ଓଡିଶା

odisha

ETV Bharat / state

ଟିଣ ପଡ଼ି ଶ୍ରମିକ ମୃତ୍ୟୁ, ପୋଲିସର ତଦନ୍ତ ଜାରି - ଜ୍ଞାପିତ ଅଞ୍ଚଳ ପରିଷଦ

ଜ୍ଞାପିତ ଅଞ୍ଚଳ ପରିଷଦର ବଜ୍ୟବସ୍ତୁ ପରିଚାଳନା ନିମନ୍ତେ ରାଜନ ପଲ୍ଲୀ ଠାରେ କୋଠା ନିର୍ମାଣ ଚାଲିଥିବାବେଳେ ଜଣେ ଶ୍ରମିକଙ୍କର  ମୃତ୍ୟୁ ଘଟିଛି । ମୃତ ଶ୍ରମିକ ଜଣକ ହେଲେ ରଙ୍ଗଣୀ ପାଟଣା ଗ୍ରାମର ବୁଲୁ ଜେନା । ଆଗକୁ ପଢନ୍ତୁ...

labour-dead-in-bhanjangar-ganjam
labour-dead-in-bhanjangar-ganjam

By

Published : Feb 6, 2020, 5:03 AM IST

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅନ୍ତର୍ଗତ ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦର ବଜ୍ୟବସ୍ତୁ ପରିଚାଳନା ନିମନ୍ତେ ରାଜନ ପଲ୍ଲୀ ଠାରେ କୋଠା ନିର୍ମାଣ ଚାଲିଥିବାବେଳେ ଜଣେ ଶ୍ରମିକଙ୍କର ମୃତ୍ୟୁ ଘଟିଛି । ମୃତ ଶ୍ରମିକ ଜଣକ ହେଲେ ରଙ୍ଗଣୀ ପାଟଣା ଗ୍ରାମର ବୁଲୁ ଜେନା । ଖବର ପାଇ ଭଞ୍ଜନଗର ପୋଲିସ ପହଁଚି ମଡତ ଦେହକୁ ଉଦ୍ଧାର କରି ଘଟଣାର ତଦନ୍ତ ଆରମ୍ଭ କରିଛି ।

ଟିଣ ପଡ଼ି ଶ୍ରମିକ ମୃତ୍ୟୁ, ପୋଲିସର ତଦନ୍ତ ଜାରି

ସୂଚନା ପ୍ରକାରେ ବେଲଗୁଣ୍ଠା ବିଜ୍ଞାପିତ ଅଂଚଳ ପରିଷଦର ବଜ୍ୟବସ୍ତୁ ପରିଚାଳନା ନିମନ୍ତେ ରାଜନ ପଲ୍ଲୀ ନିକଟରେ କାମ ଚାଲିଥିଲା । ସେଥିପାଇଁ ଏକ ପିକଅପ ଭ୍ୟାନରେ ଟିଣ ବୋଝେଇ ହୋଇ ଆସିଥିଲା । ସେଗୁଡିକୁ ଓଲ୍ଲାଇବାବେଳେ ସବୁତକ ଟିଣ ଶ୍ରମିକ ଉପରେ ପଡିଯାଇଥିଲା ଫଳରେ ଘଟଣା ସ୍ଥଳରେ ଶ୍ରମିକ ଜଣକ ମୃତ୍ୟୁ ବରଣ କରିଥିଲେ ।

ଘଟଣା ସ୍ଥଳରେ ପୋଲିସ ପହଁଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଭଞ୍ଜନଗର ମେଡିକାଲ କୁ ପଠାଇଛି । ଏହା ସହିତ ପିକଅପ ଭ୍ୟାନକୁ ଜବତ କରି ତଦନ୍ତ ଆରମ୍ଭ କରିଛି ।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

ABOUT THE AUTHOR

...view details