗଞ୍ଜାମ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ବୈଠକ

ଖରିଫ୍ ଧାନ ସଂଗ୍ରହକୁ ନେଇ ଗଞ୍ଜାମ ଜିଲ୍ଲାପ୍ରଶାସନର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ସଦର ମହକୁମ୍ମା ଛତ୍ରପୁର ଠାରେ ଆୟୋଜିତ ବୈଠକରେ ଅତିରିକ୍ତ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ ଭିଡିଓ କନଫରେନ୍ସିଂ ଜରିଆରେ ଏହାର ସମୀକ୍ଷା କରିଛନ୍ତି । ଅଧିକ ପଢନ୍ତୁ...

By

Published : Oct 28, 2020, 2:58 PM IST

ଖରିଫ୍ ଧାନ ସଂଗ୍ରହକୁ ନେଇ ଜିଲ୍ଲାପ୍ରଶାସନର ପ୍ରସ୍ତୁତି ବୈଠକ
ଖରିଫ୍ ଧାନ ସଂଗ୍ରହକୁ ନେଇ ଜିଲ୍ଲାପ୍ରଶାସନର ପ୍ରସ୍ତୁତି ବୈଠକ

ବ୍ରହ୍ମପୁର: ଖରିଫ୍ ଧାନ ସଂଗ୍ରହକୁ ନେଇ ଗଞ୍ଜାମ ଜିଲ୍ଲାପ୍ରଶାସନର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ସଦର ମହକୁମ୍ମା ଛତ୍ରପୁର ଠାରେ ଆୟୋଜିତ ବୈଠକରେ ଅତିରିକ୍ତ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ ଭିଡିଓ କନଫରେନ୍ସିଂ ଜରିଆରେ ଏହାର ସମୀକ୍ଷା କରିଛନ୍ତି ।

ଖରିଫ୍ ଧାନ ସଂଗ୍ରହକୁ ନେଇ ଜିଲ୍ଲାପ୍ରଶାସନର ପ୍ରସ୍ତୁତି ବୈଠକ

ଗଞ୍ଜାମ ଜିଲ୍ଲାରେ ଚଳିତ ବର୍ଷ ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟା ନିମନ୍ତେ ପଞ୍ଜିକରଣ କରିଥିବା ଚାଷୀ ମାନଙ୍କର ଜମି ସେମାନଙ୍କ ନିଜ ନାମରେ ରହିଛି ନା ନାହିଁ ତାର ଯାଞ୍ଚ କାର୍ଯ୍ୟ ନିମନ୍ତେ ଆଲୋଚନା କରାଯାଇଛି । ବିଗତ ଆର୍ଥିକ ବର୍ଷ ୨୦୧୯-୨୦ରେ ସମଗ୍ର ଜିଲ୍ଲାରେ ସର୍ବମୋଟ ୧,୩୪,୪୬୨ଜଣ ନୂତନ ଚାଷୀ ପଞ୍ଜିକରଣ କରିଥିଲେ । ଚଳିତ ୨୦୨୦-୨୧ ଆର୍ଥିକ ବର୍ଷରେ ୨୦,୫୬୭ ନୂତନ ଚାଷୀଙ୍କ ସମେତ ୧,୧୯,୦୮୧ ଚାଷୀ ନବୀକରଣ କରାଇଥିବା ବେଳେ ସର୍ବମୋଟ ଜିଲ୍ଲାରେ ୧,୩୯,୬୪୮ ଜଣ ଚାଷୀ ପଞ୍ଜିକରଣ କରାଇଥିବା କୁହାଯାଇଛି ।

ପଞ୍ଜିକରଣ କରାଇଥିବା ଚାଷୀ ମାନଙ୍କର ବ୍ୟାଙ୍କ ଖାତା ଗୁଡିକ ସଚଳ ଅବସ୍ଥାରେ ଅଛି କି ନାହିଁ ସେଗୁଡିକୁ ମଧ୍ୟ ତଦାରଖ କରି ପୂର୍ବ ପ୍ରସ୍ତୁତି କରିବାକୁ ଅତିରିକ୍ତ ଜିଲ୍ଲାପାଳ ଅବଗତ କରାଇଥିଲେ । ବର୍ତ୍ତମାନ ୧,୩୯,୧୪୮ ଚାଷୀଙ୍କ ଜମାଖାତା ସଚଳ ଅବସ୍ଥାରେ ରହିଛି ମାତ୍ର ୪୯୨ ଜଣ ଚାଷୀଙ୍କ ଜମା ଖାତା ବ୍ଲକ୍ ହୋଇଯାଇଛି ଏବଂ ୮ ଜଣ ଚାଷୀଙ୍କର ବିଚାରାଧୀନ ଅବସ୍ଥାରେ ରହିଛି । ପଞ୍ଜିକରଣ କରିଥିବା ଚାଷୀଙ୍କ ଜମିରେ ଧାନଚାଷ ହେଉଛି କି ନାହିଁ ସେଗୁଡିକର ତଦନ୍ତ କରି ରିପୋର୍ଟ ପ୍ରସ୍ତୁତ କରିବାକୁ ସଂପୃକ୍ତ ଆର.ଆଇ , ଅମିନ, ଭି.ଏଲ୍.ଡବ୍ଲ୍ୟୁ ମାନଙ୍କୁ ଜଣାଇଛନ୍ତି ।

ବିଶେଷ କରି ଯେଉଁ ଜମିରେ ଚାଷ କାର୍ଯ୍ୟ ପାଇଁ ସନ୍ଦେହ ରହିଛି ସେଗୁଡିକ ନିଶ୍ଚିତ ଯାଞ୍ଚ କରିବେ । ଚାଷୀ ମାନଙ୍କର ପଞ୍ଜିକରଣ ପରେ ତାଲିକା ଗୁଡିକ ସର୍ବ ସାଧାରଣରେ ପ୍ରକାଶ କରାଯାଇଥିଲା । ସେହି ତାଲିକା ଅନୁସାରେ କିଛି ଚାଷୀଙ୍କ ଜମିର ପରିମାଣ କମ୍ ରହିଥିବା ପ୍ରକାଶ କରି ଆପତ୍ତି ଅଭିଯୋଗ କରିଥିଲେ । ତେଣୁ ସେଗୁଡିକର ଯାଞ୍ଚ କରି ତାଲିକାଭୁକ୍ତ ଅନୁସାରେ ପ୍ରକୃତ ତଥ୍ୟ ତଦନ୍ତ କରିବାକୁ ସଂପୃକ୍ତ ଯୋଗାଣ ନିରୀକ୍ଷକ ମାନଙ୍କୁ କୁହାଯାଇଥିଲା ।

ପଞ୍ଜିକରଣ ତାଲିକାଭୁକ୍ତ ଅନୁସାରେ ଚାଷୀଙ୍କ ଜମି ତାଙ୍କ ନିଜସ୍ବ ନାମରେ ରହିଥିବା, ଚାଷ ଅନୁପଯୁକ୍ତ ଜମି ଚିହ୍ନଟ କରିବା, ସୋସାଇଟି ସ୍ତରରେ ଧାନ ସଂଗ୍ରହ ନିମନ୍ତେ କରିଥିବା ସୋସାଇଟି ଗୁଡିକର ତାଲିକାଭୁକ୍ତ ସଂଖ୍ୟା ବୃଦ୍ଧି କରିବା, ଚାଷୀଙ୍କ ବ୍ୟାଙ୍କ ଖାତା ସଠିକ୍ କରିବା ଇତ୍ୟାଦି ବିଷୟ ନେଇ ସୁବିସ୍ତୃତ ଆଲୋଚନା କରାଯାଇଥିଲା । ଏହି ସମୟରେ ସମସ୍ତ ବିଷୟ ଗୁଡିକ ସଠିକ୍ ରୂପେ ସଜାଡି ରଖାଗଲେ ଧାନ ସଂଗ୍ରହ ପ୍ରକ୍ରିୟା ବେଳେ କୌଣସି ସମସ୍ୟା ଦେଖାଯିବ ନାହିଁ ବୋଲି ଅତିରିକ୍ତ ଜିଲ୍ଲାପାଳ ପ୍ରକାଶ କରିଥିଲେ ।

ବୈଠକରେ ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ମୁଖ୍ୟ ଜିଲ୍ଲା ଯୋଗାଣ ଅଧିକାରୀ ଉମା ଶଙ୍କର ପତି, ଅତିରିକ୍ତ ଯୋଗାଣ ଅଧିକାରୀ ବ୍ରଜେନ୍ଦ୍ର କୁମାର ମହାନ୍ତି, ଯୋଗାଣ ଅଧିକାରୀ ପୁଷା ମୁଣ୍ଡା, ସମବାୟ ଉପନିବନ୍ଧକ ବ୍ରହ୍ମପୁର ଡିଭିଜନ୍ ବିଶ୍ବ ରଞ୍ଜନ ଦାଶ, ସହକାରୀ ସମବାୟ ଉପନିବନ୍ଧକ ସୁକାନ୍ତ କୁମାର ପାଢୀ, ଭାରପ୍ରାପ୍ତ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଭାସ୍କର ପାଢୀ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା ପ୍ରମୁଖ ଉପସ୍ଥିତ ରହିଥିଲେ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details