ବ୍ରହ୍ମପୁର:ବ୍ରହ୍ମପୁର ଉପକଣ୍ଠରେ ପୁଣି ଏକ ନକଲି ବିଦେଶୀ ମଦ ଫ୍ୟାକ୍ଟ୍ରି ଠାବ ହୋଇଛି । ଅବକାରୀ ବିଭାଗ ଏହି କାରଖାନାକୁ ଠାବ କରିବା ସହ ନକଲି ମଦ ପ୍ରସ୍ତୁତ କରୁଥିବା ଏବଂ ବିକ୍ରି କରି ଆସୁଥିବା ୨ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି ।
ସୂଚନାଅନୁସାରେ, ବ୍ରହ୍ମପୁର ସହର ସମେତ ଉପକଣ୍ଠରେ ନକଲି ବିଦେଶୀ ମଦ କାରବାର ଚାଲିଥିବା ନେଇ ଖବର ପାଇଥିଲା ଅବକାରୀ ବିଭାଗ । ଖବର ପାଇ ଏହାକୁ ଧରିବା ପାଇଁ ଅବକାରୀ ବିଭାଗ ପକ୍ଷରୁ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଥିଲା । ତେବେ ଗତକାଲି(ବୁଧବାର)ନକଲି ମଦ ପ୍ରସ୍ତୁତ କରୁଥିବା ମୁଖ୍ୟ ଅଭିଯୁକ୍ତ ବି.ସନ୍ତୋଷ ପାତ୍ରକୁ ପ୍ରଥମେ ବିଭାଗ ପକ୍ଷରୁ ସହର ଉପକଣ୍ଠ ଟାମଣା ଘାଟି ନିକଟରେକାବୁ କରିବା ପରେ ତାରି ନିକଟରୁ ଏକ ସ୍କୁଟି, ମୋଟର ସାଇକେଲ ସମେତ ନକଲି ବିଦେଶୀ ମଦକୁ ଜବତ କରାଯାଇଥିଲା ।