ଓଡିଶା

odisha

ETV Bharat / state

ଦେଶସେବାରେ କମଳାପୁର ଗାଁ; ପ୍ରତି ଘରୁ ଜଣେ ଶହୀଦ

ଗଞ୍ଜାମ ଜିଲ୍ଲାର ଗୋପାଳପୁର ନିକଟବର୍ତ୍ତୀ କମଳାପୁର ଗାଁ । ଗ୍ରାମର ପ୍ରତ୍ୟେକ ଘରେ ରହିଛି ଭାରତୀୟ ସୈନ୍ୟବାହିନୀର ଛାପ । ଜେଜେ ବାପାଙ୍କ ଠାରୁ ଆରମ୍ଭ କରି ତାଙ୍କ ତିନି ପିଢି ପର୍ଯ୍ୟନ୍ତ ସୂଚାର ରୂପେ କାର୍ଯ୍ୟ କରି ଆସିଲେଣି ସୈନ୍ୟ ବାହିନୀରେ ।

ଫଟୋ ସୌଜନ୍ୟ- ସମ୍ବାଦଦାତା, ବ୍ରହ୍ମପୁର

By

Published : Aug 27, 2019, 4:57 PM IST

ବ୍ରହ୍ମପୁର: ଗ୍ରାମର ପ୍ରତ୍ୟେକ ଘରେ ରହିଛି ଭାରତୀୟ ସେନାର ଛାପ । ଜେଜେ ବାପାଙ୍କ ଠାରୁ ଆରମ୍ଭ କରି ତାଙ୍କ ତିନି ପିଢି ପର୍ଯ୍ୟନ୍ତ ସୂଚାର ରୂପେ କାର୍ଯ୍ୟ କରି ଆସିଲେଣି ସୈନ୍ୟ ବାହିନୀରେ । 1962 ଭାରତ-ଚୀନ୍ ଯୁଦ୍ଧ ସମୟରେ ଏମାନଙ୍କ ମଧ୍ୟରୁ ଅନେକ ଶହୀଦ ହୋଇଛନ୍ତି । ଆଉ କାରଗିଲ ଯୁଦ୍ଧରେ ମଧ୍ୟ ଏହି ଗାଁର ଏନେକ ବୀର ଶତ୍ରୁ ସହ ସଂଗ୍ରାମ କରି ବୀରଗତି ପ୍ରାପ୍ତ କରିଛନ୍ତି । ଏ କଥା ହେଉଛି ଗଞ୍ଜାମ ଜିଲ୍ଲାର ଗୋପାଳପୁର ନିକଟବର୍ତ୍ତୀ କମଳାପୁର ଗାଁର ।

ଭିିଡିଓ ସୌଜନ୍ୟ- ସମ୍ବାଦଦାତା, ବ୍ରହ୍ମପୁର

ଏହି ଗାଁରେ ଶିଶୁ ଟିଏ ଜନ୍ମ ହେଲେ କିଭଳି ସେ ଦେଶର ସେବା କରିବ ସେନେଇ ତାକୁ ପ୍ରେରଣା ଦେଇଥାନ୍ତି ପରିବାର ଲୋକେ । ବର୍ତ୍ତମାନ କେବଳ କମଳାପୁର ନୁହେଁ ଆଖପାଖ ଅଞ୍ଚଳର ଯୁବକ ମାନେ ମଧ୍ୟ ଅଧିକ ମାତ୍ରାରେ ସେନାରେ ସାମିଲ ହେବା ଦେଖିବାକୁ ମିଳୁଛି । ଏପରିକି ଏହି ଗ୍ରାମରେ ଶିଶୁ ଟିଏ ଜନ୍ମ ହେଲେ ସେ ଯେପରି ଦେଶ ମାତୃକାର ସେବା କରିବ ତାହା ପାଇଁ ସତେ ଯେପରି ନେଇଯାଇଥାଏ ସଂଙ୍କଳ୍ପ ।

ଦେଶ ସ୍ବାଧୀନ କରିବା ପାଇଁ ଏହି ଗ୍ରାମର ପୁର୍ବ ପୁରୁଷ ମାନେ ନିଜ ଜୀବନକୁ ବାଜି ଲଗାଇ ଦେଇଥିଲେ । ସ୍ବାଧୀନତାର ୭୩ବର୍ଷ ପରେ ମଧ୍ୟ ଦେଶସେବା ପାଇଁ ଗ୍ରାମବାସୀଙ୍କ ମନରେ ରହିଛି ପୂର୍ବବତ ଉତ୍କଣ୍ଠା । ଗ୍ରାମର ଅବସରପ୍ରାପ୍ତ ସେନା କର୍ମଚାରୀ ଓ ଅଧିକାରୀଙ୍କୁ ନେଇ ଗ୍ରାମରେ ଏକ ସଙ୍ଘ ଗଠନ କରାଯାଇ ପରସ୍ପର ମଧ୍ୟରେ ଭାବର ଆଦାନ ପ୍ରଦାନ କରାଯାଉଛି । ବିଭିନ୍ନ ସମୟରେ ଦେଶ ପାଇଁ ଜୀବନ ଦେଇଥିବା ଶହୀହଙ୍କୁ ମନେ ପକାଇ ଆଜିବି ତାଙ୍କ ପରିବାର ଗର୍ବ ଅନୁଭବ କରୁଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details