ଓଡିଶା

odisha

ETV Bharat / state

ଗଞ୍ଜାମରେ ଲକଡାଉନ ପ୍ରଭାବ - ganjam luckdown

ଗଞ୍ଜାମ ଜିଲ୍ଲାର ଆସିକା ଓ ସୋରଡ଼ା ଆଦି ଅଞ୍ଚଳରେ ଲକ ଡାଉନର ପ୍ରଭାବ ଦେଖିବାକୁ ମିଳିଛି ।

luck down in ganjam
ଗଞ୍ଜାମରେ ଲକଡାଉନ କଡାକଡି

By

Published : Mar 26, 2020, 10:54 AM IST

ଭଞ୍ଜନଗର: ସମଗ୍ର ବିଶ୍ବ ଆଗରେ ଏକ ବଡ଼ ସଙ୍କଟ ଭାବେ ଉଭା ହୋଇଛି କୋରୋନା ଭାଇରସ । ତେଣୁ ଏହି ମହାମାରୀ କୋରୋନାକୁ ବ୍ୟାପିବାରୁ ରୋକିବା ପାଇଁ ପ୍ରଧାନମନ୍ତ୍ରୀ ଲକଡାଉନ ଘୋଷଣା କରିଛନ୍ତି । ତେବେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଆସିକା ସୋରଡ଼ା ଆଦି ଅଞ୍ଚଳରେ ଲକ ଡାଉନର ପ୍ରଭାବ ଦେଖିବାକୁ ମିଳିଛି ।

ସମସ୍ତେ ନିଜ ଘରେ ରୁହନ୍ତୁ ଏବଂ ଆବଶ୍ୟକତା ନ ଥିଲେ ଘରୁ ବାହାରନ୍ତୁ ନାହିଁ ବୋଲି ରାଜ୍ୟ ସରକାର ସମଗ୍ର ରାଜ୍ୟବାସୀଙ୍କୁ ଅନୁରୋଧ କରିଥିବା ବେଳେ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ମିଳିତ ଭାବେ ଗାଁରୁ ସହର ସବୁଆଡେ ପାଟ୍ରୋଲିଂ କରୁଛନ୍ତି ।

ଗଞ୍ଜାମରେ ଲକଡାଉନ କଡାକଡି

ଏଥିସହ କୌଣସି ସ୍ଥାନରେ ଏକାଧିକ ଲୋକ ଏକାଠି ହେବା ଉପରେ ରୋକ ଲଗାଯାଇଛି । ତେବେ ନିତ୍ୟ ବ୍ୟବହାର ସାମଗ୍ରୀ ଦୋକାନକୁ ଛାଡି ଅନ୍ୟ ସବୁ ଦୋକାନକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ତାସହ ସକାଳ ଏବଂ ସନ୍ଧ୍ୟାରେ ଦୁଇ ଘଣ୍ଟା ନିତ୍ୟ ବ୍ୟବହାର ସାମଗ୍ରୀ ଦୋକାନ ଖୋଲା ରଖିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି ।

ଏଥିସହ ଯେଉଁ ଲୋକମାନେ ନିୟମ ଉଲଙ୍ଘନ କରିବେ ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

ABOUT THE AUTHOR

...view details