ଓଡିଶା

odisha

ETV Bharat / state

ବିଭିନ୍ନ ଦୁର୍ନୀତି ବିରୋଧରେ ସହଜରେ କରିପାରିବେ ଲୋକାୟୁକ୍ତଙ୍କୁ ଅଭିଯୋଗ

ଦୁର୍ନୀତି ବିରୋଧରେ ସହଜରେ କରିପାରିବେ ଲୋକୟୁକ୍ତଙ୍କୁ ଅଭିଯୋଗ । ରାଜ୍ୟର ଯେ କୌଣସି ଅଞ୍ଚଳରୁ ଲୋକାୟୁକ୍ତଙ୍କ ନିକଟକୁ ଅଭିଯୋଗ ପଠାଇପାରିବେ ବୋଲି ବ୍ରହ୍ମପୁରରେ ଆୟୋଜିତ ସଚେତନତା କାର୍ଯ୍ୟକ୍ରମରେ କୁହାଯାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା,ବ୍ରହ୍ମପୁର

By

Published : Aug 18, 2019, 5:06 AM IST

ବ୍ରହ୍ମପୁର: ଏଣିକି ସିଧା ସଳଖ ଲୋକାୟୁକ୍ତଙ୍କ ନିକଟରେ ଯେ କେହି ବି କରିପାରିବେ ଆଭିଯୋଗ । ରାଜ୍ୟରେ କାର୍ଯ୍ୟରତ ଥିବା ସାଧାରଣ ସରକାରୀ କର୍ମଚାରୀ,ବରିଷ୍ଠ ଅଧିକାରୀ,ନିର୍ବାଚିତ ଜନପ୍ରତିନିଧିଙ୍କ ଠାରୁ ଆରମ୍ଭ କରି ରାଜନେତାଙ୍କ ପର୍ଯ୍ୟନ୍ତ। ଯେ କୌଣସି ବ୍ୟକ୍ତି ବିଶେଷଙ୍କ ଦୁର୍ନୀତି ବିରୁଦ୍ଧରେ ରାଜ୍ୟର ଲୋକାୟୁକ୍ତଙ୍କୁ ଏହାର ପ୍ରକୃତ ସତ୍ୟତା ରଖି ଅଭିଯୋଗ କରିପାରିବ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା,ବ୍ରହ୍ମପୁର

ରାଜ୍ୟରେ ଓଡିଶା ଲୋକାୟୁକ୍ତ ଆଇନ ୨୦୧୪ କାର୍ଯ୍ୟକାରୀ କରାଯାଇଥିଲା । ରାଜ୍ୟର ଯେ କୌଣସି ଅଞ୍ଚଳରୁ ଲୋକାୟୁକ୍ତଙ୍କ ନିକଟକୁ ଅଭିଯୋଗ ପଠାଇପାରିବେ ବୋଲି ବ୍ରହ୍ମପୁରରେ ଆୟୋଜିତ ସଚେତନତା କାର୍ଯ୍ୟକ୍ରମରେ କୁହାଯାଇଛି ।

ସହରର ଜିଲ୍ଲା ସ୍କୃତି ଭବନ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟ ଲୋକାୟୁକ୍ତ ଅଧ୍ୟକ୍ଷ ଜଷ୍ଟିସ ଅଜିତ ସିଂ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ରୂପେ ଲୋକାୟୁକ୍ତ ସଦସ୍ୟ ତଥା ପୁର୍ବତନ ପୋଲିସ ମହାନିର୍ଦ୍ଦେଶକ ରାଜେନ୍ଦ୍ର ପ୍ରସାଦ ଶର୍ମା ,ମୁଖ୍ୟବକ୍ତା ରୂପେ ଜଷ୍ଟିସ ବି.କେ.ନାୟକ ପ୍ରମୁଖ ଉପସ୍ଥିତ ରହି ଏହି ନୂତନ ଆଇନ ଏବଂ ଏହାର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଛନ୍ତି ।

ବେଳେ କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ,ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ପିନାକ ମିଶ୍ର ,ଜିଲ୍ଲା ଦୈରାଜର୍ଜ ବିଭୁ ପ୍ରସାଦ ରାଉତରାୟ , ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଂପାଦକ ବିଜୟ କୁମାର ଦାଶ ପ୍ରମୁଖ ମଞ୍ଚାସୀନ ରହିଥିଲେ ।ଏହି ଅବସରରେ ସହରର ବହୁ ବୁଦ୍ଧିଜୀବୀ, ଆଇନଜୀବୀ ,ଗଣମାଧ୍ୟମର ପ୍ରତିନିଧି ପ୍ରମୁଖ ଉପସ୍ଥିତ ରହିଥିଲେ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ,ଇଟିଭି ଭାରତ

ABOUT THE AUTHOR

...view details