ବ୍ରହ୍ମପୁର:ଦକ୍ଷିଣ ଓଡ଼ିଶାର 5 ଜିଲ୍ଲାର ବରିଷ୍ଠ ନାଗରିକଙ୍କୁ ନେଇ କନ୍ଯାକୁମାରୀ ଅଭିମୁଖେ ବାହାରିଲା ସ୍ୱତନ୍ତ୍ର ଟ୍ରେନ୍ । ରାଜ୍ଯ ସରକାରଙ୍କ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ଏହି ସ୍ବତନ୍ତ୍ର ଟ୍ରେନ୍ ବାହାରିଛି । ଏନେଇ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ ବାର୍ତ୍ତା ମାଧ୍ଯମରେ ବରିଷ୍ଠ ନାଗରିକଙ୍କ ଏହି ଯାତ୍ରାକୁ ସ୍ୱାଗତ କରିବା ସହ ଏହି ସ୍ବତନ୍ତ୍ର ଟ୍ରେନର ଶୁଭାରମ୍ଭ କରିଛନ୍ତିି ।
ରାଜ୍ଯ ସରକାରଙ୍କ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ଦକ୍ଷିଣ ଓଡିଶାର 5 ଜିଲ୍ଲାର ବରିଷ୍ଠ ନାଗରିକଙ୍କୁ ନେଇ ବ୍ରହ୍ମପୁର ରେଳଷ୍ଟେସନ୍ରୁ ବାହାରିଲା ସ୍ବତନ୍ତ୍ର ଟ୍ରେନ୍ । ଏହି ରେଳ କନ୍ଯାକୁମାରୀଠାରୁ ତ୍ରିଭନ୍ଦ୍ରମ ଅଭିମୁଖେ ଯାତ୍ରା କରିବ । ଏହି ସ୍ୱତନ୍ତ୍ର ଟ୍ରେନ୍ରେ ଗଞ୍ଜାମ, ଗଜପତି, କନ୍ଧମାଳ, ବୌଦ୍ଧ ଓ ନୟାଗଡ଼ ଭଳି ଜିଲ୍ଲାର ବରିଷ୍ଠ ନାଗରିକଙ୍କୁ ନେଇ ଟୁରିଷ୍ଟ ଗାଇଡ୍ ମାନେ ଏହି ସ୍ୱତନ୍ତ୍ର ଟ୍ରେନରେ ଯାତ୍ରା ଆରମ୍ଭ କରିଛନ୍ତି ।
ଏହାମଧ୍ୟ ପଢନ୍ତୁ.. SLSWCA ବୈଠକରେ ୧୨ ପ୍ରକଳ୍ପକୁ ଅନୁମୋଦନ; ୪,୭୧୫ ନିଯୁକ୍ତି ସମ୍ଭାବନା
ଏହି ଟ୍ରେନ ବିଭିନ୍ନ ତୀର୍ଥ ସ୍ଥାନ ପରିକ୍ରମା କରିବା ପରେ ପୁଣି ବ୍ରହ୍ମପୁର ରେଳଷ୍ଟେସନରେ ପହଞ୍ଚିବ । ରାଜ୍ଯ ସରକାରଙ୍କ ଅନେକ ଯୋଜନା ମଧ୍ଯରୁ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା 2017 ମସିହାରୁ ଆରମ୍ଭ ହୋଇଥିବା ବେଳେ ଏଥିରେ ରାଜ୍ଯର ବିଭିନ୍ନ ଅଞ୍ଚଳରୁ ବରିଷ୍ଠ ନାଗରିକମାନେ ସଂପୂର୍ଣ୍ଣ ମାଗଣାରେ ବିଭିନ୍ନ ତୀର୍ଥସ୍ଥାନ ପରିକ୍ରମା କରି ଫେରୁଥିବା ଦେଖିବାକୁ ମିଳିଛି । ଚଳିତବର୍ଷ ଏହି ଯୋଜନାରେ ଏକ ହଜାର ଯାତ୍ରୀ ଏହି ସ୍ବତନ୍ତ୍ର ଟ୍ରେନ୍ ଯୋଗେ କନ୍ଯାକୁମାରୀଠାରୁ ତ୍ରିଭନ୍ଦ୍ରମ ଅଭିମୁଖେ ଯାତ୍ରା କରିବେ । ସରକାରଙ୍କ ଏଭଳି ପଦକ୍ଷେପକୁ ବରିଷ୍ଠ ନାଗରିକମାନେ ବେଶ ସ୍ୱାଗତ କରିଛନ୍ତି ।