ଓଡିଶା

odisha

ETV Bharat / state

ଅପରାଧୀ ଶିବା ବିଷୋୟୀ ବିରୋଧରେ ଲାଗିଲା ଏନ.ଏସ.ଏ

ବ୍ରହ୍ମପୁର ସହରର ଦୁର୍ଦ୍ଦାନ୍ତ ଅପରାଧୀ ଶିବା ବିଷୋୟୀ ବିରୋଧରେ ଲାଗିଛି ଜାତୀୟ ନିରାପତ୍ତା ଆଇନ ।

By

Published : Aug 8, 2019, 2:25 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ବ୍ରହ୍ମପୁର: କ୍ରାଇମ ସିଟି ଭାବେ ପରିଚିତ ବ୍ରହ୍ମପୁର ସହର । ଏଠାରେ ଅନେକ ଦୁର୍ଦ୍ଦାନ୍ତ ଅପରାଧୀଙ୍କ ଜନ୍ମ । ତେବେ ଏମାନଙ୍କୁ ଦମନ କରିବା ପାଇଁ ପୋଲିସ ପକ୍ଷରୁ ମଧ୍ୟ ନିଆଯାଉଛି ଦୃଢ଼ କାର୍ଯ୍ୟାନୁଷ୍ଠାନ । ସହରର ଦୁର୍ଦ୍ଦାନ୍ତ ଅପରାଧୀ ଶିବା ବିଷୋୟୀ ବିରୋଧରେ ଜାତୀୟ ନିରାପତ୍ତା ଆଇନ ଲାଗୁ କରାଯାଇଛି।

ସୂଚନା ଅନୁସାରେ ଶିବା ନାମରେ ପୂର୍ବରୁ ଜିଲ୍ଲାର ବିଭିନ୍ନ ଥାନାରେ ଏକାଧିକ ସଙ୍ଗୀନ ଅପରାଧିକ ମାମଲା ରହିଥିଲା । ଶେଷରେ ଏହି ଅପରାଧ ବିରୋଧରେ ଏହି ଏନ୍.ଏସ୍.ଏ (ନ୍ୟାଶନାଲ ସିକ୍ୟୁରିଟି ଆକ୍ଟ) ବା ଜାତୀୟ ନିରାପତ୍ତା ଆଇନ ଲାଗୁ କରାଯାଇଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details