ଓଡିଶା

odisha

ETV Bharat / state

ପରକ୍ରୀୟା ପ୍ରୀତିର କରୁଣ ପରିଣତି, ମହିଳାଙ୍କୁ ହାଣିଲା ଯୁବକ

ସାତ ବର୍ଷ ଧରି ରହିଥିଲା ପ୍ରେମ ସମ୍ପର୍କ । ହଠାତ ପ୍ରେମିକା ଉପରେ ମରଣାନ୍ତକ ଆକ୍ରମଣ କରିବା ପରେ ଥାନାରେ ଆତ୍ମସମର୍ପଣ କଲା ଅଭିଯୁକ୍ତ ପ୍ରେମିକ । ଅଧିକ ପଢ଼ନ୍ତୁ

man attacked on woman
ମହିଳାଙ୍କୁ ମରଣାନ୍ତକ ଆକ୍ରମଣ

By

Published : Jan 24, 2023, 8:37 AM IST

Updated : Jan 24, 2023, 11:25 AM IST

ପରକ୍ରୀୟା ପ୍ରୀତିର କରୁଣ ପରିଣତି

ବ୍ରହ୍ମପୁର: ପରକ୍ରୀୟା ପ୍ରୀତିର କରୁଣ ପରିଣତି । ମହିଳାଙ୍କୁ ଯୁବକର ମରଣାନ୍ତକ ଆକ୍ରମଣ । ମହିଳାଙ୍କୁ ରକ୍ଷା କରିବାକୁ ଯାଇ ଆଉ ଜଣେ ମଧ୍ୟ ଆକ୍ରମଣର ଶିକାର ହୋଇଛନ୍ତି । ଘଟଣା ପରେ ରକ୍ତ ଭିଜା କାତି ସହ ଥାନାରେ ଆତ୍ମ ସମର୍ପଣ କଲା ଅଭିଯୁକ୍ତ । ବ୍ରହ୍ମପୁର ବଡ଼ବଜାର ଥାନା ଅନ୍ତର୍ଗତ ରଘୁପତି ନଗର ଅଞ୍ଚଳରେ ଏଭଳି ଛାତିଥରା ଘଟଣା ଘଟିଛି । ରକ୍ତ ଜୁଡୁବୁଡୁ ଅବସ୍ଥାରେ ଦୁଇ ଜଣଙ୍କୁ ବ୍ରହ୍ମପୁର ଏମକେସିଜି ମେଡ଼ିକାଲରେ ଭର୍ତ୍ତି କରାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ:ମଝି ସମୁଦ୍ରରେ ମରଣ ମୁହଁରୁ ବଞ୍ଚିଲେ ମିଆଁମାର ନାବିକ, ଦେବଦୂତ ସାଜିଲା ଭାରତୀୟ ତଟରକ୍ଷୀ ବାହିନୀ

ସୂଚନା ଅନୁଯାୟୀ, ରଘୁପତି ନଗର ଅଞ୍ଚଳର ମାଧୁରୀ ପଣ୍ଡା ନାମକ ଜଣେ ବିବାହିତ ମହିଳା ଏବଂ ଶୁଭମଙ୍କ ମଧ୍ୟରେ ଗତ ସାତ ବର୍ଷ ଧରି ସମ୍ପର୍କ ଥିଲା । ଇତି ମଧ୍ୟରେ ଶୁଭମଙ୍କ ବିବାହ ସରିଥିବା ବେଳେ ମାଧୁରୀ ତାଙ୍କ ଉପରେ ମାନସିକ ଚାପ ପକାଇବା ସହ ନାମିଦାମୀ ସାମଗ୍ରୀ ଦେବାକୁ ଦାବି କରି ଆସୁଥିଲେ । ଏଥିରେ ଅତିଷ୍ଟ ହୋଇ ମାଧୁରୀଙ୍କୁ ହତ୍ୟା କରିବା ପାଇଁ ପଣ କରିଥିଲେ ଶୁଭମ । ସୋମବାର ସନ୍ଧ୍ୟା ସମୟରେ ଘର ପାଖରେ ହେଉଥିବା ଟ୍ୟୁସନରୁ ପୁଅକୁ ଆଣିବା ପାଇଁ ଯାଇଥିଲେ ମାଧୁରୀ । ଏତିକି ବେଳେ ଟ୍ୟୁସନରେ ପହଞ୍ଚିଥିଲା ଶୁଭମ । କିଛି ଭାବିବା ଆଗରେ ମାଧୁରୀଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଥିଲା ଶୁଭମ । ତାଙ୍କ ଶରୀରର ବିଭିନ୍ନ ଅଂଶରେ ଗଭୀର ଆଘାତ ଲାଗିଛି । ସେଠାରେ ଉପସ୍ଥିତ ଥିବା ଝିଲି ସାହୁ ତାଙ୍କୁ ରକ୍ଷା କରିବାକୁ ଯାଇ ନିଜେ ମଧ୍ୟ ଆକ୍ରମଣର ଶିକାର ହୋଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ:Netaji’s Austin car: ଡାକୋଟା ପରେ ଅଷ୍ଟିନ କାର, ଫେରେଇ ଆଣିବାକୁ କଂଗ୍ରେସର ଦାବି

ଉଭୟଙ୍କୁ ରକ୍ତ ଜୁଡୁହୁଡୁ ଅବସ୍ଥାରେ ବ୍ରହ୍ମପୁର ଏମକେସିଜି ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଦୁହିଁଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ଥିବା ଜଣାପଡ଼ିଛି । ଏହି ଘଟଣା ଘଟାଇବା ପରେ ରକ୍ତ ଲାଗିଥିବା କାତି ଧରି ଥାନାରେ ପହଞ୍ଚିଥିଲା ଅଭିଯୁକ୍ତ ଏବଂ ପୋଲିସ ଆଗରେ ଆତ୍ମସମର୍ପଣ କରିଥିଲା । ଏହି ସମ୍ପର୍କରେ ବିଭିନ୍ନ ଦିଗରୁ ତଦନ୍ତ କରାଯାଉଥିବା କହିଛନ୍ତି ବ୍ରହ୍ମପୁର ବଡ଼ବଜାର ଥାନା ଅଧିକାରୀ ପ୍ରଶାନ୍ତ ଭୂପତି। ସେପଟେ ଆକ୍ରମଣର ଶିକାର ହୋଇଥିବା ମାଧୁରୀଙ୍କ ସ୍ବାମୀଙ୍କ କହିବା କଥା, ପୂର୍ବରୁ ପତ୍ନୀଙ୍କୁ ବାରମ୍ବାର ଫୋନରେ ଧମକ ଦିଆଯାଉଥିଲା । ଏହାପରେ ତାଙ୍କ ଉପରେ ଆକ୍ରମଣ ହୋଇଛି । ଦୋଷୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ସେ ଦାବି କରିଛନ୍ତି ।

ଇଟିଭି ଭାରତ, ବ୍ରହ୍ମପୁର

Last Updated : Jan 24, 2023, 11:25 AM IST

ABOUT THE AUTHOR

...view details