ବ୍ରହ୍ମପୁର:କୋରୋନା ରୂପକ ମହାମାରୀ ସମୟରେ ବ୍ରହ୍ମପୁର ସହରରେ ସୁଟିଂ ହୋଇଥିବା ‘ମାସ୍କ’ ଚଳଚିତ୍ର ଅନ୍ତର୍ଜାତୀୟ ସ୍ତରରେ ପୁରସ୍କୃତ ହୋଇଛି । 74 ତମ ସ୍ବାଧୀନତା ଦିବସ ଅବସରରେ ଜିଲ୍ଲାପ୍ରଶାସନ ପକ୍ଷରୁ ଏହି ଚଳଚ୍ଚିତ୍ରରେ ଅଭିନୟ କରିଥିବା ନବମ ଶ୍ରେଣୀ ଛାତ୍ର ଅଜୟ ଚୌଧୁରୀ ଓ ରାଜ୍ୟର ବରିଷ୍ଠ ପ୍ରଶାସନିକ ଅଧିକାରୀ ନିର୍ଦ୍ଦେଶକ ଶ୍ବେତ କୁମାର ଦାଶଙ୍କୁ ସମ୍ବନ୍ଧିତ କରାଯାଇଛି ।
‘ମାସ୍କ’ ଚଳଚ୍ଚିତ୍ର: ସ୍ବାଧୀନତା ଦିବସରେ କଳାକାର ସମ୍ମାନିତ - ସ୍ବାଧୀନତା ଦିବସରେ କଳାକାରଙ୍କୁ ସମ୍ମାନିତ କଲା ଜିଲ୍ଲା ପ୍ରଶାସନ
କୋରୋନା ରୂପକ ମହାମାରୀ ସମୟରେ ବ୍ରହ୍ମପୁର ସହରରେ ସୁଟିଂ ହୋଇଥିବା ‘ମାସ୍କ’ ଚଳଚିତ୍ର ଅନ୍ତର୍ଜାତୀୟ ସ୍ତରରେ ପୁରସ୍କୃତ ହୋଇଛି । ବର୍ତ୍ତମାନ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ଫିଲ୍ମର କଳାକାରଙ୍କୁ ସମ୍ମାନିତ କରାଯାଇଛି ।
ସ୍ବାଧୀନତା ଦିବସରେ କଳାକାରଙ୍କୁ ସମ୍ମାନିତ କଲା ଜିଲ୍ଲା ପ୍ରଶାସନ
ବ୍ରହ୍ମପୁରରେ ଆୟୋଜିତ ସ୍ବାଧୀନତା ଦିବସ ପାଳନ ଅବସରରେ ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର ଟି.ଆଓ, ବ୍ରହ୍ମପୁର ଉପଜିଲ୍ଲାପାଳ ଶିନ୍ଦେ ଦତ୍ତାତ୍ରୟ ଭାଉସାହେବ, ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ପିନାକ୍ ମିଶ୍ରଙ୍କ ଉପସ୍ଥିତିରେ ସମ୍ବଦ୍ଧିତ କରାଯାଇଛି । ଏହି ଅବସରରେ ଆନ୍ତର୍ଜାତୀୟ ସ୍ତରରେ ସମ୍ମାନ ପାଇଥିବା ‘ମାସ୍କ’ ଚଳଚିତ୍ରର ନିର୍ଦ୍ଦେଶକ ଓ ନବମ ଶ୍ରେଣୀର ଛାତ୍ରଙ୍କ ସହ ଆଲୋଚନା କରିଥିଲେ ଇଟିଭି ଭାରତ ସମ୍ବାଦଦାତା ସମୀର ଆଚାର୍ଯ୍ୟ ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ