ଓଡିଶା

odisha

ETV Bharat / state

କ୍ବାରେଣ୍ଟାଇନ୍ ସେଣ୍ଟର ଗେଟ୍ ଭାଙ୍ଗି 200ରୁ ଉର୍ଦ୍ଧ୍ବ ପ୍ରବାସୀ ଚମ୍ପଟ

ଗଞ୍ଜାମ ଜିଲ୍ଲାକୁ ଆସିଥିବା 200ରୁ ଉର୍ଦ୍ଧ୍ବ ପ୍ରବାସୀ ଓଡିଆ ଆଜି(ରବିବାର) ଭୋର ସମୟରୁ ବିଭିନ୍ନ ସେଣ୍ଟରର ମୁଖ୍ୟ ଫାଟକ ଭାଙ୍ଗି କ୍ବାରେଣ୍ଟାଇନ୍ ସେଣ୍ଟରରୁ ଫେରାର ହୋଇଯାଇଥିବା ଜଣାପଡିଛି । ଅଧିକ ପଢନ୍ତୁ...

More than 200 Oriya migrants have fled the quarantine centers
କ୍ବାରେଣ୍ଟାଇନ୍ ସେଣ୍ଟର ଗେଟ୍ ଭାଙ୍ଗି 200ରୁ ଉର୍ଦ୍ଧ୍ବ ପ୍ରବାସୀ ଓଡିଆ ଫେରାର

By

Published : May 3, 2020, 12:57 PM IST

ବ୍ରହ୍ମପୁର: ମହାମାରୀ କୋରୋନାକୁ ନେଇ ଏବେ ସବୁଠି ଚିନ୍ତା । ଏଭଳି ସମୟରେ ଗଞ୍ଜାମ ଜିଲ୍ଲାକୁ ଆସିଥିବା ପ୍ରବାସୀ ଓଡିଆ ଆଜି(ରବିବାର) ଭୋର ସମୟରୁ ବିଭିନ୍ନ ସେଣ୍ଟରର ମୁଖ୍ୟ ଫାଟକ ଭାଙ୍ଗି କ୍ବାରେଣ୍ଟାଇନ୍ ସେଣ୍ଟରରୁ ଫେରାର ହୋଇଯାଇଥିବା ଜଣାପଡିଛି । ଜିଲ୍ଲାର ବେଗୁନିଆପଡା ବ୍ଲକର ରାଗପୁର ଆଦର୍ଶ ବିଦ୍ୟାଳୟ ଏବଂ ଜନତା ହାଇସ୍କୁଲର କ୍ବାରେଣ୍ଟାଇନ୍ ହୋମରୁ ଦୁଇ ଶହରୁ ଉର୍ଦ୍ଧ୍ବ ଚମ୍ପଟ ମାରିଥିବା ସୂଚନା ମିଳିଛି ।

କ୍ବାରେଣ୍ଟାଇନ୍ ସେଣ୍ଟର ଗେଟ୍ ଭାଙ୍ଗି 200ରୁ ଉର୍ଦ୍ଧ୍ବ ପ୍ରବାସୀ ଓଡିଆ ଫେରାର

ଗତକାଲି ସେମାନେ ସୁରତରୁ ଆସିଥିବା ବେଳେ କେଉଁ କାରଣ ପାଇଁ ଏପରି କଲେ ତାହା ଏଯାବତ ସ୍ପଷ୍ଟ ହୋଇନାହିଁ । ସେହିଭଳି ଆସିକା ଅଞ୍ଚଳର କେତେକ କ୍ବାରେଣ୍ଟାଇନ୍ ସେଣ୍ଟରରୁ ଫେରାର ହୋଇଥିବା ବେଳେ ବିଭିନ୍ନ ସ୍ଥାନରେ ସେମାନଙ୍କୁ ପୋଲିସ ଅଟକ ରଖିଥିବା ଜଣାପଡ଼ିଛି । ପ୍ରଶାସନ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ନିର୍ଦ୍ଧିଷ୍ଟ ସୂଚନା ମିଳିନାହିଁ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details