ଓଡିଶା

odisha

ETV Bharat / state

ବନ୍ଧୁକ ମୁନରେ ବ୍ୟାଙ୍କ କର୍ମଚାରୀଙ୍କୁ ଲୁଟ ଅଭିଯୋଗ

ଗଞ୍ଜାମ ଜିଲ୍ଲାରେ ଲୁଟ ଅଭିଯୋଗ । ତିନି ଜଣ ଦୁର୍ବୃତ୍ତ ଏକ ଆପାଚି ମୋଟର ସାଇକେଲ ଯୋଗେ ଆସି ବନ୍ଧୁକ ଦେଖାଇ ଘରୋଇ ବ୍ୟାଙ୍କ କର୍ମଚାରୀଙ୍କ ଠାରୁ ଲୁଟ କରିଥିବା ଜଣାପଡିଛି ।

ଫଟୋ ସୌଜନ୍ୟ- ସମ୍ବାଦଦାତା, ବ୍ରହ୍ମପୁର

By

Published : Aug 13, 2019, 11:07 AM IST

ବ୍ରହ୍ମପୁର: ଜିଲ୍ଲା କୋଦଳା ଥାନା ବେଗୁନିଆପଡ଼ା ଫାଣ୍ଡି ଠାରୁ ମାତ୍ର କିଛି ଦୂରରେ ଜଣେ ଘରୋଇ ବ୍ୟାଙ୍କ କର୍ମଚାରୀଙ୍କ ଠାରୁ ବନ୍ଧୁକ ଦେଖାଇ ୨୫ ହଜାର ଟଙ୍କା ଏବଂ ୨ଟି ମୋବାଇଲ ଲୁଟ ହୋଇଥିବା ଅଭିଯୋଗ ହୋଇଛି । ମୁଖ୍ୟତଃ ଖଲ୍ଲିକୋଟ ବେଗୁନିଆପଡ଼ା ଯିବା ରାସ୍ତା ତିରିଡା ଛକ ଠାରେ ବିଭୂତି ସାହୁ ନାମକ ଜଣେ ବ୍ୟାଙ୍କ କର୍ମଚାରୀ ନିଜ ଘରକୁ ଫେରୁଥିବା ବେଳେ ଏମିତି ଘଟଣା ଘଟିଛି ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ବ୍ରହ୍ମପୁର

ତିନି ଜଣ ଦୁର୍ବୃତ୍ତ ଏକ ଆପାଚି ମୋଟର ସାଇକେଲ ଯୋଗେ ଆସି ବନ୍ଧୁକ ଦେଖାଇ ଏଭଳି ଲୁଟ କରିଥିବା ଅଭିଯୋଗ ହୋଇଛି । ତେବେ ଖବର ପାଇ ଘଟଣାସ୍ଥଳରେ ବେଗୁନିଆପଡ଼ା ଫାଣ୍ଡି ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details