ଓଡିଶା

odisha

ETV Bharat / state

ବୃକ୍ଷ ରୋପଣ ଅଭିଯାନ: ବ୍ରହ୍ମପୁରରେ 1 ଟଙ୍କାରେ ମିଳିବ ତିନି ପ୍ରକାରର ଚାରା - 3 plant

ଫନି ପରେ ପରିବେଶ ସଜାଡୁଛି ବନ ବିଭାଗ । ରାଜ୍ୟର ବିଭିନ୍ନ ସ୍ଥାନରେ ବୃକ୍ଷରୋପଣ କରାଯାଇ ପରିବେଶକୁ ସନ୍ତୁଳନ କରିବାକୁ ଚାଲିଛି ପ୍ରୟାସ । ବ୍ରହ୍ମପୁର ବନ ବିଭାଗ ପକ୍ଷରୁ ମଧ୍ୟ ଚାରାରୋପଣ ଅଭିଯାନ ଆରମ୍ଭ ହୋଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

By

Published : Jul 7, 2019, 9:19 AM IST

ବ୍ରହ୍ମପୁର: ଫନି ପରେ ସ୍ଥିତି ସୁଧାରିବାରେ ଲାଗିଛି ବନ ବିଭାଗ । ବାତ୍ୟାର ପ୍ରହାରରେ ହରାଇ ବସିଥିବା ପ୍ରାକୃତିକ ସୌନ୍ଦର୍ଯ୍ୟକୁ ପୁଣି ଥରେ ଗଢି ତୋଳିବାକୁ ଆରମ୍ଭ କରାଯାଇଛି ବୃକ୍ଷ ରୋପଣ ଅଭିଯାନ । ରାଜ୍ୟର ବିଭିନ୍ନ ସ୍ଥାନରେ ବନ ବିଭାଗ ପକ୍ଷରୁ ବୃକ୍ଷରୋପଣ କରାଯାଇ ପରିବେଶ ସନ୍ତୁଳନର ବାର୍ତ୍ତା ଦିଆଯାଉଥିବାବେଳେ ବ୍ରହ୍ମପୁରରେ ଭିନ୍ନ ଏକ ପ୍ରୟାସ ଦେଖିବାକୁ ମିଳିଥିଲା ।

ଗୋଟିଏ ପିଲାକୁ ଗୋଟିଏ ବୃକ୍ଷ ଭାବେ ସବୁଠି ଚାରା ରୋପଣ କରାଯାଉଥିବାବେଳେ ବ୍ରହ୍ମପୁର ବନ ବିଭାଗ ଆପଣାଇଛି ଭିନ୍ନ ପ୍ରୟାସ । ପ୍ରତ୍ୟେକ ବ୍ୟକ୍ତିଙ୍କୁ ସେମାନଙ୍କ ପରିଚୟ ପତ୍ର ଆଧାରରେ ମାତ୍ର ଏକ ଟଙ୍କା ମୂଲ୍ୟରେ ତିନୋଟି ଭିନ୍ନ ପ୍ରକାରର ଚାରା ପ୍ରଦାନ କରାଯାଇଛି । ଔଷଧୀୟ ବୃକ୍ଷ ଠାରୁ ଆରମ୍ଭ କରି ବିଭିନ୍ନ ଫୁଲଫଳ ଗଛର ପ୍ରାୟ 20ରୁ ଊର୍ଦ୍ଧ୍ବ ପ୍ରକାରର ଉପାଦେୟତା ବୃକ୍ଷର ଚାରାକୁ ସୁଲଭ ମୂଲ୍ୟରେ ରେଶମବାସୀଙ୍କୁ ବଣ୍ଟାଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ବନାଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବାବେଳେ ପ୍ରତିଟି ଚାରାକୁ ପ୍ରାୟ ୧୨ ଟଙ୍କା ୪୩ ପଇସାରେ ଖର୍ଚ୍ଚ କରାଯାଇ ମାତ୍ର ଏକ ଟଙ୍କା ମୂଲ୍ୟରେ ଯୋଗାଇ ଦିଆଯାଉଛି । ଗତ ୩ତାରିଖରୁ ଆରମ୍ଭ ହୋଇଥିବା ଏହି ଅଭିନବ ପ୍ରୟାସରେ ଚାରା ବଣ୍ଟନ କାର୍ଯ୍ୟ ଆଗାମୀ ୧୦ ଦିନ ଧରି ଆୟୋଜିତ ହେବ । ସେପଟେ ଏହି ଚାରା ଗଛ ଗୁଡିକୁ ଅନେକ ବିଦ୍ୟାର୍ଥୀ ସେମାନଙ୍କ ଶିକ୍ଷାନୁଷ୍ଠାନରେ ରୋପଣ କରିବା ସହ ବର୍ତ୍ତମାନର ଜଳବାୟୁ ପରିବର୍ତ୍ତନ ସମୟରେ ଅବଗତ ହେବା ଆବଶ୍ୟକ ହୋଇପଡିଛି ବୋଲି ବନ ବିଭାଗ କର୍ମଚାରୀ କହିଛନ୍ତି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details