ଓଡିଶା

odisha

ETV Bharat / state

ଲକ୍ଷ୍ମୀଦତ୍ତ ହତ୍ୟା ମାମଲା, ଥାନାରେ ହାଜର ହେଲେନି ଗୋଲକ - case

ଞ୍ଜାମ ଜିଲ୍ଲା ପ୍ରଭାରୀ ଗୋଲକ ମହାପାତ୍ରଙ୍କୁ ଥାନାରେ ହାଜର ହେବା ପାଇଁ ପୋଲିସ ପକ୍ଷରୁ ନୋଟିସ ଜାରି କରାଯାଇଥିଲା । ହେଲେ ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ଛତ୍ରପୁର ପୋଲିସ ଥାନାରେ ହାଜର ହେଲେ ହେଲେ ନାହିଁ ଗୋଲକ ମହାପାତ୍ର । ଏହାସହ ତାଙ୍କ ଓକିଲ ଏହି ମାମାଲାରେ ପୋଲିସକୁ ଏକ ମାସର ମହଲତ ଦେବାକୁ ଅନୁରୋଧ କରିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

By

Published : Feb 7, 2019, 8:35 PM IST

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ବହୁଚର୍ଚ୍ଚିତ ଯୁବ ବିଜେଡି ନେତା ତଥା ଛତ୍ରପୁର ଏନ୍‌ଏସି କାଉନସିଲର୍‌ ଲକ୍ଷ୍ମୀଦତ୍ତ ପ୍ରଧାନଙ୍କ ହତ୍ୟା ମାମଲାରେ ବରିଷ୍ଠ ବିଜେପି ନେତା ତଥା ଗଞ୍ଜାମ ଜିଲ୍ଲା ପ୍ରଭାରୀ ଗୋଲକ ମହାପାତ୍ରଙ୍କୁ ଥାନାରେ ହାଜର ହେବା ପାଇଁ ପୋଲିସ ପକ୍ଷରୁ ନୋଟିସ ଜାରି କରାଯାଇଥିଲା । ହେଲେ ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ଛତ୍ରପୁର ପୋଲିସ ଥାନାରେ ହାଜର ହେଲେ ହେଲେ ନାହିଁ ଗୋଲକ ମହାପାତ୍ର । ଏହାସହ ତାଙ୍କ ଓକିଲ ଏହି ମାମଲାରେ ପୋଲିସକୁ ଏକ ମାସର ମହଲତ ଦେବାକୁ ଅନୁରୋଧ କରିଛନ୍ତି ।

ଜଣାଯାଇଛି ଯେ ଗୋଲକ ମହାପାତ୍ରଙ୍କ ଓକିଲ ପାର୍ଥସାରଥୀ ନାୟକ ଥାନାରେ ପହଞ୍ଚି ଉପସ୍ଥିତ ପୋଲିସ ଅଧିକାରୀଙ୍କ ସହ ଏହି ମାମଲାରେ ଆଲୋଚନା କରିଥିଲେ । ଏହାସହ ଗୋଲକଙ୍କ ସ୍ବାସ୍ଥ୍ୟଗତ ସମସ୍ୟାର କାରଣ ଦର୍ଶାଇ ଡାକ୍ତରୀ ପ୍ରମାଣପତ୍ର ଥାନା ଅଧିକାରୀଙ୍କୁ ପ୍ରଦାନ କରି ଏକ ମାସର ମହଲତ ମାଗିଥିବା ଜଣାଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ଏହି ହତ୍ୟା ଘଟଣାରେ ପୂର୍ବରୁ ବିଜେପି ନେତା ଗୋଲକଙ୍କୁ ପୋଲିସ ଜେରା କରିଥିବା ବେଳେ ପୁଣି ଥରେ ଗୋଲକ ଓ ଭୃଗୁ ବକ୍ସିପାତ୍ରଙ୍କୁ ନୋଟିସ କରାଯାଇଥିଲା ।

ସୂଚନାଯୋଗ୍ୟ ଯେ ବର୍ଷ ୨୦୧୭ ସେପ୍ଟେମ୍ବର ମାସ ୧୬ ତାରିଖରେ ଲକ୍ଷ୍ମୀଦତ୍ତ ପ୍ରଧାନକୁ ନିଜ ଘର ସମ୍ମୁଖରେ ଛାତ୍ର ସଂସଦ ନିର୍ବାଚନକୁ କେନ୍ଦ୍ର କରି ହତ୍ୟା କରାଯାଇଥିଲା । ଏହି ଘଟଣାରେ କିଛିଦିନ ତଳେ ବିଜେପିର ଦୁଇ ନେତାଙ୍କୁ ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତି ନେଇ ପୋଲିସ ପକ୍ଷରୁ ନୋଟିସ ଜାରି କରାଯାଇଥିଲା ।

ବ୍ରହ୍ମପୁରର ସମୀର ଆଚାର୍ଯ୍ୟ, ଇଟିଭି ନ୍ୟୁଜ


ABOUT THE AUTHOR

...view details