ଓଡିଶା

odisha

ETV Bharat / state

ମନ ମୋହୁଛି ମାଣ୍ଡିଆରୁ ପ୍ରସ୍ତୁତ ରସଗୋଲା ଓ ରସ ମଲେଇ

ବ୍ରହ୍ମପୁରରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମେଳାରେ ପ୍ରଦର୍ଶିତ ହୋଇଛି ମାଣ୍ଡିଆରୁ ପ୍ରସ୍ତୁତ ସୁସ୍ବାଦୁ ଖାଦ୍ୟ । ଲୋକଙ୍କ ପ୍ରିୟ ଖାଦ୍ୟ ପାଲଟିଛି ମାଣ୍ଡିଆ ରସଗୋଲା । ଅଧିକ ପଢନ୍ତୁ

millet rasagola and momo attract people
millet rasagola and momo attract people

By

Published : Mar 10, 2023, 11:58 AM IST

ମନ ମୋହୁଛି ମାଣ୍ଡିଆରୁ ପ୍ରସ୍ତୁତ ରସଗୋଲା

ବ୍ରହ୍ମପୁର: ଦିନକୁ ଦିନ ମାଣ୍ଡିଆ ପ୍ରତି ବଢୁଛି ଲୋକଙ୍କ ଆଗ୍ରହ । ମାଣ୍ଡିଆରୁ ପ୍ରସ୍ତୁତ ଖାଦ୍ୟ ଏବେ ଲୋକଙ୍କ ପ୍ରିୟ ଖାଦ୍ୟ ପାଲଟିଛି । ଚା’ ଠାରୁ ଆରମ୍ଭ କରି ପିଠା, ମିଠା ଓ ସ୍ନାକ୍ସ ମଧ୍ୟ ମାଣ୍ଡିଆରୁ ତିଆରି ହେଉଛି । ଏବେ ମାଣ୍ଡିଆରୁ ତିଆରି ସୁଆଦିଆ ଖାଦ୍ୟର ପସରା ମେଲିଛି ବ୍ରହ୍ମପୁର ସହରରେ । ଏଠାରେ ଆୟୋଜିତ ଜିଲ୍ଲା ସ୍ତରୀୟ ଅଣୁ , କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ପ୍ରଦର୍ଶନୀ ମେଳାରେ ମାଣ୍ଡିଆରୁ ପ୍ରସ୍ତୁତ ବିଭିନ୍ନ ଖାଦ୍ୟକୁ ପ୍ରଦର୍ଶନୀ କରାଯାଇଛି । ଯେଉଁଠାରେ ମାଣ୍ଡିଆରେ ତିଆରି ରସଗୋଲା ଠାରୁ ଆରମ୍ଭ କରି ମୋମୋ ଓ ଦହି ବରା ମଧ୍ୟ ବିକ୍ରି କରାଯାଉଛି । ଗଞ୍ଜାମ ଜିଲ୍ଲାର ଜୟ ଜଗନ୍ନାଥ ଉତ୍ପାଦକ ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳା ମାନେ ଏହି ପ୍ରଦର୍ଶନୀ ମେଳାରେ ମାଣ୍ଡିଆରୁ ପ୍ରସ୍ତୁତ ଖାଦ୍ୟକୁ ବିକ୍ରି କରୁଛନ୍ତି । ଯାହାକୁ ଖାଇବା ପାଇଁ ଷ୍ଟଲରେ ଲୋକଙ୍କ ଗହଳି ଜମୁଛି ।

କେବଳ ମାଣ୍ଡିଆ ରସଗୋଲା ନୁହଁ ବରଂ ରସ ମଲେଇ, ଆଳୁଚପ, ଲଡୁ, ଖଜ୍ଜା, ସେଓ, ଗାଣ୍ଠିଆ ମଧ୍ୟ ଷ୍ଟଲରେ ଉପଲବ୍ଧ ରହିଛି । ଏପରି ସୁଆଦିଆ ଖାଦ୍ୟ ହାତ ପାହାନ୍ତାରେ ପାଇବା ପରେ କିଏ ଖୁସିରେ ଖୁସିରେ ମନ ଭରି ଖାଉଛି ତ ପୁଣି କିଏ ଘରକୁ ପାର୍ସଲ ନେଇଯାଉଥିବା ଦେଖିବାକୁ ମିଳିଛି । ତେବେ ମାଣ୍ଡିଆରେ ପ୍ରସ୍ତୁତ ଖାଦ୍ୟକୁ ପ୍ରଥମ ଥର କ୍ରୟ କରି ନେଉଥିବା ବ୍ରହ୍ମପୁର ବାସିନ୍ଦା ବେଶ ଖୁସି ପ୍ରକଟ କରିଛନ୍ତି । ତେବେ ଗଞ୍ଜାମ ଜିଲ୍ଲାର ଶିକ୍ଷିତ ବେକାର ଯୁବକ ଯୁବତୀ ମାନଙ୍କୁ ଆତ୍ମନିଯୁକ୍ତି ପ୍ରଦାନ କ୍ଷେତ୍ରରେ ସହାୟକ ପାଇଁ ଏଭଳି ଉଦ୍ୟୋଗୀ ମେଳା ଆୟୋଜିତ ହୋଇଛି । ଯୁବପିଢି କିପରି ଅଣୁ ,କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ପ୍ରତି ଆଗ୍ରହ ପ୍ରକାଶ କରିବେ ଏବଂ ଏଥିରେ ଅଂଶିଦାରୀ ହେବା ନିମନ୍ତେ ସରକାରଙ୍କ ଦ୍ୱାରା ପରିଚାଳିତ ନୀତି ନିୟମ ସମ୍ପର୍କରେ ଅବଗତ ହୋଇପାରିବେ ସେନେଇ ଅଧିକ ଗୁରୁତ୍ୱ ଦିଆଯାଉଛି ।

ଏହା ମଧ୍ୟ ପଢନ୍ତୁ-ମାଆର ତଣ୍ଟି ଚିପି ହତ୍ୟା କଲା ପୁଅ, ଥାନାରେ କଲା ଆତ୍ମସମର୍ପଣ

ଏପରିକି ଏଠାରେ ରହିଥିବା ଏକ ସ୍ୱତନ୍ତ୍ର ଷ୍ଟଲରେ ଯୁବ ବର୍ଗଙ୍କୁ ଆତ୍ମନିଯୁକ୍ତି ପ୍ରଦାନ ପାଇଁ କାଉନସିଲିଂ ସହିତ ପରବର୍ତ୍ତୀ ସମୟରେ ସେମାନଙ୍କୁ କିପରି ବିଭାଗ ସହିତ ଯୋଗାଯୋଗରେ ରଖାଯାଇପାରିବ ସେ ନେଇ ସ୍ୱତନ୍ତ୍ର ଦୃଷ୍ଟି ଦିଆଯାଉଛି । ଏଥିରେ ଜିଲ୍ଲାର କୁଶଳୀ କାରିଗର, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗୀ ବୃହତ୍ ଶିଳ୍ପର ପ୍ରତିନିଧି ମାନେ ଯୋଗ ଦେଇଛନ୍ତି ।

ଇଟିଭି ଭାରତ ବ୍ରହ୍ମପୁର

ABOUT THE AUTHOR

...view details