ଓଡିଶା

odisha

By

Published : Jul 8, 2019, 9:15 AM IST

Updated : Jul 8, 2019, 9:53 AM IST

ETV Bharat / state

ଜୁଏଲାରୀ ଦୋକାନରୁ 12 ଲକ୍ଷ ଟଙ୍କାର ଅଳଙ୍କାର ଲୁଟି ନେଲେ ଦୁର୍ବୃତ୍ତ

ରାତି ଅଧରେ ଜୁଏଲାରୀ ଦୋକାନରେ କଳାକନା ବୁଲାଇଲେ ଦୁର୍ବୃତ୍ତ । ଅଟୋରେ ଆସି ଲୁଟି ନେଲେ 12 ଲକ୍ଷ ଟଙ୍କାର ଅଳଙ୍କାର ।

ଫଟୋ ସୌଜନ୍ଯ: ପ୍ରତିନିଧି, ଭଞ୍ଜନଗର

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ସୋରଡ଼ା ମୁଖ୍ୟ ବଜାରରେ ଥିବା ଚକାଡୋଳା ଜୁଏଲର୍ସ ଦୋକାନରୁ ଲୁଟ୍ । ରବିବାର ରାତିରେ କଳାକନା ବୁଲାଇଛନ୍ତି ଦୁର୍ବୃତ୍ତ । ପ୍ରାୟ 12ଲକ୍ଷ ଟଙ୍କାର ସୁନା ଅଳଙ୍କାର ଲୁଟି ନେଇଥିବା ଦୋକାନ ମାଲିକ ରାମେଶ୍ୱର ପତ୍ର ଅଭିଯୋଗ କରିଛନ୍ତି ।

ଭିଡ଼ିଓ ସୌଜନ୍ଯ: ପ୍ରତିନିଧି, ଭଞ୍ଜନଗର

ଗୋଟିଏ ଅଟୋରେ ତିନିଜଣ ଦୁର୍ବୃତ୍ତ ଆସିଥିବାବେଳେ ରାମେଶ୍ବରଙ୍କ ଦୋକାନରୁ କରିଥିଲେ ଲୁଟ୍ । ଏ ବିଷୟରେ ଖବର ପାଇବା ପରେ ସୋରଡ଼ା ପୋଲିସ୍ ତଦନ୍ତ ଆରମ୍ଭ କରିଛି ।

ଭଞ୍ଜନଗରରୁ ରଞ୍ଜନ ସ୍ୱାଇଁ, ଇଟିଭି ଭାରତ

Last Updated : Jul 8, 2019, 9:53 AM IST

ABOUT THE AUTHOR

...view details