ଓଡିଶା

odisha

ETV Bharat / state

ଜାତୀୟ ଶିକ୍ଷା ଦିବସ ଅବସରରେ ବ୍ରହ୍ମପୁରରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ

ଦେଶର ପ୍ରଥମ ଶିକ୍ଷାମନ୍ତ୍ରୀ ଡ. ମୌଲାନା ଆବୁଲ କଲାମ ଆଜାଦଙ୍କ ଜନ୍ମ ଜୟନ୍ତୀକୁ ଜାତୀୟ ଶିକ୍ଷା ଦିବସ (National Education Day 2022)ଭାବେ ପାଳୁଛି ସାରାଦେଶ । ଏହି ଅବସରରେ ବ୍ରହ୍ମପୁର ସହରର ବସ୍ତିରେ ଆୟୋଜିତ ହେଲା ସ୍ବତନ୍ତ୍ର କାର୍ଯ୍ୟକ୍ରମ । ଅଧିକ ପଢନ୍ତୁ

By

Published : Nov 12, 2022, 7:07 AM IST

ଜାତୀୟ ଶିକ୍ଷା ଦିବସ, ବସ୍ତିରେ ଆୟୋଜିତ ହେଲା ସ୍ବତନ୍ତ୍ର କାର୍ଯ୍ୟକ୍ରମ
ଜାତୀୟ ଶିକ୍ଷା ଦିବସ, ବସ୍ତିରେ ଆୟୋଜିତ ହେଲା ସ୍ବତନ୍ତ୍ର କାର୍ଯ୍ୟକ୍ରମ

ବ୍ରହ୍ମପୁର:ଜାତୀୟ ଶିକ୍ଷା ଦିବସ (National Education Day 2022)ଅବସରରେ ବ୍ରହ୍ମପୁର ସହରର ବସ୍ତିରେ ଆୟୋଜିତ ହେଲା ସ୍ବତନ୍ତ୍ର କାର୍ଯ୍ୟକ୍ରମ । ସାତ୍ତ୍ବିକ ସୋଲ ଫାଉଣ୍ଡେସନ ବ୍ରହ୍ମପୁର ଟିମ୍ ପକ୍ଷରୁ ଜାତୀୟ ଶିକ୍ଷା ଦିବସ ଅବସରରେ ଏକ କାର୍ଯ୍ୟକ୍ରମ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ସ୍ଥିତ ବସ୍ତି ଠାରେ ପାଳନ କରାଯାଇଛି ।

ଏଥିରେ କି ପିଲା ମାନଙ୍କର ମଧ୍ୟରେ କୌତୁହଳ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । ସେହି ପ୍ରତିଯୋଗିତା ମାଧ୍ୟମରେ ବିଜେତା ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ଶେଷରେ ପିଲାଙ୍କ ମଧ୍ୟରେ ଚକୋଲେଟ୍ ଓ ମିଠା ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ସଂଯୋଜକ ଭରତ ଗୌରବ ଦାସ ଏବଂ ଅନ୍ୟ ସଦସ୍ୟ ଜସ୍ମିନ୍, ସୁନୀତା, ଅତ୍ରାହି, ସୁଚିତ୍ରା, ଚିନ୍ମୟୀ, ଅମିଷା, ସଂଗୀତା, ଶିବାନୀ ଏବଂ ଲକ୍ଷ୍ମୀ ଯୋଗଦାନ ଦେଇ ସୂଚାରୁ ରୂପେ ପରିଚାଳନା କରିଥିଲେ ।

ଜାତୀୟ ଶିକ୍ଷା ଦିବସ ଅବସରରେ ବ୍ରହ୍ମପୁରରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ

ଏହା ବି ପଢନ୍ତୁ- National Education Day: ଚିତ୍ରକଳା ମାଧ୍ୟମରେ ଶିଳ୍ପୀ ପ୍ରିୟଙ୍କାଙ୍କ ଶୁଭେଚ୍ଛା

ପିଲାମାନେ ବସ୍ତିର ଏକ ଗଛ ତଳେ ବସି ବିଭିନ୍ନ ପ୍ରତିଯୋଗିତା ମୂଳକ କାର୍ଯ୍ୟରେ ଅଂଶଗ୍ରହଣ କରିଥିଲେ । ପିଲାଙ୍କ ମଧ୍ୟରେ ବେଶ ଉତ୍ସୁକତା ମଧ୍ୟ ପରିଲକ୍ଷିତ ହୋଇଥିଲା । ବସ୍ତିର ଅନେକ କୁନି କୁନି ପିଲା ଏଥିରେ ଅଂଶଗ୍ରହଣ କରିଥିଲେ । ସୂଚନା ଥାଉ କି ଦେଶର ପ୍ରଥମ ଶିକ୍ଷାମନ୍ତ୍ରୀ ଡ. ମୌଲାନା ଆବୁଲ କଲାମ ଆଜାଦଙ୍କ ଜନ୍ମ ଜୟନ୍ତୀରେ ପାଳିତ ହୁଏ ଜାତୀୟ ଶିକ୍ଷା ଦିବସ । ଏହି ଦିବସକୁ ଜାତୀୟ ଶିକ୍ଷା ଦିବସ ଭାବେ ପାଳୁଛି ସାରାଦେଶ ।

ଇଟିଭି ଭାରତ, ବ୍ରହ୍ମପୁର

ABOUT THE AUTHOR

...view details