ଓଡିଶା

odisha

ଲୋକ ଲଜ୍ୟା ସହିନପାରି ନାବାଳିକାର ଆତ୍ମହତ୍ୟା

ଗଞ୍ଜାମ ଜିଲ୍ଲା ତାରସିଂ ଥାନା ଅନ୍ତର୍ଗତ ଜଡ଼ା ଘାଟୁଣି ଗ୍ରାମରେ ଲୋକ ଲଜ୍ୟା ଭୟରେ ଜଣେ ନାବାଳିକା ଶନିବାର ସକାଳ ସମୟରେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ

By

Published : Jul 13, 2022, 4:24 PM IST

Published : Jul 13, 2022, 4:24 PM IST

ଲୋକ ଲଜ୍ୟା ସହିନପାରି ନାବାଳିକାର ଆତ୍ମହତ୍ୟା
ଲୋକ ଲଜ୍ୟା ସହିନପାରି ନାବାଳିକାର ଆତ୍ମହତ୍ୟା

ଭଞ୍ଜନଗର:ମୋବାଇଲରେ ଅଶ୍ଳୀଳ ଫୋଟ ଭାଇରାଲ ଯୋଗୁଁ ନାବାଳିକାର ଆତ୍ମହତ୍ୟା । ଗଞ୍ଜାମ ଜିଲ୍ଲା ତାରସିଂ ଥାନା ଅନ୍ତର୍ଗତ ଜଡ଼ା ଘାଟୁଣି ଗାଁରେ ଲୋକ ଲଜ୍ୟା ଭୟରେ ଜଣେ ନାବାଳିକା ଶନିବାର ସକାଳେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ସୂଚନା ମୁତାବକ, କିଛିଦିନ ତଳେ ୧୫ ବର୍ଷୀୟ ନାବାଳିକା ଗାଧୋଇବାକୁ ନଦୀକୁ ଯାଉଥିବା ବେଳେ ସେହି ଗ୍ରାମର ରମେଶ ଗୌଡ଼ଙ୍କ ନାବାଳକ ପୁଅ ତାକୁ ଜୋର ଜବରଦସ୍ତି ଟେକିନେଇ ଅସଦାଚରଣ କରିଥିଲା । ଏପରିକି ନାବାଳିକାର କିଛି ଅଶ୍ଳୀଳ ଫୋଟ ଉଠାଇ ଅନ୍ୟଜଣେ ନାବାଳକର ମୋବାଇଲରୁ ଫୋଟ ଗୁଡିକ ଭାଇରାଲ କରିଥିବା ନେଇ ଅଭିଯୋଗ ହୋଇଛି । ଏହି ଘଟଣାରେ ପୋଲିସ ରମେଶ ଗୌଡଙ୍କ ସମେତ ଦୁଇ ନାବଳକକୁ ଗିରଫ କରିଛି ।

ଲୋକ ଲଜ୍ୟା ସହିନପାରି ନାବାଳିକାର ଆତ୍ମହତ୍ୟା

ପରିବାରର ଅଭିଯୋଗ ଅନୁଯାୟୀ, ନାବାଳିକାର ଫୋଟ ଏବଂ ଭିଡିଓକୁ ତା’ର ସାଙ୍ଗ ମୋବାଇଲକୁ ପଠାଇଥିଲା । ଉଭୟ ମିଶି ଫୋଟ ଗୁଡିକୁ ସବୁ ଆଡେ ଭାଇରାଲ କରିଥିଲେ । ଏହା ଜାଣିବା ପରେ ନାବାଳିକାର ବାପା ଗାଁରେ ଜାତି ଭାଇଙ୍କୁ ଜଣାଇ ବୈଠକ ଡାକି ଉଭୟ ରମେଶ ଗୌଡ଼ ଓ ତାଙ୍କ ନାବାଳକ ପୁଅକୁ ପଚାରିବାରୁ ସେମାନେ ଘଟଣା ସମ୍ପର୍କରେ ରାଜି ହୋଇଥିଲେ । କିନ୍ତୁ, ଉଭୟ ପୁଅ ଝିଅ ନାବଳକ ଥିବାରୁ ଉପଯୁକ୍ତ ବୟସ ହେଲେ ସେମାନଙ୍କ ବିବାହ କରିବାକୁ ନିଷ୍ପତ୍ତି ହୋଇଥିଲା । ତେବେ ଗତ ୭ ତାରିଖରେ ରମେଶ ଓ ତାଙ୍କ ନାବାଳକ ପୁଅ ଆସି ବିବାହ ପାଇଁ ମନା କରିଥିଲେ । ଏଥି ସହିତ ତାଙ୍କ ନିକଟରେ ଥିବା ବଳକା ଫୋଟକୁ ଭାଇରାଲ କରିବା ନିମନ୍ତେ ଧମକ ଦେବା ସହ ହତ୍ୟା ଧମକ ଦେଇଥିଲେ ।

ଏହାପରେ ଲୋକ ଲଜ୍ୟା ଭୟରେ ନାବାଳିକା ଜଣକ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ନେଇ ଅଭିଯୋଗ ହୋଇଥିଲା । ଏହି ନାବାଳିକା ଆତ୍ମହତ୍ୟା ଘଟଣାରେ 3 ଜଣକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଏହି ଘଟଣାରେ ଆଉ କାହାର ସଂପୃକ୍ତି ଅଛି ସେନେଇ ତଦନ୍ତ ଜାରୀ ରହିଛି ବୋଲି କହିଛନ୍ତି ଭଞ୍ଜନଗର sdpo ଶୁଭ୍ରାଂଶୁ ମିଶ୍ର ।

ଇଟିଭି ଭାରତ, ଭଞ୍ଜନଗର

ABOUT THE AUTHOR

...view details