ଓଡିଶା

odisha

ETV Bharat / state

ଚାକିରୀ ପ୍ରଲୋଭନ ଦେଖାଇ ଲୁଟୁଥିଲେ ଟଙ୍କା, କାବୁୁ କଲା ପୋଲିସ - fraude case

ରାଜ୍ୟରେ ମାତିଛନ୍ତି ଠକ । ଚାକିରୀ ପ୍ରଲୋଭନ ଦେଖାଇ ଜଣେ ଯୁବକଙ୍କୁ ଠକି ଥିବା ଅଭିଯୋଗରେ ଜଣେଙ୍କୁ ଗିରଫ କରିଛି ପୋଲିସ । ଅଧିକ ପଢନ୍ତୁ...

ଗିରଫ ଯୁବକ
ଗିରଫ ଯୁବକ

By

Published : Jan 19, 2021, 10:03 AM IST

ବ୍ରହ୍ମପୁର:ରାଜ୍ୟରେ ମାତିଛନ୍ତି ଠକ । ବିଭିନ୍ନ ଉପାୟରେ ବିଭିନ୍ନ ଲୋକଙ୍କୁ ଠକି ଚାଲିଛନ୍ତି ଠକ । ବ୍ରହ୍ମପୁର ସହରରେ ଚାକିରୀ ପ୍ରଲୋଭନ ଦେଖାଇ ଜଣେ ଯୁବକଙ୍କୁ ଠକି ଥିବା ଅଭିଯୋଗରେ ଜଣେଙ୍କୁ ଗିରଫ କରିଛି ପୋଲିସ ।

ସୂଚନାନୁସାରେ, ଛତ୍ରପୁର ଥାନା ଅନ୍ତର୍ଗତ ମୁନିସପେଣ୍ଠ ଅଞ୍ଚଳର ସନ୍ତୋଷ ବିଶ୍ବାଳ ନାମକ ଜଣେ ଯୁବକ ଗତ ୨୦୧୫ ମସିହାରେ ବ୍ରହ୍ମପୁର ସହରର ଅନନ୍ତ ନଗର ଅଞ୍ଚଳରେ ଇଣ୍ଡିଆ ହେଲ୍ପଲାଇନ ଚାରିଟେବୁଲ ଟ୍ରଷ୍ଟ ନାମକ ଏକ ଠକ ସଂସ୍ଥା ଚଲାଇ ଆସୁଥିବା ଜଣାପଡିଛି । ସହରରେ ଥିବା ବେକାରୀ ଯୁବକଙ୍କୁ ଚାକିରୀ ଯୋଗାଇ ଦେବାରୁ ପ୍ରତିଶ୍ରୁତି ଦେଇ ଟଙ୍କା ଠକି ନେଇ ଫେରାର ହୋଇଯାଉଥିବା ଥିବା ଜଣାପଡିଛି ।

ଘଟଣାର ଅଭିଯୋଗ ହେବା ପରେ ସନ୍ତୋଷକୁ ଧିରିବାକୁ ପୋଲିସ ଉଦ୍ୟମ ଆରମ୍ଭ କରିଥିଲା । ପୋଲିସ ଆଖିରେ ଧୂଳି ଦେଇ ସନ୍ତୋଷ ଫେରାର ରହିଥିବା ବେଳେ ତାକୁ ଧରିବା ପାଇଁ ଉଦ୍ୟମ ଜାରି ରହିଥିଲା । ଶେଷରେ ଭୁବନେଶ୍ୱର ସୁନ୍ଦରପଡ଼ା ଅଞ୍ଚଳର ମୁନଷ୍ଟୋନ ଆପାର୍ଟମେଣ୍ଟର ଫ୍ଲାଟ ନଂ ୩୦୬ରୁ ସନ୍ତୋଷକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ସନ୍ତୋଷ ନାମରେ ଏନେଇ ସହରର ବୈଦ୍ୟନାଥପୁର ଥାନାରେ ଆଗରୁ ପାଞ୍ଚୋଟି ମାମଲା ରୁଜୁ ହୋଇଥିବା ଜଣାପଡିଛି । ଏହି ଘଟଣାରେ ଅନ୍ୟ କେହି ବ୍ୟକ୍ତିବିଶେଷ ସମ୍ପୃକ୍ତି ରହିଛନ୍ତି କି ନାହିଁ ସେହି ସଂପର୍କରେ ତଦନ୍ତ ପାଇଁ ପୋଲିସ ସନ୍ତୋଷକୁ ରିମାଣ୍ଡରେ ନେବା ପାଇଁ ଆବେଦନ କରାଯାଇଥିବା ଅତିରିକ୍ତ ଏସ୍.ପି ପ୍ରଭାତ ରାଉତରାୟ ସୂଚନା ଦେଇଛନ୍ତି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details