ଓଡିଶା

odisha

ETV Bharat / state

ସାମ୍ବାଦିକ ତରୁଣ ଆଚାର୍ଯ୍ୟ ହତ୍ୟାକାଣ୍ଡ ମାମଲା, 5 ଦୋଷୀଙ୍କୁ ଆଜୀବନ କାରାଦଣ୍ଡ - acquitted

ଗଞ୍ଜାମରେ ବହୁଚର୍ଚ୍ଚିତ ଯୁବ ସାମ୍ବାଦିକ ତରୁଣ ଆଚାର୍ଯ୍ୟଙ୍କ ହତ୍ୟାକାଣ୍ଡର ରାୟ ପ୍ରକାଶ । ଘଟଣାରେ ଦୀର୍ଘ ପାଞ୍ଚ ବର୍ଷ ପରେ 5 ଜଣ ଦୋଷୀ ସାବ୍ୟସ୍ତ । 5 ଦୋଷୀଙ୍କୁ ଆଜୀବନ କାରାଦଣ୍ଡ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

By

Published : Jun 27, 2019, 6:10 PM IST

ବ୍ରହ୍ମପୁର: ବହୁ ଚର୍ଚ୍ଚିତ ଗଞ୍ଜାମ ଜିଲ୍ଲାର ଯୁବ ସାମ୍ବାଦିକ ତରୁଣ ଆଚାର୍ଯ୍ୟ ହତ୍ୟାକାଣ୍ଡର ରାୟ ପ୍ରକାଶ । ଘଟଣାରେ ଦୀର୍ଘ ପାଞ୍ଚ ବର୍ଷ ପରେ 5 ଜଣ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । 5 ଦୋଷୀଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି ଖଲ୍ଲିକୋଟ ଅତିରିକ୍ତ ଜିଲ୍ଲା ଜଜ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ଦୋଷୀ ସାବ୍ୟସ୍ତ ହୋଇଥିବା ଅଭିଯୁକ୍ତମାନେ ହେଲେ ଶ୍ୟାମ ସୁନ୍ଦର ପୃଷ୍ଟି, ରମେଶ ରେଡ୍ଡି, ସନ୍ତୋଷ ମହାରଣା, ଶିବରାମ ନାୟକ ଓ ସୁରେଶ ଚନ୍ଦ୍ର ସାହୁ । ତେବେ ଏହି ଘଟଣାର ଅନ୍ୟ ଜଣେ ଅଭିଯୁକ୍ତ ବୁଡୁ ପଣ୍ଡା ବର୍ତ୍ତମାନ ସୁଦ୍ଧା ଫେରାର ରହିଛି ।

ସୂଚନା ଅନୁସାରେ, ୨୦୧୪ ମେ’ ୨୭ ରେ ସାମ୍ବାଦିକ ତରୁଣଙ୍କ ହତ୍ୟା ହୋଇଥିଲା । ନିଜର କାମ ସାରି ଘରକୁ ଫେରୁଥିବା ସମୟରେ ଦୁବୁର୍ତ୍ତ ମାନେ ଖଲ୍ଲିକୋଟ ଥାନା ନିକଟରେ ଏକ ଧାରୁଆ ଅସ୍ତ୍ରରେ ତାଙ୍କୁ ଗଳା କାଟି ନିର୍ମମ ଭାବରେ ହତ୍ୟା କରିଥିଲେ । ଏହି ଘଟଣାରେ ସ୍ଥାନୀୟ ଅଞ୍ଚଳର କାଜୁ ବ୍ୟବସାୟୀ ଶ୍ୟାମ ସୁନ୍ଦର ପୃଷ୍ଟି ମାଷ୍ଟରମାଇଣ୍ଡ ବୋଲି କ୍ରାଇମ ବ୍ରାଞ୍ଚ ଅଭିହିତ କରିବା ସହ ଘଟଣା ଅନ୍ୟ ଚାରି ଜଣଙ୍କୁ ଗିରଫ କରିଥିଲା ।

ତେବେ ଘଟଣାରେ ମୋଟ ୪୭ ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଥିଲା । ସେପଟେ ରାୟ ମିଳିବା ପରେ ଉପର କୋର୍ଟରେ ଚ୍ୟାଲେଞ୍ଜ କରିବେ ବୋଲି କହିଛନ୍ତି ପ୍ରତିପକ୍ଷଙ୍କ ଆଇନଜୀବୀ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details