ଓଡିଶା

odisha

ETV Bharat / state

'ସମସ୍ତ ଅଙ୍ଗନାୱାଡି କର୍ମୀଙ୍କୁ ଯୋଗାଇ ଦିଆଯିବ ମୋବାଇଲ'

ରାଜ୍ୟର ସମସ୍ତ ଅଙ୍ଗନାୱାଡି କର୍ମୀଙ୍କୁ ମୋବାଇଲ ଫୋନ ଯୋଗାଇ ଦିଆଯିବ ବୋଲି ମନ୍ତ୍ରୀ ଟୁକୁନି ସାହୁ ଘୋଷଣା କରିଛନ୍ତି । ଅଧିକ ପଢନ୍ତୁ...

Odisha govt. will provide mobile phone to every Anganbadi Workers
ସମସ୍ତ ଅଙ୍ଗନାୱାଡି କର୍ମୀଙ୍କୁ ଯୋଗାଇ ଦିଆଯିବ ମୋବାଇଲ ଫୋନ: ମନ୍ତ୍ରୀ ଟୁକୁନି ସାହୁ

By

Published : Jan 24, 2021, 6:52 PM IST

Updated : Jan 24, 2021, 7:36 PM IST

ବ୍ରହ୍ମପୁର:ରାଜ୍ୟର ସମସ୍ତ ଅଙ୍ଗନାୱାଡି କର୍ମୀଙ୍କୁ ଯୋଗାଇ ଦିଆଯିବ ମୋବାଇଲ ଫୋନ୍ । ଓଡିଶା ଅଙ୍ଗନୱାଡି କର୍ମୀ ଓ ସହାୟିକା ସାମୁଖ୍ୟ ପକ୍ଷରୁ ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁରଠାରେ ଆୟୋଜିତ ପ୍ରଥମ କାର୍ଯ୍ୟକାରିଣୀ ବୈଠକରେ ଯୋଗ ଦେଇ ରାଜ୍ୟ ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ଟୁକୁନି ସାହୁ ଘୋଷଣା କରିଛନ୍ତି ।

ସମସ୍ତ ଅଙ୍ଗନାୱାଡି କର୍ମୀଙ୍କୁ ଯୋଗାଇ ଦିଆଯିବ ମୋବାଇଲ ଫୋନ: ମନ୍ତ୍ରୀ ଟୁକୁନି ସାହୁ

ଏହି ଅବସରରେ ସମସ୍ତେ କୋରୋନା ମହାମାରୀ ସମୟରେ ଅଙ୍ଗନାୱାଡି କର୍ମୀଙ୍କ ଭୂମିକା ଏବଂ ସେମାନଙ୍କର ନିୟମିତ କାର୍ଯ୍ୟ ଯୋଗୁଁ ବର୍ତ୍ତମାନ ରାଜ୍ୟ କୋଭିଡ୍ ମୁକ୍ତ କରିବାରେ ଅନେକ ସହାୟତା ହୋଇଥିବା ଏବଂ ସରାକରଙ୍କ କୋଭିଡ଼ ପାଇଁ ରହିଥିବା ପଦକ୍ଷେପକୁ ଘରେ ଘରେ ପହଞ୍ଚାଇବାରେ ଏହା ଅନେକ ମାତ୍ରାରେ ସହାୟକ ହୋଇଥିବା ନେଇ ଉପସ୍ଥିତ ଅତିଥିମାନେ କୃତଜ୍ଞତା ଜଣାଇଥିଲେ । ସାମୁଖ୍ୟ ପକ୍ଷରୁ ରାଜଧାନୀ ଭୁବନେଶ୍ୱରରେ ହୋଇଥିବା ରାଜ୍ୟ ସ୍ତରୀୟ ସମାବେଶ ପରେ ଗଞ୍ଜାମ ଜିଲ୍ଲାରେ ପ୍ରଥମ କାର୍ଯ୍ୟକାରିଣୀ ବୈଠକ ବ୍ରହ୍ମପୁରଠାରେ ଆୟୋଜିତ ହୋଇଥିଲା । ଆଗାମୀ ଦିନରେ ଏହି ସଙ୍ଗଠନକୁ ଆହୁରି ବ୍ୟାପକ କରିବାକୁ ଆହ୍ୱାନ କରାଯାଇଥିବା ବେଳେ ବ୍ଳକ ସ୍ତରରୁ ଆରମ୍ଭ କରି ସାରା ରାଜ୍ୟରେ ଏହି ସଙ୍ଗଠନକୁ ସୁଦୃଢ କରିବାକୁ ଆହ୍ବାନ କରାଯାଇଥିଲା ।

ସମସ୍ତ ଅଙ୍ଗନାୱାଡି କର୍ମୀଙ୍କୁ ଯୋଗାଇ ଦିଆଯିବ ମୋବାଇଲ ଫୋନ: ମନ୍ତ୍ରୀ ଟୁକୁନି ସାହୁ

ଗତ ୨୦୧୮ ମସିହାରେ ସାରା ରାଜ୍ୟରେ ଅଙ୍ଗନାୱାଡି କର୍ମୀ ଏବଂ ସହାୟିକାଙ୍କ ଆନ୍ଦୋଳନ ସମୟରେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଦିଆଯାଇଥିବା ଅନେକ ପ୍ରତିଶୃତି ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ ଅଙ୍ଗନାୱାଡିଙ୍କ ମାସିକ ସହାୟତା ରାଶିଠାରୁ ଆରମ୍ଭ କରି ଅନେକ ପ୍ରତିଶୃତି କାର୍ଯ୍ୟକାରୀ କରାଯାଇଥିବା ବେଳେ କୋରୋନା ଲଢେଇ ସମୟରେ ମୁଖ୍ୟମନ୍ତ୍ରୀ ଅନେକ ଥର ଅଙ୍ଗନାୱାଡିଙ୍କ କାର୍ଯ୍ୟକୁ ପ୍ରଶଂସା କରିଥିବା ବେଳେ କୋରୋନା ଯୋଦ୍ଧାର ସମ୍ମାନ ମଧ୍ୟ ଦେଇଥିଲେ । ହେଲେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅଙ୍ଗନାୱାଡୀ କର୍ମୀଙ୍କ ପ୍ରତି କରାଯାଉଥିବା ଉପେକ୍ଷାକୁ ନେଇ ପ୍ରଶ୍ନ ଉଠିଥିବା ବେଳେ ଆଗାମୀ ଦିନରେ ଏଥିପ୍ରତି ଅଧିକ ଦୃଷ୍ଟି ଦିଆଯିବ ବୋଲି କୁହାଯାଇଛି ।

ଏହି କାର୍ଯ୍ୟକ୍ରମରେ ଅତିଥି ରୂପେ ରାଜ୍ୟସଭା ସାଂସଦ ସୁବାସ ସିଂ, ବ୍ରହ୍ମପୁରର ସାଂସଦ ଚନ୍ଦ୍ରଶେଖର ସାହୁ , ଆସିକା ସାଂସଦ ପ୍ରମିଳା ବିଷୋୟୀ, ପୂର୍ବତନ ମନ୍ତ୍ରୀ ତଥା ଚିକିଟି ବିଧାୟିକା ଉଷା ଦେବୀ, ରାଜ୍ୟ ଶ୍ରମିକ କଲ୍ୟାଣ ବୋର୍ଡର ଅଧ୍ୟକ୍ଷ ତଥା ପୂର୍ବତନ ବ୍ରହ୍ମପୁରର ବିଧାୟକ ଡାକ୍ତର ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ, ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣୀ ବୈଦ୍ୟ, ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ, ସୋରଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ଆସିକା ବିଧାୟକା ମଞ୍ଜୁଲତା ସ୍ୱାଇଁ, ପୂର୍ବତନ ସାନଖେମୁଣ୍ଡି ବିଧାୟିକା ନନ୍ଦିନୀ ଦେବୀ, ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା, ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ପରାମର୍ଶଦାତା ଡା. ଗୋପବନ୍ଧୁ ଦାଶ ଏବଂ ସାମୁଖ୍ୟର ରାଜ୍ୟ ସଭାନେତ୍ରୀ ନନ୍ଦିନୀ ପଣ୍ଡା ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

ବ୍ରହ୍ମପୁରରୁ ସମୀର କୁମାର ଆଚାର୍ଯ୍ୟ, ଇଟିଭି ଭାରତ

Last Updated : Jan 24, 2021, 7:36 PM IST

ABOUT THE AUTHOR

...view details