ଓଡିଶା

odisha

ETV Bharat / state

ଭାରତୀୟ ସେନା ଯବାନଙ୍କୁ ହତ୍ୟା ! ୫ ଅଭିଯୁକ୍ତ ଗିରଫ - ଯବାନଙ୍କୁ ହତ୍ୟା ଘଟଣା ୫ ଗିରଫ

Indian army jawan death case: ଗଞ୍ଜାମରେ ସଙ୍ଘବଦ୍ଧ ଆକ୍ରମଣ କରି ଯବାନଙ୍କୁ ହତ୍ୟା ଘଟଣାରେ ୫ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଅଧିକ ପଢନ୍ତୁ

ଭାରତୀୟ ସେନାର ଯବାନଙ୍କୁ ହତ୍ୟା ଘଟଣା
ଭାରତୀୟ ସେନାର ଯବାନଙ୍କୁ ହତ୍ୟା ଘଟଣା

By ETV Bharat Odisha Team

Published : Dec 9, 2023, 3:46 PM IST

ଭାରତୀୟ ସେନାର ଯବାନଙ୍କୁ ହତ୍ୟା ଘଟଣା

ବ୍ରହ୍ମପୁର: ଗଞ୍ଜାମରେ ଭାରତୀୟ ସେନାର ଯବାନଙ୍କୁ ହତ୍ୟା ଘଟଣା । ଏହି ଘଟଣାରେ ୫ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ତେବେ ଗିରଫ ଅଭିଯୁକ୍ତମାନେ ହେଲେ କାଳୀପଲ୍ଲୀ ଅଞ୍ଚଳର ଜେ. କଲ୍ୟାଣ ପାତ୍ର , ସି.ଏଚ ଶେଖ ପାତ୍ର , ବି. ଚେନେୟା ପାତ୍ର ଏବଂ ନିମଖଣ୍ଡି ଥାନା ଅନ୍ତର୍ଗତ ଜି ଜଗନ୍ନାଥପୁର ପଲ୍ଲୀ ଗାଁର ବି. ବୁଲୁ ପାତ୍ର ବୋଲି ଜଣାପଡିଛି । ଏଥିସହ ସେମାନଙ୍କ ଠାରୁ ଦୁଇଟି ମୋଟର ସାଇକେଲ ସହିତ ଦୁଇଟି ମୋବାଇଲ ପୋଲିସ ଜବତ କରିଛି ।

ସୂଚନା ଅନୁସାରେ, ମୃତ ଯବାନ ହେଲେ ଜି ଡିଲେଶ୍ବର ପାତ୍ର ଏବଂ ଘର ଗଞ୍ଜାମ ଜିଲ୍ଲାର ଛତ୍ରପୁର ବ୍ଳକ କାଲିପଲ୍ଲୀ ଅଞ୍ଚଳରେ । ସେ ଭାରତୀୟ ସ୍ଥଳସେନାର କାର୍ଯ୍ୟରତ ଥିବାବେଳେ କିଛି ଦିନ ହେଲା ଛୁଟିରେ ଘରକୁ ଆସିଥିଲେ । ସେ ଗତ ରବିବାର ଗୋପାଳପୁର ଅଞ୍ଚଳକୁ କ୍ରିକେଟ ଖେଳ ଦେଖିବାକୁ ଯାଇଥିଲେ । ସେଠାରେ କାଳୀପଲ୍ଲୀ ଗ୍ରାମର ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଗଣେଶ ପୂଜା ବିସର୍ଜନକୁ ନେଇ କଥାକଟା ଓ ବଚସା ହୋଇଥିଲା । ଏହାପରେ ଖେଳ ଦେଖି ଫେରୁଥିବା ବେଳେ ଚମାଖଣ୍ଡି ଥାନା ଅଞ୍ଚଳର ହରିପୁରଠାରେ କିଛି ଲୋକେ ତାଙ୍କୁ ସଂଘବଦ୍ଧ ଆକ୍ରମଣ କରିଥିଲେ ।

ଏହା ମଧ୍ୟ ପଢନ୍ତୁ - ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଜନ୍ମମାଟିରେ ଯବାନଙ୍କ ଶେଷକୃତ୍ୟ

ଏହା ମଧ୍ୟ ପଢନ୍ତୁ - ସଂଘବଦ୍ଧ ଆକ୍ରମଣରେ ଆଖି ବୁଜିଲେ ଯବାନ, ଜଣେ ଅଟକ

ଅଭିଯୁକ୍ତମାନେ ମାରିବା ପାଇଁ କୌଣସି ଅସ୍ତ୍ର ବ୍ୟବହାର କରିନଥିବା ବେଳେ କେବଳ ହାତରେ ମୁଥ ମାରୁ ମାରୁ ଯବାନ ଜେ ଡିଲେଶ୍ଵର ତଳେ ପଡିଯାଇଥିଲେ । ମୁଣ୍ଡକୁ ଗଭୀର ଆଘାତ ଲାଗିଥିବା ବେଳେ ଗୁରୁତର ଅବସ୍ଥାରେ ଯବାନଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ବ୍ରହ୍ମପୁର ଏବଂ ପରେ ରାଜଧାନୀର ଭୁବନେଶ୍ବରର ଏକ ଘରୋଇ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ହେଲେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ତେବେ ଏନେଇ ଗଞ୍ଜାମ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ବେଳେ ଆଜି ସମସ୍ତ ଅଭିଯୁକ୍ତ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ସେପଟେ ମୃତ ଯବାନଙ୍କ ୧୦ ଦିନର କନ୍ୟା ସନ୍ତାନ ଥିବାବେଳେ ସ୍ବାମୀଙ୍କ ଉଚିତ୍ ନ୍ୟାୟ ଦେବାକୁ ପତ୍ନୀ ଦାବି କରିଛନ୍ତି ।

ଇଟିଭି ଭାରତ, ବ୍ରହ୍ମପୁର

ABOUT THE AUTHOR

...view details