ବ୍ରହ୍ମପୁର:ବୟସ ଜମାରୁ 13 । ହେଲେ ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଙ୍ଗୀତରେ ମାତ ଦେଇଛନ୍ତି ଦେଶ ବିଦେଶର ଅନେକ ପ୍ରତିଯୋଗୀଙ୍କୁ । ଆମେ କହୁଛୁ ବ୍ରହ୍ମପୁରର ଜଣେ ଅଷ୍ଟମ ଶ୍ରେଣୀ ଛାତ୍ର ଅଖିଲେଶ ପାତ୍ରଙ୍କ କଥା । ଯିଏକି ଆନ୍ତର୍ଜାତୀୟ ସ୍ତରରେ ହୋଇଥିବା ‘ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଙ୍ଗୀତ’ ପ୍ରତିଯୋଗିତା ପ୍ୟାସନ୍ – ୨୦୨୦’ ଫାଇନାଲ ରାଉଣ୍ତରେ ଓଡିଶାର ଏକମାତ୍ର ପ୍ରତିଯୋଗୀ ଭାବେ ଚୟନ ହୋଇଛନ୍ତି । ଶାସ୍ତ୍ରୀୟ ସଂଗୀତ ପ୍ରତି ପିଲାଦିନୁ ଦୁର୍ବଳତା ଥିଲା ଏ କୁନି ପ୍ରତିଭାଙ୍କର । ଆଉ ଏକମାତ୍ର ପୁଅ ଅଖିଳେଶଙ୍କ ସଙ୍ଗୀତ ପାଇଁ ରୁଚି ଦେଖି ପିତାମାତା ବି ଢାଳିଦେଇଛନ୍ତି ନିଜର ସର୍ବସ୍ବ । ପାଠପଢା ସହିତ ଦୈନିକ ଶାସ୍ତ୍ରୀୟ ସଙ୍ଗୀତର ଅଭ୍ୟାସ କରନ୍ତି ଅଖିଲେଶ । କେବଳ ଶାସ୍ତ୍ରୀୟ ସଙ୍ଗୀତ ନୁହେଁ, ନିଜେ ଗୀତ ଲେଖି ବିଭିନ୍ନ ସ୍ଥାନରେ ସଙ୍ଗୀତ ପରିବେଶଣ କରି ପୁରସ୍କୃତ ମଧ୍ୟ ହୋଇଛନ୍ତି ।
ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଙ୍ଗୀତ ପ୍ରତିଯୋଗିତାରେ ଚମକିଲେ ଓଡିଆ ପୁଅ
ଆନ୍ତର୍ଜାତୀୟ ଶାସ୍ତ୍ରୀୟ ସଙ୍ଗୀତ ପ୍ରତିଯୋଗିତାରେ ଓଡିଆ ପୁଅର କମାଲ । ଆନ୍ତର୍ଜାତୀୟ ସ୍ତରରେ ହୋଇଥିବା ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଙ୍ଗୀତ ପ୍ରତିଯୋଗିତା ପ୍ୟାସନ୍– ୨୦୨୦ରେ ଫାଇନାଲ ରାଉଣ୍ତରେ ମାରିଲେ ଏଣ୍ଟ୍ରି । ଅଧିକ ପଢନ୍ତୁ....
ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଙ୍ଗୀତ ପ୍ରତିଯୋଗୀତାରେ ଚମକିଲେ ଓଡିଆ ପୁଅ
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ